ETV Bharat / state

ସମୟ କାଳଚକ୍ରରେ ଅଜେୟ ଯୋଦ୍ଧା ‘ଆଲୋକ ଦେବତା’

ଏ ହେଉଛି 39 ବର୍ଷୀୟ ଆଲୋକଙ୍କ କଥା । ଯିଏ 7 ବର୍ଷ ତଳେ ଦଇବର ଗତିକୁ ବେଶ୍‌ ନିକଟରୁ ଅନୁଭବ କରିଥିଲେ । ଏହି ସଂଗ୍ରାମରେ ନିଜର ବାମ ଗୋଡକୁ ସେ ହରାଇଥିଲେ ସତ ହେଲେ ନିଜର ଦୃଢ ଆତ୍ମବଳ ଯୋଗୁଁ ବଞ୍ଚିଯାଇଥିଲା ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 28, 2019, 1:30 PM IST

Updated : May 28, 2019, 3:04 PM IST

ବରଗଡ: ବଡ ବିଚିତ୍ର ସମୟର କାଳଚକ୍ର । ଏହାର ମାୟା ବୁଝିପାରିବା ମଣିଷ ପକ୍ଷେ ଅସମ୍ଭବ ପ୍ରାୟ । ତେବେ ଏହି କାଳଚକ୍ର ଯେ କେବେ କାହାକୁ ନେଇ କେଉଁ ସ୍ଥାନରେ ପହଞ୍ଚାଇବ ତାହାର କିଛି ଠିକଣା ନଥାଏ । ତେଣେ ଏହି କାଳଚକ୍ର ଯେ କେତେ ଭୟଙ୍କର ହୋଇପାରେ ତାହା ଅଙ୍ଗେ ନିଭାଇଛନ୍ତି ଆଲୋକ ପ୍ରସାଦ ଦେବତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଏ ହେଉଛି 39 ବର୍ଷୀୟ ଆଲୋକଙ୍କ କଥା । ଯିଏ 7 ବର୍ଷ ତଳେ ଦଇବର ଗତିକୁ ବେଶ୍‌ ନିକଟରୁ ଅନୁଭବ କରିଥିଲେ । ଘଟଣାକ୍ରମେ ଯେବେ ଆଲୋକଙ୍କୁ 32 ବର୍ଷ ହୋଇଥିଲା ସେବେ ଆଖିରେ ଅନେକ ସ୍ବପ୍ନ ନେଇ ନିଜ ଭବିଷ୍ୟତକୁ ଗଢି ତୋଳିବା ପାଇଁ ବେଶ୍‌ ଉତ୍ସାହିତ ଥିଲେ ଆଲୋକ । ବିବାହ କରିବା ପାଇଁ ପ୍ରଥମେ ନିଜ ଗୋଡରେ ନିଜେ ଛିଡା ହୋଇ ଆତ୍ମନିର୍ଭରଶୀଳ ହେବା ଦରକାର ବୋଲି ହୃଦ୍‌ବୋଧ କରିଥିଲେ ଆଲୋକ ।

ହେଲେ କିଛି କରିବା ପୂର୍ବରୁ 2012ରେ ଇଲେକ୍ଟ୍ରି କାମ କରି ପରିବାର ଚଳାଉଥିବା ସମୟରେ ହଠାତ୍‌ ତାଙ୍କ ଉପରେ ମାଡିଥିଲା କାଳ । କାମ ସାରି ଘରକୁ ଫେରୁଥିବା ସମୟରେ ପଛରୁ ଚଢିଯାଇଥିଲା ଟ୍ରକ । ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇ ମୃତ୍ୟୁ ସହ ଅତି ନିକଟରୁ ସଂଗ୍ରାମ କରିଥିଲେ ଆଲୋକ । ଏହି ସଂଗ୍ରାମରେ ନିଜର ବାମ ଗୋଡକୁ ସେ ହରାଇଥିଲେ ସତ ହେଲେ ନିଜର ଦୃଢ ଆତ୍ମବଳ ଯୋଗୁଁ ବଞ୍ଚିଯାଇଥିଲା ଜୀବନ ।

ଆଲୋକଙ୍କର ଏପରି ଅବସ୍ଥା ଦେଖି ପରିବାର ଲୋକେ ତାଙ୍କୁ ସାହାସ ଦେବେ କ’ଣ ନିଜେ ଆତ୍ମବିଶ୍ବାସ ହରାଇ ବସିଥିଲେ । ହେଲେ ବେଶ୍‌ ଦୃଢତାର ସହ ନିଜ ଜୀବନର ଗତିକୁ ଗ୍ରହଣ କରି ଆଗେଇବା ପାଇଁ ନିଷ୍ପତ୍ତି ନେଇଥିଲେ ଆଲୋକ । ଗୋଡ ହରାଇବା ପରେ ଏବେ ପରିବାର ଉପରେ ନିର୍ଭର ନକରି ନିଜ ପାଇଁ ନିଜେ ରୋଜଗାର କରିବା ପାଇଁ ଠାଣି ନେଇଛନ୍ତି ଆଲୋକ । ଫଳରେ ଅସହ୍ୟ ଗରମରେ ଗଛ ତଳେ ବସି ଲୋକଙ୍କ ମନଜାଣି କେବେ ତରଭୂଜ ତ କେବେ ପୁଣି ତାଳସଜ ବିକୁଛନ୍ତି ଆଲୋକ ।

ବର୍ତ୍ତମାନ ସମୟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଥିବା ବେଳେ ଦିନ ସମୟରେ ଘରୁ ବାହାରିବା ଏକପ୍ରକାର ଅସମ୍ଭବ ହୋଇ ପଡୁଛି । ଏମିତିରେ ନିଜେ ଘରୁ ବାହାରି ଲୋକଙ୍କୁ ସୁସ୍ବାଦୁ ଫଳର ମଜା ଦେଉଛନ୍ତି ଆଲୋକ । ଆଗ ଭଳି ଏବେ ତାଳସଜ ଏତେ ସହଜରେ ମିଳୁ ନଥିବାରୁ ଆଲୋକଙ୍କ ଫଳ ଦୋକାନ ଆଗରେ ଜମୁଛି ଗ୍ରାହକଙ୍କ ଭିଡ । ତେବେ ଆଲୋକଙ୍କୁ ଏଥିରେ ସହାୟତାର ହାତ ବଢାଇଛନ୍ତି ତାଙ୍କର କିଛି ସାଥୀ । ଫଳ ଯୋଗାଡି ତାଙ୍କୁ ଯୋଗାଇବାଠାରୁ ଆରମ୍ଭ କରି ଦୋକାନରେ ସାହାଯ୍ୟ କରିବା ପର୍ଯ୍ୟନ୍ତ ସବୁଥିରେ ଠିଆ ହୋଇଛନ୍ତି ଆଲୋକଙ୍କ ସାଥି ।

ହାତ ଗୋଡ କାମ କରୁଥିଲେ ମଧ୍ୟ ପରିଶ୍ରମ ନ କରି ଭିକ୍ଷା ଭଳି ବୃତ୍ତିକୁ ଅନେକ ଆପଣାଉଥିବା ଦୃଶ୍ୟ ଆଜିକାଲି ସାଧାରଣ ହେବାରେ ଲାଗିଛି । ଏମିତିରେ ଗୋଟିଏ ଗୋଡ ହରାଇ ମଧ୍ୟ ହାର ମାନି ନାହାନ୍ତି ଆଲୋକ ଦେବତା ଏବଂ ଅନ୍ୟଙ୍କ ପାଇଁ ପାଲଟି ଯାଇଛନ୍ତି ଏକ ଜୀବନ୍ତ ଉଦାହରଣ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
ସମୟର କାଳଚକ୍ର କେବେ କାହାକୁ କେଉଁ ସ୍ଥାନକୁ ପହଞ୍ଚାଇଦିଏ ତାହା ସେଇ କାଳଚକ୍ର ର ଚକ୍ରବ୍ୟୁହ ରେ ପଡିଥିବା ବ୍ୟକ୍ତି ଠାରୁ କେହି ଅଧିକ ଜାଣିପାରିବେ ନାହି | କିଏ ରାଜାରୁ ଭିକାରି ହୋଇଯାଏ ତ  ଆଉ କିଏ ଭିକାରି ରୁ ରାଜା ହୋଇଯାଏ | କାହାର ହସଖୁସି ଦୁନିଆ ଉଜୁଡିଯାଇଥାଏ ତ ଆଉ କିଏ ଦୁର୍ଦିନରୁ  ସ୍ଵର୍ଗସୁଖ ପାଇଥାଏ |ଗରିବ ହେଉ ଅବା ଧନୀ କାହାକୁ ମଧ୍ୟ ଛାଡିନଥାଏ ସମୟର ଏହି କାଳଚକ୍ର | ତେବେ ସମସ୍ତ ପରିସ୍ଥିତିରେ ସମଭାବପନ୍ନ ହୋଇ ଧର୍ଯ୍ୟର ସହିତ ପରିସ୍ଥିତିର ମୁକାବିଲା କରିବା ପରି ଶକ୍ତି ସମସ୍ତଙ୍କ ପାଖରେ ଲୁକ୍କାୟିତ ଭାବରେ ରହିଥାଏ ଏବଂ ଏହି ଶକ୍ତିକୁ ଠିକ ପରିସ୍ଥିତିରେ ଉପଯୋଗ କରିବା ହିଁ ଜଣେ ବୁଦ୍ଧିମାନ ବ୍ୟକ୍ତି ର ପରିଚୟ |  ଏହି ଉକ୍ତିର ସତ୍ୟତା ପ୍ରତିପାଦନ କରିଛନ୍ତି ବରଗଡ ସହରର ଆଲୋକ ପ୍ରସାଦ ଦେବତା|
    ୩୯ ବର୍ଷର ଆଲୋକ , ହଠାତ ତାଙ୍କର ଜୀବନରେ ଘୋଟିଯାଇଥିଲା ଅନ୍ଧାର | ସାତ ବର୍ଷ ତଳେ ୨୦୧୨ ମସିହାରେ ଆଲୋକ ଯେତେବେଳେ ୩୨ ବର୍ଷ ବଯସର ଥିଲେ ନାନା ସ୍ଵପ୍ନ ଦେଖିଥିଲେ ନିଜ ଜୀବନର ଭବିଷ୍ୟତ ପାଇଁ | ଭାବିଥିଲେ ଭଲ ଦୁଇପଇସା ରୋଜଗାର କରି ନିଜ ଗୋଡରେ ନିଜେ ଛିଡା ହେବାପରେ ସେ ବାହା ହେବେ ଏବଂ ସୁଖର ସଂସାର ଗଢିବେ| ସେଥିପାଇଁ ସେ ଦିନ ରାତି ପରିଶ୍ରମ କରି ଇଲେକ୍ଟ୍ରିକ କାମରେ ଭଲ ରୋଜଗାର କରୁଥିଲେ ଏବଂ ଘରେ ତାଙ୍କ ମାଁ ଓ ସାନ  ଭାଇ ସହିତ ବେସ ଖୁଶିରେ ରହୁଥିଲେ | ହେଲେ କାଳଚକ୍ରର  ଚକ୍ରବ୍ୟୁହ ରେ ପଡିଯାଇଥିଲେ ଆଲୋକ | କାମରୁ ଫେରୁଥିବା ବେଳେ ହଠାତ ତାଙ୍କୁ ପଛପଟୁ ଧକ୍କା ଦେଇ ତାଙ୍କ ଉପରେ ମାଡିଯାଇଥିଲା ଏକ ଟ୍ରକ | ଦୀର୍ଘ ଦିନ ଧରି ଡାକ୍ତରଖାନାରେ  କୋମାରେ ପଡିରହିଲେ ଆଲୋକ | ମୃତ୍ୟୁ ସହ ସଂଗ୍ରାମ କରିଚାଲିଥିଲେ ମାସମାସ ଧରି ପଡିରହିଲେ ଡାକ୍ତରଖାନାରେ | ନିଜ ଭବିଷ୍ୟତ ପାଇଁ ଉପାର୍ଜିତ ସମସ୍ତ ଅର୍ଥ ଶେଷ ହୋଇଗଲା ସିନା ହେଲେ ବଞ୍ଚିଗଲା  ଜୀବନ | ଯେତେବେଳେ ଆଲୋକ ବିଛଣାରୁ ଉଠିଲେ ତାଙ୍କର ବାମ ଗୋଡ ନଥିଲା  | ଦୁର୍ଘଟଣାରେ କଟି ଯାଇଥିଲା ତାଙ୍କର ବାମ ଗୋଡ | ନିଜ ଗୋଡ ହରାଇ ବ୍ୟାକୁଳ ହୋଇଉଥିଲେ ଆଲୋକ ପରିବାର ଲୋକେ ତଥା ବନ୍ଧୁ ବାନ୍ଧବ କେହି ସାହସ କରି ପାରିନଥିଲେ ଏହି ପରିସ୍ଥିତିକୁ ସାମନା କରିବା ପାଇଁ |  କିନ୍ତୁ ଆଲୋକ ଖୁବ ଶୀଘ୍ର ନିଜକୁ ସମ୍ଭାଳି ନେଇଥିଲେ ଏବଂ ନିଜେ ଧର୍ଯ୍ୟ ହରା ନହୋଇ କାଳଚକ୍ର ର ଚକ୍ରଭ୍ୟୁହ ରୁ ମୁକୁଳିବା ଶିଖିଯାଇଥିଲେ | ଗୋଟେ ଗୋଡ ନଥିଲେ ମଧ୍ୟ ସେ ପରିବାର ଉପରେ ବୋଝ ନହୋଇ ନିଜ ର କିଛି ବ୍ୟାପାର କରି ସେ ପରିବାର ପୋଷଣ ମଧ୍ୟ କରିବାର କ୍ଷମତା ହାସଲ କରିପାରିଛନ୍ତି |
୪୭ ଡିଗ୍ରୀ ଗ୍ରୀଷ୍ମ ପ୍ରବାହରେ ଲୋକଙ୍କ ପାଇଁ  ଘର ଭିତରୁ ବାହାରିବା କଷ୍ଟକର ହୋଇପଡିଥିବା ବେଳେ ଆଲୋକ ଗୋଟେ ଗଛ ମୂଳେ କେବେ ତାଳ ତ ଆଉ କେବେ ତରଭୁଜ ବିକ୍ରି କରିବାରେ ବ୍ୟସ୍ତ ରହିଥାନ୍ତି | ଗାଁ ଗଣ୍ଡାରୁ ତାଳଗଛରୁ  ତାଳ ସଂଗ୍ରହ କରିଆଣି ବରଗଡରେ ତାଳ  ବିକ୍ରିକରିଥାନ୍ତି  ଆଲୋକ | ସହରରେ ଏହାର ଚାହିଦା ଅଧିକ ରହିଥିବା ବେଳେ ଆଲୋକ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ଏବଂ ତାଙ୍କର ସାଙ୍ଗ ସାଥି ମାନେ ମଧ୍ୟ କିଛି କିଛି ଆଲୋକଙ୍କ ବ୍ୟାପାରରେ ସାହାଯ୍ୟର ହାତ ବଢାଇଥାନ୍ତି | ଆଲୋକ ନିଜକୁ ଆଦୌ ଆସହାୟ ମନେ କରନ୍ତି ନାହି ଏବଂ ବିତିଯାଇଥିବା ଘଟଣାକୁ ମନରୁ ଭୁଲିଯାଇ କାଳଚକ୍ର ର ଚକ୍ରବ୍ୟୁହ ରୁ ସମ୍ପୂର୍ଣ ରୂପେ ବାହାରିଯିବାରେ ସଫଳ ହୋଇପାରିଛନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି |
 ବାଇଟ ଓ ଭିଡିଓ MOJO ରେ ଯାଇଛି |
 slug-odbgh_aalokdevta_7203682
ବାଇଟ 1- ଆଲୋକ ପ୍ରକାଶ ଦେଵତା 
ବାଇଟ 2- ସଂଜୀବ ସାହୁ ( ଗ୍ରାହକ )
Last Updated : May 28, 2019, 3:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.