ETV Bharat / state

ଆଗପରି ବିକ୍ରି ହେଉନାହିଁ ବାଉଁଶ ତିଆରି ସାମଗ୍ରୀ, ଚିନ୍ତାରେ ବେପାରୀ - bargarh

ଆଗଭଳି ଆଉ ବିକ୍ରି ହେଉନାହିଁ ବାଉଁଶ ତିଆରି ଭୁଗା , ଟୁପା ଓ ଅନ୍ୟାନ୍ୟ ସାମଗ୍ରୀ। ଫଳରେ ଦୁର୍ଦ୍ଦିନରେ ବରଗଡରେ ଥିବା ବାଉଁଶ ବେପାରୀ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବରଗଡ
author img

By

Published : Feb 10, 2019, 2:50 PM IST

ବରଗଡ : ବଦଳୁଛି ସମୟ ଆଉ ତା ସହ ବଦଳୁଛି ଲୋକଙ୍କ ବଞ୍ଚିବାର ଶୈଳୀ। ପୁରୁଣା ଜିନିଷକୁ ଭୁଲି ଆଧୁନିକତାରେ ବୁଡିଯାଇଛନ୍ତି ଲୋକେ। ପ୍ଲାଷ୍ଟିକ ଦ୍ରବ୍ୟର ବହୁଳ ବ୍ୟବହାର ଏବେ ପଛରେ ପକାଇଦେଇଛି କାଠ, ବାଉଁଶ ଭଳି ବହୁ ପୁରାତନ ଜିନିଷକୁ। ଆଗଭଳି ଆଉ ବିକ୍ରି ହେଉନାହିଁ ବାଉଁଶ ତିଆରି ଭୁଗା , ଟୁପା ଓ ଅନ୍ୟାନ୍ୟ ସାମଗ୍ରୀ। ଫଳରେ ଦୁର୍ଦ୍ଦିନରେ ବରଗଡରେ ଥିବା ବାଉଁଶ ବେପାରୀ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବରଗଡ
undefined

ଦିନ ଥିଲା ଏହି ସମୟରେ ଚାରିଆଡେ ବାଉଁଶରେ ତିଆରି ବହୁ ସାମଗ୍ରୀର ବଜାରଟି ସତେ ଯେପରି ନୂଆ ବୋହୂଟିଏ ପରି ଦିଶୁଥିଲା। ଏବେ କିନ୍ତୁ ବଜାରରେ ଆଉ ଦେଖିବାକୁ ମିଳୁନାହିଁ ସେହି ଦୃଶ୍ୟ। ଜଙ୍ଗଲ ନଷ୍ଟ ହେବା ଯୋଗୁଁ ଆଉ ଉପଲବ୍ଧ ହୋଇପାରୁନି ବାଉଁଶ। ଯେଉଁ ଅଳ୍ପ ପରିମାଣରେ ବାଉଁଶ ମିଳୁଛି ବହୁ ଦାମରେ କିଣିବାକୁ ପଡୁଥିବାରୁ, ମଜୁରୀ ସହିତ ଗ୍ରାହକଙ୍କୁ ମହଙ୍ଗା ହୋଇଯାଉଛି ବାଉଁଶ ତିଆରି ସାମଗ୍ରୀ। ତେଣୁ ଯୁଗ ଯୁଗ ଧରି ଏହି ବେପାରରେ ନିଜପରିବାର ପୋଷଣ କରିଆସୁଥିବା ବେପାରୀ ଏବେ ଚିନ୍ତାରେ।

ବାଉଁଶ ଓ କାଠ ବେପାରୀ ମାନେ ଧୈର୍ଯ୍ୟହରା ନହୋଇ ପ୍ଲାଷ୍ଟିକ ଯୁଗ ସହିତ ତାଙ୍କର ସଂଘର୍ଷ ଜାରି ରଖିଛନ୍ତି ଏବଂ ଆଶା ବାନ୍ଧିଛନ୍ତି ଯେ ଦିନେ ନା ଦିନେ ପ୍ଲାଷ୍ଟିକ ବନ୍ଦ ହେବ ଏବଂ ପୁଣି ପୂର୍ବପରି ଲୋକେ ବାଉଁଶ ସାମଗ୍ରୀକୁ ଆପଣାଇବେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

ଗଣବିବାହରେ ସାମିଲ ହେଲେ 300 ଯୋଡା ବର-କନ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଆୟୋଜିତ ହୋଇଛି ଗଣବିବାହ । ଉଭୟ ମୁସଲିମ ଓ ହିନ୍ଦୁ ସମ୍ପ୍ରଦାୟର 300 ଯୋଡା ବରକନ୍ୟା ଏହି ବିବାହରେ ସାମିଲ ହୋଇଛନ୍ତି । ଏହି ଉତ୍ସବରେ ଆଲିଗଡର 109 ଯୋଡା ଏବଂ ମୋରଦାବାଦର 182 ଯୋଡାଙ୍କ ବିବାହ ସମ୍ପନ୍ନ ହୋଇଛି ।

ଧର୍ମ ଅନୁସାରେ ପାରମ୍ପରିକ ଭାବେ ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ନବ ଦମ୍ପତିଙ୍କୁ ଆର୍ଶୀବାଦ ଦେବା ପାଇଁ ବିବାହ ଉତ୍ସବରେ ପହଞ୍ଚିଛନ୍ତି ଆଲିଗଡର ସାଂସଦ ସତୀଶ ଗୌତମ ଏବଂ ବିଜେପି ବିଧାୟକ ସଂଜୀବ ରାଜା, ଅନୀଲ ପରାସର ।

ମୁଖ୍ୟମନ୍ତ୍ରୀ ସାମୁହିକ ବିବାହ ଯୋଜନା ଆଧାରରେ ଏହି ଗଣ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା । ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ଭିତରେ ଏକତା ରଖିବାର ବାର୍ତ୍ତା ବାଣ୍ଟିବା ପାଇଁ ଏଭଳି କାର୍ଯ୍ୟକ୍ରମରେ ଅନୁଷ୍ଠିତ କରାଯାଇଥିବା କହିଛନ୍ତି ସାଂସଦ ସତୀଶ ଗୌତମ ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.