ETV Bharat / state

ଅଙ୍ଗନବାଡି କର୍ମୀଙ୍କୁ କୋରୋନା ଯୋଦ୍ଧା ଟ୍ରଫିରେ ସମ୍ମାନିତ କଲା ସମ୍ବିଧାନ ସୁରକ୍ଷା ମଞ୍ଚ - ସମ୍ବିଧାନ ସୁରକ୍ଷା ମଞ୍ଚ

ଅଙ୍ଗନବାଡି କର୍ମୀଙ୍କୁ ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ମାନିତ କରାଯିବା ସହିତ ଏମାନଙ୍କୁ କୋରୋନା ଯୋଦ୍ଧା ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଅଙ୍ଗନବାଡି କର୍ମୀଙ୍କୁ କୋରୋନା ଯୋଦ୍ଧା ଟ୍ରଫିରେ ସମ୍ମାନିତ କଲା ସମ୍ବିଧାନ ସୁରକ୍ଷା ମଞ୍ଚ

author img

By

Published : Jun 28, 2020, 10:54 PM IST

ବରଗଡ: ଦିନକୁ ଦିନ କରୋନା ଜିଲ୍ଲାରେ ବଢିଚାଲିଛି ମହାମାରୀ କୋରୋନା ସଂକ୍ରମଣ । ଗୋଷ୍ଠୀ ସଂକ୍ରମଣର ଆଶଙ୍କା ମଧ୍ୟ ଦେଖାଗଲାଣି । ଏପରିସ୍ଥିତିରେ ସମାଜସେବା ପାଇଁ କାମ କରୁଥିବା ଲେକେ ବି ଆଗକୁ ଗୋଡ କାଢୁନାହାନ୍ତି । ହେଲେ ଏପରି ସଙ୍କଟ ସମୟରେ ଭୟଭୀତ ନହୋଇ ଘରକୁ ଘର ଯାଇ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି କୋରୋନା ଯୋଦ୍ଧା ସାଜିଥିବା ଆଙ୍ଗନବାଡି କର୍ମୀ ।

ଅଙ୍ଗନବାଡି କର୍ମୀଙ୍କୁ କୋରୋନା ଯୋଦ୍ଧା ଟ୍ରଫିରେ ସମ୍ମାନିତ କଲା ସମ୍ବିଧାନ ସୁରକ୍ଷା ମଞ୍ଚ

ଏହି ଅଙ୍ଗନବାଡି କର୍ମୀଙ୍କୁ ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ମାନିତ କରାଯିବା ସହିତ ଏମାନଙ୍କୁ କୋରୋନା ଯୋଦ୍ଧା ପୁରସ୍କାର ପ୍ରଦାନ କରାଯାଇଛି । ଯାହାକି ଏପରି କୋରୋନା ଯୋଦ୍ଧାମାନଙ୍କର ମନୋବଳକୁ ଆଜି ଦ୍ଵିଗୁଣିତ କରିଦେଇଥିବା କହିଛନ୍ତି ଆଙ୍ଗନବାଡି କର୍ମୀମାନେ ।

ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ପୋଲିସ, ଡାକ୍ତର, ନର୍ସ ଓ ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଉଥିବାବେଳେ ରବିବାର ବରଗଡର ଅଙ୍ଗନବାଡି କର୍ମୀମାନଙ୍କୁ ମଧ୍ୟ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ମାନିତ କରାଯାଇଛି । ଅଙ୍ଗନବାଡି କର୍ମୀମାନେ ଏଥିରେ ନିଜକୁ ଗର୍ବିତ ଅନୁଭବ କରିଛନ୍ତି ଏବଂ ତାଙ୍କର ମନୋବଳ ବଢିଯାଇଥିବା ପ୍ରକାଶ କରିଛନ୍ତି । କୋରୋନା ରୋଗକୁ ହରାଇବା ପର୍ଯ୍ୟନ୍ତ ଏମାନେ ଆହୁରି ମନଦେଇ ଖୁସିରେ କାମ କରିବେ ବୋଲି ଉତ୍ସାହ ସହକାରେ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.