ବରଗଡ: ବ୍ୟବସାୟୀକ ସଂଘ ଅତାବିରା ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ବରଗଡ ଜିଲ୍ଲା ଅତାବିରା ସହରରେ କିଛି ଦିନ ହେଲା ବଢିଚାଲିଛି ଚୋରି, ଲୁଣ୍ଠନ, ହତ୍ୟା ଇତ୍ୟାଦି କାର୍ଯ୍ୟକୁ ଦମନ ତଥା ବ୍ୟବସାୟୀ ଓ ସହରବାସୀଙ୍କ ଧନ ଜୀବନ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତାବିରା ତହସିଲଦାରଙ୍କୁ ୪ ଦଫା ଦାବି ନେଇ ଭେଟିବା ସହ ଏକ ଦାବିପତ୍ର ଦେଇଛନ୍ତି।
୧୫ ଦିନରୁ ଊର୍ଦ୍ଧ୍ଵ ବିତିଯାଇଥିଲେ ସୁଦ୍ଧା ଦିନ ଦ୍ଵିପହରରେ ଲକ୍ଷ ଲକ୍ଷ ଟଙ୍କାର ସୁନାଗହଣା ଚୋରୀ ଘଟଣାର ପର୍ଦ୍ଦାଫାସ, ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉ । ପ୍ରତିଶ୍ରୁତି ଅନୁଯାଇ ପିସିଆର ଭ୍ୟାନ ଯୋଗାଇ ଦିଆଯାଉ ଏମିତି ଅନେକ ଦାବି କରିବା ସହ ତୁରନ୍ତ ଦାବି ପୂରଣ ନହେଲେ ଆସନ୍ତା 13 ତାରିଖ ତଥା ମଙ୍ଗଳବାର ଦିନଠାରୁ ଅନିର୍ଦ୍ଧିଷ୍ଟ କଳା ପାଇଁ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛି ସଂଘ ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ