ETV Bharat / state

ବରଗଡରେ ପୁଣି ଜଣଙ୍କର ମୁଣ୍ଡ ନେଲା କୋରୋନା: ୫୮୩ ସଂକ୍ରମିତ, ୨ ମୃତ - କୋଭିଡ୍ 19

ବରଗଡ ଜିଲ୍ଲାରେ 7 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ କୋରୋନା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏହାସହ ସଂକ୍ରମିତଙ୍କ ସଂଖ୍ୟା ୫୮୩କୁ ବୃଦ୍ଧି ପାଇଛି। ଅଧିକ ଖବର ପଢନ୍ତୁ...

ବରଗଡରେ ପୁଣି ଜଣଙ୍କର ମୁଣ୍ଡ ନେଲା କୋରୋନା: ୫୮୩ ସଂକ୍ରମିତ, ୨ ମୃତ

author img

By

Published : Aug 9, 2020, 7:28 AM IST

ବରଗଡ: ଜିଲ୍ଲାରେ ରବିବାର(ଆଜି) 7 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ କୋରୋନା ରୋଗୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ବରଗଡ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା 583 କୁ ପହଞ୍ଚିଥିବା ବେଳେ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା 2 କୁ ପହଞ୍ଚିଛି।

ବରଗଡରେ ଆଜିର 7 ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ କୋରୋନା ଯୋଦ୍ଧା ସାମିଲ ଥିବା ବେଳେ ଅନ୍ୟ ମାନେ ବରଗଡ ବ୍ଲକ, ସୋହେଲା ବ୍ଲକ , ଗାଇସିଲେଟ ବ୍ଲକ ଓ ବରପାଲି ବ୍ଲକରୁ ରହିଛନ୍ତି। ଜଣେ ସଂକ୍ରମିତ 23 ବର୍ଷର ମହିଳା ହୋଇଥିବା ବେଳେ ଅନ୍ୟ ସମସ୍ତ ସଂକ୍ରମିତ ପୁରୁଷ ଅଟନ୍ତି ।

ବରଗଡ ଜିଲ୍ଲା କୋରୋନା ହଟସ୍ପଟ ଅଞ୍ଚଳ ପାଲଟିଥିବା କଟାପାଳି ଗ୍ରାମର ଜଣେ 60 ବର୍ଷର କୋରୋନା ରୋଗୀଙ୍କ ଚିକିତ୍ସିତ ଅବସ୍ଥାରେ ଆଜି ମୃତ୍ୟୁ ହୋଇଛି। ଆକ୍ରାନ୍ତ ଜଣକ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିଲେ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.