ETV Bharat / state

ଦୁଇ ଭାଇଙ୍କ ଘରୋଇ କଳହରେ ଏସିଡ ମାଡ଼, 5 ଗୁରୁତର - ବରଗଡ ଏସିଡ ମାଡ ଖବର

ବରଗଡର ସହରରେ ଦୁଇ ଭାଇଙ୍କ ଘରୋଇ କଳହରେ ହେଲା ଏସିଡ ମାଡ଼ । ମହିଳାଙ୍କ ସମେତ 5 ଜଣ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

ଦୁଇ ଭାଇଙ୍କ ଘରୋଇ କଳହରେ ଏସିଡ ମାଡ଼, 5 ଗୁରୁତର

author img

By

Published : Dec 11, 2021, 10:27 PM IST

ବରଗଡ: ସହରରେ ଏସିଡ ମାଡ଼ରେ 5 ଗୁରୁତର । ବରଗଡ଼ ଟାଉନ ସ୍ଥିତ ୧୧ ନଂ ଓ୍ବାର୍ଡର ନୂଆପଡ଼ାରେ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ଭୟଙ୍କର ରୂପ ନେଇ ଏସିଡ୍‌ ମାଡ଼ ହୋଇଛି। ଏସିଡ ମାଡ଼ରେ ଜଣେ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁଇ ଭାଇଙ୍କ ଘରୋଇ କଳହରେ ଏସିଡ ମାଡ଼, 5 ଗୁରୁତର

ସୂଚନା ଅନୁଯାୟୀ ବରଗଡ଼ 11 ନମ୍ବର ୱାର୍ଡ଼ ନୂଆଁପଡା ଠାରେ ମନୋଜ ସୋନି ଏବଂ ପବନ ସୋନି ଦୁଇ ଭାଇ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳରେ ଉଭୟ ଭାଇଙ୍କ ସ୍ତ୍ରୀ ଗୀତା ଦେବୀ ଏବଂ ପିଙ୍କୁ ଶର୍ମା ମଧ୍ୟ ଗଣ୍ଡଗୋଳ କରିଥିଲେ। ତେବେ ସ୍ଥାନୀୟ ପଡ଼ାବାସୀ ଏହାର ସମାଧାନ ପାଇଁ ପହଞ୍ଚିଥିଲେ ମାତ୍ର ସମାଧାନ ନହୋଇ ଗଣ୍ଡଗୋଳ ବଢ଼ିଯାଇଥିଲା ଏବଂ ହଠାତ ପବନ ଏସିଡ୍‌ ମାଡ଼ କରିଥିଲେ। ଏହି ଏସିଡ୍‌ ମାଡ଼ରେ ପାଞ୍ଚ ଜଣଙ୍କ ସହିତ ପବନ ନିଜେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ତେବେ ସମସ୍ତ ଗୁରୁତରଙ୍କୁ ବରଗଡ଼ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୀମସାର୍‌ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ପବନଙ୍କୁ ଟାଉନ ପୋଲିସ ଥାନାରେ ଅଟକ ରଖିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.