ETV Bharat / state

ଅବ୍ୟବସ୍ଥା ଘେରରେ ପ୍ରଧାନପାଲି ସେବାଶ୍ରମ ସ୍କୁଲ - ପ୍ରଧାନ ସେବକ ଖିରେଶ୍ଵର ତାଣ୍ଡି

ଅନୁସୂଚୀତ ଜାତି ଓ ଜନଜାତି ପାଇଁ ରାଜ୍ୟର ଅନେକ ସ୍ଥାନରେ ଆବାସିକ ସେବାଶ୍ରମ ସ୍କୁଲମାନ ଖୋଲାଯାଇଛି । ହେଲେ ଏହାର ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ପାଇ ପାରୁନାହାଁନ୍ତି ଛାତ୍ରୀ । ବରଗଡ଼ ଜିଲ୍ଲା ପ୍ରଧାନପାଲି ସେବାଶ୍ରମ ସ୍କୁଲର ଛାତ୍ରୀମାନେ ମଧ୍ୟ ଅବ୍ୟବସ୍ଥା କୁନେଇ ପ୍ରଧାନ ସେବକ ଖିରେଶ୍ଵର ତାଣ୍ଡିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Jul 30, 2019, 10:08 PM IST

ବରଗଡ଼: ସଭିଏଁ ପଢ଼ିବେ, ସଭିଏଁ ବଢ଼ିବେ । ଏଥିପାଇଁ ସରକାରଙ୍କ କେତେ କଣ ଯୋଜନା ରହିଛି । ବାପା-ମାଆ କେତେ ଆଶା ନେଇ ତାଙ୍କ ଝିଅମାନଙ୍କୁ ପଠାନ୍ତି ସେବାଶ୍ରମକୁ । ହେଲେ ସେବାଶ୍ରମ ସବୁ ନାନା ଅବ୍ୟବସ୍ଥା ଘେରରେ । ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ସବୁ ପ୍ରକାର ଯୋଜନା କରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ସଫଳତାର ଶୀର୍ଷକୁ ଛୁଇଁ ପାରିନାହିଁ । ଏହାର ଏକ ଦୃଶ୍ୟ ସାମନାକୁ ଆସିଛି ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ପ୍ରଧାନପାଲି ସେବାଶ୍ରମ ସ୍କୁଲରୁ । ଏଠାର ଛାତ୍ରୀମାନେ ଅବ୍ୟବସ୍ଥାକୁ ନେଇ ପ୍ରଧାନ ସେବକ ଖିରେଶ୍ଵର ତାଣ୍ଡିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

୬ ବର୍ଷରୁ ୧୪ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସମ୍ପୂର୍ଣ୍ଣ ସୁବିଧା ଉପଲବ୍ଧ କରୁଛି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର । ଅନୁସୂଚୀତ ଜାତି ଓ ଜନଜାତି ପାଇଁ ରାଜ୍ୟର ଅନେକ ସ୍ଥାନରେ ଆବାସିକ ସେବାଶ୍ରମ ସ୍କୁଲ ମାନ ଖୋଲାଯାଇଛି । ହେଲେ ବହୁ ସ୍ଥାନରେ ଏପରି ଆବାସିକ ସ୍କୁଲ ମାନଙ୍କରେ ଅବ୍ୟବସ୍ଥା ଯୋଗୁଁ ହଷ୍ଟେଲ ଛାଡି ଛାତ୍ରଛାତ୍ରୀ ମାନେ ଘରକୁ ଫେରିଯାଉଥିବା ଅଭିଯୋଗ ହୋଇଆସୁଛି । ପ୍ରଧାନପାଲି ସେବାଶ୍ରମ ସ୍କୁଲର ଛାତ୍ରୀମାନେ ମଧ୍ୟ ଅବ୍ୟବସ୍ଥା କୁନେଇ ପ୍ରଧାନ ସେବକ ଖିରେଶ୍ଵର ତାଣ୍ଡିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଏପରିକି ଗ୍ରାମବାସୀ ମାନେ ମଧ୍ୟ ସ୍କୁଲରେ ପ୍ରଧାନ ସେବକଙ୍କୁ ଘେରି ବିରୋଧ ପ୍ରଦର୍ଶନ କରିଥିଲେ । ସୂଚନା ଅନୁଯାୟୀ ଉକ୍ତ ସେବାଶ୍ରମ ସ୍କୁଲରେ ୬୩ ଜଣ ଛାତ୍ରୀ ରହୁଥିବା ବେଳେ ଏହି ସେବାଶ୍ରମର ପଛପାଖ ପାଚେରୀ ଭାଙ୍ଗି ଯାଇଥିବାରୁ ରାତିରେ ଚୋର ମାନଙ୍କର ପ୍ରବେଶ ଭୟ ରହିଛି । ଛାତ୍ରୀମାନେ ବାରମ୍ବାର ଏହାକୁ ନେଇ ଅଭିଯୋଗ କଲେ ସୁଦ୍ଧା ପାଚେରୀ ନିର୍ମାଣ କରାଯାଉନଥିବାରୁ ଛାତ୍ରୀମାନେ ସେଠାରେ ଭୟରେ ରହୁଛନ୍ତି । ଛାତ୍ରୀମାନଙ୍କୁ ଖାଦ୍ୟପେୟ ଠିକ ଭାବରେ ଦିଆଯାଉନଥିବା ବେଳେ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ କମ ମାତ୍ରାରେ ଦିଆଯାଉଥିବା ଅନ୍ତେବାସୀ ମାନେ ଅଭିଯୋଗ କରିଛନ୍ତି ।

ଏପରିକି ଛାତ୍ରୀ ମାନେ ଅଭଯୋଗ କଲେ ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ଖିରେଶ୍ବର ତାଣ୍ଡି ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ସ୍କୁଲର ସେବିକା ମାନଙ୍କୁ ମଧ୍ୟ ଅନେକ ସମୟରେ ପ୍ରଧାନ ସେବକ ବେଆଇନ କାମ କରିବାକୁ ବାଧ୍ୟ କରୁଥିବା ବେଳେ ତାଙ୍କ ଅଶୋଭନୀୟ ଆଚରଣ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ସ୍କୁଲର ସେବିକମାନେ ଅଭିଯୋଗ ଆଣିଛନ୍ତି ।

ତେବେ ପ୍ରଧାନପାଲି ଗ୍ରାମବାସୀ ସ୍କୁଲର ସମସ୍ତ ଅବ୍ୟବସ୍ଥା ଏବଂ ପ୍ରଧାନ ସେବକଙ୍କ ଆଚରଣ ଓ ଅଭଦ୍ର ବ୍ୟବହାରକୁ ନେଇ ତିକ୍ତତା ପ୍ରକାଶ କରି ପ୍ରଧାନ ସେବକଙ୍କ ଅନ୍ୟତ୍ର ବଦଳି କରାଯାଇ ବିଦ୍ୟାଳୟରେ ଜଣେ ଉତ୍ତମ ଚରିତ୍ର ଓ ଭଦ୍ର ପ୍ରଧାନ ସେବକ ପ୍ରଦାନ ପାଇଁ ଦାବି କରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ପକ୍ଷରୁ ଶିକ୍ଷା କ୍ଷେତ୍ରକୁ ଅତ୍ୟଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ୬ ବର୍ଷରୁ ୧୪ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସମ୍ପୂର୍ଣ୍ଣ ସୁବିଧା ଉପଲବ୍ଧ କରାଯାଉଛି । ତେବେ ଅନୁସୂଚୀତ ଜାତି ଓ ଜନଜାତି ପାଇଁ ରାଜ୍ୟର ଅନେକ ସ୍ଥାନରେ ଆବାସିକ ସେବାଶ୍ରମ ସ୍କୁଲ ମାନ ଖୋଲାଯାଇଛି । ହେଲେ ବହୁ ସ୍ଥାନରେ ଏପରି ଆବାସିକ ସ୍କୁଲ ମାନଙ୍କରେ ଅବ୍ୟବସ୍ଥା ଯୋଗୁଁ ହଷ୍ଟେଲ ଛାଡି ଛାତ୍ରଛାତ୍ରୀ ମାନେ ଘରକୁ ଫେରିଯାଉଥିବା ଅଭିଯୋଗ ହୋଇଆସୁଛି । ତେବେ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ପ୍ରଧାନପାଲି ସେବାଶ୍ରମ ସ୍କୁଲର ଛାତ୍ରୀମାନେ ମଧ୍ୟ ଅବ୍ୟବସ୍ଥା କୁନେଇ ପ୍ରଧାନ ସେବକ ଖିରେଶ୍ଵର ତାଣ୍ଡିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏପରିକି ଗ୍ରାମବାସୀ ମାନେ ମଧ୍ୟ ସ୍କୁଲ୍ ରେ ପ୍ରଧାନ ସେବକଙ୍କୁ ଘେରି ବିରୋଧ ପ୍ରଦର୍ଶନ କରିଥିଲେ ।

Body:ସୂଚନା ଅନୁଯାୟୀ ଉକ୍ତ ସେବାଶ୍ରମ ସ୍କୁଲରେ ୬୩ ଜଣ ଛାତ୍ରୀ ରହୁଥିବା ବେଳେ ଏହି ସେବାଶ୍ରମ ର ପଛପାଖ ପାଚେରୀ ଭାଙ୍ଗି ଯାଇଥିବାରୁ ରାତିରେ ଚୋର ମାନଙ୍କର ପ୍ରବେଶ ଭୟ ରହିଛି । ଛାତ୍ରୀ ମାନେ ବାରମ୍ବାର ଏହାକୁ ନେଇ ଅଭିଯୋଗ କଲେ ସୁଦ୍ଧା ପାଚେରୀ ନିର୍ମାଣ କରାଯାଉନଥିବା ରୁ ଛାତ୍ରୀମାନେ ସେଠାରେ ଭୟରେ ରହୁଛନ୍ତି ।
ଛାତ୍ରୀ ମାନଙ୍କୁ ଖାଦ୍ୟପେୟ ଠିକ ଭାବରେ ଦିଆଯାଉନଥିବା ବେଳେ ଅନ୍ୟ ବ୍ୟବହାର୍ଯ୍ୟ ଜିନିଷ ମଧ୍ୟ କମ ମାତ୍ରାରେ ଦିଆଯାଉଥିବା ଅନ୍ତେବାସୀ ମାନେ ଅଭିଯୋଗ କରିଛନ୍ତି । ଏପରିକି ଛାତ୍ରୀ ମାନେ ଅଭଯୋଗ କଲେ ଛାତ୍ରୀ ମାନଙ୍କୁ ପ୍ରଧାନ ଶିକ୍ଷକ ଖିରେଶ୍ୱର ତାଣ୍ଡି ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରୁଥିବା ଅଭିଯୋଗ ହୋଇଛି ।
ସ୍କୁଲର ସେବୀକା ମାନଙ୍କୁ ମଧ୍ୟ ଅନେକ ସମୟରେ ପ୍ରଧାନ ସେବକ ବେଆଇନ କାମ କରିବାକୁ ବାଧ୍ୟ କରୁଥିବା ବେଳେ ତାଙ୍କ ଅଶୋଭନୀୟ ଆଚରଣ ପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନିକଟରେ ସ୍କୁଲର ସେବୀକ ମାନେ ଅଭିଯୋଗ ଆଣିଛନ୍ତି ।

Conclusion:ତେବେ ପ୍ରଧାନପାଲି ଗ୍ରାମବାସୀ ସ୍କୁଲର ସମସ୍ତ ଅବ୍ୟବସ୍ଥା ଏବଂ ପ୍ରଧାନ ସେବକଙ୍କ ଆଚରଣ ଓ ଅଭଦ୍ର ବ୍ୟବହାର କୁନେଇ ତିକ୍ତତା ପ୍ରକାଶ କରି ପ୍ରଧାନ ସେବକଙ୍କ ଅନ୍ୟତ୍ର ବଦଳି କରାଯାଇ ବିଦ୍ୟାଳୟରେ ଜଣେ ଉତ୍ତମ ଚରିତ୍ର ଓ ଭଦ୍ର ପ୍ରଧାନ ସେବକ ପ୍ରଦାନ ପାଇଁ ଦାବି କରିଛନ୍ତି ।

ବାଇଟ ୧- ମୋନାଲିଶା ମହାପାତ୍ର (ସେବାଶ୍ରମ ସେବୀକା )
ବାଇଟ ୨- ସେବାଶ୍ରମ ଛାତ୍ରୀ ( ସପ୍ତମ ଶ୍ରେଣୀ )
ବାଇଟ ୩- ସେବାଶ୍ରମ ଛାତ୍ରୀ ( ଅଷ୍ଟମ ଶ୍ରେଣୀ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.