ETV Bharat / state

ବରଗଡ ପୋଲିସକୁ 'ମୋ ସରକାର' ଯୋଜନା ବିଷୟରେ ଅବଗତ କରାଇଲେ ଡିଜି - ଅବଗତ କରାଇଲେ ଡିଜି

ରାଜ୍ୟ ପୋଲିସ ଡିଜି ବି.କେ ଶର୍ମା ବୁଧବାର ବରଗଡ ଗସ୍ତରେ ଯାଇ ଜିଲ୍ଲା ପୋଲିସ ବିଭାଗକୁ ସରକାରଙ୍କ ନୂତନ ଯୋଜନା "ମୋ ସରକାର " ବାବଦରେ ଅବଗତ କରାଇଥିଲେ |

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ
author img

By

Published : Oct 10, 2019, 1:47 AM IST

ବରଗଡ: ରାଜ୍ୟ ପୋଲିସ ଡିଜି ବି.କେ ଶର୍ମା ବୁଧବାର ବରଗଡ ଗସ୍ତରେ ଯାଇ ଜିଲ୍ଲା ପୋଲିସ ବିଭାଗକୁ ସରକାରଙ୍କ ନୂତନ ଯୋଜନା "ମୋ ସରକାର " ବାବଦରେ ଅବଗତ କରାଇଥିଲେ | ପୋଲିସ କିପରି ଲୋକଙ୍କୁ ବ୍ୟବହାର ଦେବ, ପୋଲିସ ଅଭିଯୋଗକାରୀଙ୍କୁ କିପରି ସହଯୋଗ କରିବ ସେନେଇ ଜିଲ୍ଲା ପୋଲିସ ବିଭାଗର ଏଏସଆଇ, ଏସଆଇ, ଆଇଆଇସି ଓ କନେଷ୍ଟବଳ ମାନଙ୍କୁ ଜଣାଇଥିଲେ |

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ନ୍ୟାୟ ଆଶାରେ ପୋଲିସ ନିକଟକୁ ଆସୁଥିବା ଲୋକଙ୍କ ମଧ୍ୟରେ ପୋଲିସ ଉପରେ ଧୀରେ ଧୀରେ ଭରସା ତୁଟିବାକୁ ଲାଗୁଥିବା ବେଳେ ରାଜ୍ୟ ସରକାର "ମୋ ସରକାର " ନାମରେ ନୂତନ ଯୋଜନା ଆରମ୍ଭ କରିଛନ୍ତି | ଏବଂ ପ୍ରତିଦିନ ବିଭିନ୍ନ ଅଭିଯୋଗକାରୀଙ୍କ ନିକଟକୁ ଫୋନ କରି ପୋଲିସର ବ୍ୟବହାର ଉପରେ ନଜର ରଖାଯାଉଛି |

ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତି ଉପରେ ପୋଲିସ କିପରି ଭାବରେ ବ୍ୟବହାର ପ୍ରଦର୍ଶନ କରୁଛି ? ଏତଲାକାରୀଙ୍କ ପୋଲିସର କାର୍ଯ୍ୟ ଉପରେ ସନ୍ତୁଷ୍ଟି ଅଛି ନା ନାହିଁ ? ପୋଲିସ ଅଭିଯୋଗକାରୀଙ୍କ ଠାରୁ ଅର୍ଥ ଦାବି କରିଥିଲେ କି ? ଏପରି ବିଭିନ୍ନ ପ୍ରଶ୍ନ କରାଯାଉଛି ଏତଲାକାରୀଙ୍କୁ | ପୋଲିସ ବିରୋଧରେ ଅଭିଯୋଗ ଆସିଲେ "ମୋ ସରକାର " ଯୋଜନାରେ ପୋଲିସ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ |

ତେବେ ପୋଲିସ ଡିଜି ବିକେ ଶର୍ମା ବରଗଡ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀଙ୍କୁ ଏକ ସମ୍ମିଳନୀରେ ଉଦବୋଧନ ଦେଇ ମୋ ସରକାରଙ୍କ ନିୟମାବଳୀ ଉପରେ ସଚେତନ କରିଥିଲେ | ଜିଲ୍ଲା ପୋଲିସ କର୍ମଚାରୀଙ୍କ ସମସ୍ୟା ବିଷୟରେ ମଧ୍ୟ କର୍ମଚାରୀ ମାନଙ୍କୁ ପଚାରିଥିଲେ ଡିଜି ।

ତେବେ ହାବିଲଦାର ଓ କନେଷ୍ଟବଳ ସଂଘ ପକ୍ଷରୁ ବରଗଡରେ ପୋଲିସ କର୍ମଚାରୀଙ୍କ ମାନଙ୍କ ପାଇଁ ରିହାତି ଭୋଜନାଳୟ ଏବଂ ଆଶୁ ଚିକିତ୍ସାଳୟର ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଥିଲା । ଅନ୍ୟପଟେ ପଦ୍ମପୁର ଉପଖଣ୍ଡ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ଗାଇସିଲେଟ ଥାନା ଓ ମେଳଛାମୁଣ୍ଡା ଥାନାରେ ଇନସେନଟିଭ ଆଲାଉନ୍ସ ମିଳୁନଥିବାରୁ ଏହା ଲାଗୁ କରାଯିବା ପାଇଁ ସଂଘ ପକ୍ଷରୁ ଡିଜି ବିକେ ଶର୍ମାଙ୍କୁ ନିବେଦନ ମଧ୍ୟ କରାଯାଇଥିଲା |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଓଡିଶା ପୋଲିସ ଡିଜି ବି କେ ଶର୍ମା ଆଜି ବରଗଡ ଗସ୍ତରେ ଆସିଥିବା ବେଳେ ଜିଲ୍ଲା ପୋଲିସ ବିଭାଗକୁ ସରକାରଙ୍କ ନୂତନ ଯୋଜନା "ମୋ ସରକାର " ବାବଦରେ ଅବଗତ କରାଇଥିଲେ | ପୋଲିସ କିପରି ଲୋକଙ୍କୁ ବ୍ୟବହାର ଦେବ, ପୋଲିସ ଅଭିଯୋଗକାରୀ କୁ କିପରି ସହଯୋଗ କରିବ ସେନେଇ ଜିଲ୍ଲା ପୋଲିସ ବିଭାଗର ASI , SI , IIC ଓ constable ମାନଙ୍କୁ ଜଣାଇଥିଲେ |
Body:ନ୍ୟାୟ ଆଶାରେ ପୋଲିସ ନିକଟକୁ ଆସୁଥିବା ଲୋକଙ୍କ ମଧ୍ୟରେ ପୋଲିସ ଉପରେ ଧୀରେ ଧୀରେ ଭରୋଷା ତୁଟିବାକୁ ଲାଗୁଥିବା ବେଳେ ରାଜ୍ୟ ସରକାର "ମୋ ସରକାର " ନାମରେ ନୂତନ ଯୋଜନା ଆରମ୍ଭ କରିଛନ୍ତି | ଏବଂ ପ୍ରତିଦିନ ବିଭିନ୍ନ ଅଭିଯୋଗକାରୀଙ୍କ ନିକଟକୁ ଫୋନ କରି ପୋଲିସର ବ୍ୟବହାର ଉପରେ ନଜର ରଖାଯାଉଛି | ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ବ୍ୟକ୍ତି ଉପରେ ପୋଲିସ କିପରି ଭାବରେ ବ୍ୟବହାର ପ୍ରଦର୍ଶନ କରୁଛି ? ଏତଲାକାରୀଙ୍କ ପୋଲିସର କାର୍ଯ୍ୟ ଉପରେ ସନ୍ତୁଷ୍ଟି ଅଛି ନା ନାହିଂ ? ପୋଲିସ ଅଭିଯୋଗକାରୀ ଙ୍କ ଠାରୁ ଅର୍ଥ ଦାବି କରିଥିଲେ କି ? ଏପରି ବିଭିନ୍ନ ପ୍ରଶ୍ନ କରାଯାଉଛି ଏତଲାକାରୀଙ୍କୁ | ପୋଲିସ ବିରୋଧରେ ଅଭିଯୋଗ ଆସିଲେ "ମୋ ସରକାର " ଯୋଜନାରେ ପୋଲିସ ବିରୋଧରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ |
ତେବେ ଆଜି ପୋଲିସ ଡିଜି ବିକେ ଶର୍ମା ବରଗଡ ଜିଲ୍ଲାର ସମସ୍ତ ପୋଲିସ କର୍ମଚାରୀଙ୍କୁ ଏକ ସମ୍ବିଳନୀରେ ଉଦ୍ବୋଧନ ଦେଇ ମୋ ସରକାରଙ୍କ ନିଯମାବଳୀ ଉପରେ ସଚେତନ କରିଥିଲେ | ଜିଲ୍ଲା ପୋଲିସ କର୍ମଚାରୀଙ୍କ ସମସ୍ୟା ବିଷୟରେ ମଧ୍ୟ କର୍ମଚାରୀ ମାନଙ୍କୁ ପଚାରିଥିଲେ ଶ୍ରୀ ଶର୍ମା | ତେବେ ହାବିଲଦାର ଓ କନଷ୍ଟବଳ ସଂଘ ପକ୍ଷରୁ ବରଗଡରେ ପୋଲିସ କର୍ମଚାରୀଙ୍କ ମାନଙ୍କ ପାଇଁ ରିହାତି ଭୋଜନାଳୟ ଏବଂ ଆସୁ ଚିକିତ୍ସାଳୟ ର ବ୍ୟବସ୍ଥା ପାଇଁ ଅନୁରୋଧ କରାଯାଇଥିଲା | ଅନ୍ୟପଟେ ପଦ୍ମପୁର ଉପଖଣ୍ଡ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିଲେ ମଧ୍ୟ ଗାଇସିଲେଟ ଥାନା ଓ ମେଳଛାମୁଣ୍ଡା ଥାନାରେ ଇନସେନଟିଭ ଅଲାଉନ୍ସ ମିଳୁନଥିବାରୁ ଏହା ଲାଗୁ କରାଯିବା ପାଇଁ ସଂଘ ପକ୍ଷରୁ ଡିଜି ବିକେ ଶର୍ମା ଙ୍କୁ ନିବେଦନ ମଧ୍ୟ କରାଯାଇଥିଲା |

Ready to AirConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.