ETV Bharat / state

ମାଓ ଇଲାକାରେ ଆରମ୍ଭ ହେଲା ବୈଶାଖ ମେଳା

ଓଡିଶାର ଅନ୍ୟତମ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ବରଗଡ ଜିଲ୍ଳାର ନୃସିଂହନାଥ ପୀଠରେ ମହାପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

author img

By

Published : May 14, 2019, 11:24 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ଓଡିଶାର ଅନ୍ୟତମ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ବରଗଡ ଜିଲ୍ଳାର ନୃସିଂହନାଥ ପୀଠରେ ମହାପ୍ରଭୁ ନୃସିଂହନାଥଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଜନ ସମାଗମ ହେବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଳାର ପ୍ରସିଦ୍ଧ ନୃସିଂହନାଥ ପୀଠ । ଏହି ପୀଠରେ ବର୍ଷ ତମାମ ଲାଗେ ଶ୍ରଦ୍ଧାଳୁଙ୍କ ଭିଡ । ହେଲେ ଗନ୍ଧମାର୍ଦ୍ଧନ ପାହାଡ ମାଓବାଦୀଙ୍କ କବଜାରେ ରହିଥିବାରୁ ଚଳିତ ବୈଶାଖମେଳା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି । ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମୁଥିବାରୁ ମାଓ ହିଂସାକୁ କିପରି ମୁକାବିଲା କରାଯାଇପାରିବ ସେନେଇ ସୁରକ୍ଷା ବାହିନୀ ସଜାଗ ରହିଛି । ତେବେ ଏହି ସମୟରେ ମାଓବାଦୀ କେବେ କାହାକୁ କ୍ଷତି ପହଞ୍ଚାଇନଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି ।

ଆଠ ଶହ ବର୍ଷର ସର୍ବ ପୁରାତନ ମନ୍ଦିର ନୃସିଂହନାଥ ପୀଠ । ଏଠି ପୂଜା ପାଉଛନ୍ତି ଭଗବାନ ବିଷ୍ନୁଙ୍କର ଅନ୍ୟତମ ସ୍ୱରୁପ ପ୍ରଭୁ ମାର୍ଜ୍ୟାରକେଶରୀ । ଏହି ବିଗ୍ରହଙ୍କ ଶରୀର ସିଂହ ତଥା ମୁଖମଣ୍ଡଳ ମରର୍ଜ୍ୟାର ସଦୃଶ ହୋଇଥିବାରୁ କେହି କେହି ଏହାକୁ ବିଡାଳ-ନୃସିଂହ ବୋଲି କହିଥାନ୍ତି । ତେବେ ପ୍ରତିବର୍ଷ ବୈଶାଖ ଚତୁର୍ଦ୍ଦଶୀ ଅବସରରେ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଳିତ ହେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଯାଇଛି ଏହି ମେଳା।

ଚଳଚଞ୍ଚଳ ନୃସିଂହନାଥ ପୀଠ । ବୈଶାଖ ମେଳା ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି ଏଠାକୁ। ଲୋକଙ୍କ ବିଶ୍ୱାସ ରହିଛି ଏହି ସମୟରେ ଯିଏ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.