ETV Bharat / state

ବରଗଡରେ ହେବ କ୍ୟାନସର ହସ୍ପିଟାଲ: ମୁଖ୍ୟମନ୍ତ୍ରୀ - ଯୋଜନାର ଶିଳାନ୍ୟାଶ

ବରଗଡ ଜିଲ୍ଲାବାସୀଙ୍କ ବହୁ ଦିନର ବାଦି ପୂରଣ ହୋଇଛି । ମଙ୍ଗଳବାର ଜିଲ୍ଲାଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।

cm Naveen
cm Naveen
author img

By

Published : Jan 21, 2020, 4:48 PM IST

ବରଗଡ: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ବରଗଡ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି । ୭୦ କୋଟି ଟଙ୍କା ବ୍ୟୟରେ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ୫ କୋଟି ବ୍ୟୟରେ ନିର୍ମିତ ସାଇନ୍ସ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବରଗଡରେ କ୍ୟାନସର ହସ୍ପିଟାଲ ହେବ: ମୁଖ୍ୟମନ୍ତ୍ରୀ

ବରଗଡରୁ ୮ କିଲୋମିଟର ଦୂର ଖେଦାପାଲି ଠାରେ ୭ ଏକର ଏରିଆରେ ନିର୍ମିତ ହୋଇଥିବା ୪ଶହ ଶଯ୍ୟା ବିଶିଷ୍ଟ ନୂତନ ଜିଲ୍ଲା ଚିକିତ୍ସାଳୟର ଉଦଘାଟନ କରିଛନ୍ତି । ଏହି ନୂତନ ଡାକ୍ତରଖାନାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦୦ ଶଯ୍ୟାରେ ରୋଗୀସେବା ଆରମ୍ଭ ହେବ । ମେଡିସିନ ୱାର୍ଡରେ ୪୮ ଶଯ୍ୟା ରହିଥିବା ବେଳେ ଶିଶୁ ୱାର୍ଡରେ ୩୪, ପ୍ରସୂତୀ ବିଭାଗରେ ୪୨, କ୍ୟାନ୍ସର ୱାର୍ଡରେ ୧୦ଟି ଶଯ୍ୟା ଏମିତି ବିଭିନ୍ନ ୱାର୍ଡରେ ସମୁଦାୟ ୨ଶହ ଶଯ୍ୟାରେ ଏବେ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ । ଏହାକୁ ଉଦଘାଟନ କଲାପରେ ମୁଖ୍ୟମନ୍ତ୍ରୀ ‘ବିଜ୍ଞାନ ଉଦ୍ୟାନ’କୁ ଉଦଘାଟନ କରିଥିଲେ । ଯାହା ୫ ଏକର ଏରିଆରେ ୫ କୋଟି ଟଙ୍କାରେ ନିର୍ମିତ ହୋଇଛି।

ଏହାପରେ ବିଭିନ୍ନ ଯୋଜନାର ଶିଳାନ୍ୟାଶ କରି ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦାନ ଦେଇ ହିତାଧିକାରୀ ମାନଙ୍କୁ ଅର୍ଥ ପ୍ରଦାନ କରିଥିଲେ । ନିଜ ଏକ ମିନିଟର ଉଦବୋଧନରେ ମୁଖ୍ୟମନ୍ତ୍ରୀ ବରଗଡରେ କ୍ୟାନସର ହସ୍ପିଟାଲ ହେବ ବୋଲି ଘୋଷଣା କରିଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଗସ୍ତକରିଛନ୍ତି ଏବଂ ୭୦ କୋଟି ବିନିମୟରେ ନବନିର୍ମିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଓ ୫ କୋଟି ଖର୍ଚ୍ଚରେ ନିର୍ମିତ ବିଜ୍ଞାନ ଉଦ୍ୟାନକୁ ଉଦଘାଟନ କରିବା ସହିତ ବହୁ ଯୋଜନାର ସିଲାନ୍ୟାଶ କରିଛନ୍ତି ।

Body:ବରଗଡରୁ ୮ କିଲୋମିଟର ଦୂର ଖେଦାପାଲି ଠାରେ ୭ ଏକର ଏରିଆରେ ତିଆରି କରାଯାଇଥିବା ୪୦୦ ବେଡ଼ କ୍ଷମତା ବିସିଷ୍ଟ ନୂତନ ଜିଲ୍ଲା ଚିକିତ୍ସାଳୟ ର ଉଦଘାଟନ କରିଛନ୍ତି । ଏହି ନୂତନ ଡାକ୍ତରଖାନାରେ ପ୍ରଥମରୁ କେବଳ ୨୦୦ ବେଡ଼ରେ ରୋଗୀସେବା ଆରମ୍ଭ କରାଯିବ । ମେଡ଼ିସିନ ୱାର୍ଡରେ ୪୮ ବେଡ଼ ରହିଥିବା ବେଳେ ଶିଶୁ ୱାର୍ଡରେ ୩୪, ପ୍ରସୂତୀ ବିଭାଗରେ ୪୨, କ୍ୟାନ୍ସର ୱାର୍ଡରେ ୧୦ ଟି ବେଡ଼ ଏପରି ବିଭିନ୍ନ ୱାର୍ଡ଼ରେ ସମୁଦାୟ ୨୦୦ ବେଡ଼ରେ ଏହି ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ । ଏହାକୁ ଉଦଘାଟନ କଲାପରେ ମୁଖ୍ୟମନ୍ତ୍ରୀ ବିଜ୍ଞାନ ଉଦ୍ୟାନକୁ ଉଦଘାଟନ କରିଥିଲେ ଯାହା ୫ ଏକର ଏରିଆରେ ୫ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଛି। ଏହାପରେ ବିଭିନ୍ନ ଯୋଜନାର ଶିଳାନ୍ୟାଶ କରି ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦାନ ଦେଇ ହିତାଧିକାରୀ ମାନଙ୍କୁ ଅର୍ଥ ପ୍ରଦାନ କରିଥିଲେ । ବରଗଡ଼ରେ କେନ୍ସର ହସ୍ପିଟାଲ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ମାତ୍ର ୧ ମିନିଟ ଭିତରେ ନିଜର ବକ୍ତବ୍ୟ ଶେଷ କରି ଚାଲିଯାଇଥିଲେ ମୁଖ୍ୟମନ୍ତ୍ରୀ ।

Conclusion:୧୨ ଟା ୨୫ ମିନିଟରେ ମୁଖ୍ୟମନ୍ତ୍ରୀ ଖେଦାପାଳି ସ୍ଥିତ ଅସ୍ଥାୟୀ ଏୟାର ଷ୍ଟ୍ରିପ କୁ ପହଞ୍ଚିଥିଲେ ଏବଂ ୧ ଟା ୨୦ ମିନିଟରେ ସମସ୍ତ କାର୍ଯ୍ୟକ୍ରମ ସାରି ଫେରିଯାଇଥିଲେ ।
ଭିଡ଼ିଇ WRAP ରେ ଯାଇଛି ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.