ETV Bharat / state

6 ଘଣ୍ଟିଆ ଅତାବିରା ବନ୍ଦ: ସହରର ସମସ୍ତ ଦୋକାନ-ବଜାର ଅଚଳ - ମନ୍ଦିରରୁ ଚୋରି ଘଟଣାକୁ ବିରୋଧ

ଦୁର୍ଗାଙ୍କ ମନ୍ଦିରରୁ ଚୋରି ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି(ମଙ୍ଗଳବାର) ଅତାବିରା ବନ୍ଦ । ଅଧିକ ପଢନ୍ତୁ...

ମନ୍ଦିରରୁ ଚୋରି ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଅତାବିରା ବନ୍ଦ

author img

By

Published : Nov 9, 2021, 10:35 AM IST

Updated : Nov 9, 2021, 10:42 AM IST

ବରଗଡ଼: ଅତାବିରା ସହରକୁ 6 ଘଣ୍ଟିଆ ବନ୍ଦ ଡ଼ାକରା ଦେଇଛି ଅତାବିରା ନାଗରିକ କମିଟି । ମା' ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିବା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି(ମଙ୍ଗଳବାର) ଅତାବିରାବାସୀ ଏହି ବନ୍ଦ ଡ଼ାକରା ଦେଇଛନ୍ତି ।

6 ଘଣ୍ଟିଆ ଅତାବିରା ବନ୍ଦ: ସହରର ସମସ୍ତ ଦୋକାନ-ବଜାର ଅଚଳ
ବରଗଡ଼ ଜିଲ୍ଲାରେ ବାରମ୍ବାର ଚୋରି ଡକାୟତି ବଢି ଚାଲିଥିବାବେଳେ ମନ୍ଦିରରେ ମଧ୍ୟ ଚୋରି ବଢ଼ିଚାଲିଛି । ଗତ କିଛିଦିନ ତଳେ ଅତାବିରାର ପ୍ରସିଦ୍ଧ ମା' ଦୁର୍ଗାଙ୍କ ମନ୍ଦିରରେ ଚୋରି ହୋଇଥିଲା ଏବଂ ଏହି ଚୋରି ଘଟଣାର ଭିଡ଼ିଓ ମନ୍ଦିରର ସିସି ଟିଭିରେ କଏଦ ମଧ୍ୟ ହୋଇଥିଲା । ମାତ୍ର ଆଜିଯାଏଁ ପୋଲିସର ହାତ ଖାଲି ରହିଛି । ପୋଲିସ ମନ୍ଦିରରୁ ହୋଇଥିବା ଏହି ଚୋରି ଘଟଣାକୁ ଆଦୌ ଗୁରୁତ୍ୱ ଦେଉନଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଯାଇଥିଲା ।

ତେବେ ଅତାବିରା ପୋଲିସର ନିଷ୍କ୍ରିୟତାକୁ ନେଇ ଆଜି ଅତାବିରା ନାଗରିକ କମିଟି ପକ୍ଷରୁ 6 ଘଣ୍ଟିଆ ଅତାବିରା ବନ୍ଦ ଡାକରା ଦିଆଯାଇଛି । ଆଜି ସକାଳ 6 ଟାରୁ ଦିନ 12 ଟା ପର୍ଯ୍ୟନ୍ତ ଏହି ବନ୍ଦ ପ୍ରତିବାଦ ଜାରି ରହିଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Nov 9, 2021, 10:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.