ETV Bharat / state

ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ସର୍ବଶ୍ବାନ୍ତ ଜିତେନ୍ଦ୍ର - ସର୍ବଶାନ୍ତ୍ବ ଜିତେନ୍ଦ୍ର

ଏକ ଦୁର୍ଘଟଣାର ଶିକାର ହୋଇ ସର୍ବସ୍ବ ହରାଇଥିଲେ ବରଗଡ ଜିଲ୍ଲା ରୁହୁଣିଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ। ତଥାପି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବା ଜିତେନ୍ଦ୍ର ଏବେ ସରକାରଙ୍କୁ ସହାୟତା ପାଇଁ କରିଛନ୍ତି ନିବେଦନ। ଅଧିକ ପଢ଼ନ୍ତୁ...

ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ସର୍ବଶ୍ବାନ୍ତ ଜିତେନ୍ଦ୍ର
author img

By

Published : Nov 13, 2019, 11:53 PM IST

ବରଗଡ଼: ସମୟ ଥିଲା ନିଜ ଜମିରୁ ଚାଷବାସ କାମ କରି ବାହାରେ ମଧ୍ୟ କାମଧାମ କରି ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ ବରଗଡ଼ ସଦର ରୁହୁଣିଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଦୁର୍ଘଟଣାର ଶିକାର ହୋଇ ସର୍ବସ୍ବ ହରାଇ ଘରେ ପଡିରହିଲେ ଜିତେନ୍ଦ୍ର ଏବଂ ନିଜ ଚିକିତ୍ସା ତ ଦୂରର କଥା ଘର ଚଳାଇବା ପାଇଁ ମଧ୍ୟ ଅସମର୍ଥ ହୋଇ ପଡିଛନ୍ତି ସେ।

ବରଗଡ଼ ସଦରର ରୁହୁଣିଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ ନିଜ ଅଢ଼େଇ ଏକର ଜମିରେ ଚାଷ କାମ କରିବା ସହିତ ବରଗଡ଼ର ଏକ ଘରୋଇ କମ୍ପାନୀରେ କାମ ମଧ୍ୟ କରୁଥିଲେ । ଏପରି ଅକ୍ଲାନ୍ତ ପରିଶ୍ରମ କରି ଜିତେନ୍ଦ୍ର ନିଜ ଦୁଇ ସନ୍ତାନ ଓ ମା ବାପାଙ୍କ ସହିତ ପୁରା ପରିବାରର ଭରଣ ପୋଷଣ କରୁଥିଲେ । ଗତ ମାର୍ଚ୍ଚ ମାସ 5 ତାରିଖରେ ଜିତେନ୍ଦ୍ର କାମରେ ଯାଇଥିବା ବେଳେ ବରଗଡ଼ କାଳୀ ମନ୍ଦିର ଛକ ଠାରେ ତାଙ୍କର ଦୁର୍ଘଟଣା ହୋଇଥିଲା। ସେ ବାଇକରେ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାରର କବାଟ ଭିତରପଟୁ ହଠାତ କେହି ଖୋଲି ଦେଇଥିଲା । ଫଳରେ ଜିତେନ୍ଦ୍ର ଏକ ଟ୍ରାକ୍ଟର ଟ୍ରଲିରେ ପିଟିହୋଇ ତଳେ ପଡ଼ିଯାଇଥିଲେ। ଏହି ଦୁର୍ଘଟଣାରେ ଜିତେନ୍ଦ୍ରଙ୍କ ଗୋଡ଼ ଅଚଳ ହୋଇଯାଇଥିଲା, ମୁଣ୍ଡରେ ଗଭୀର କ୍ଷତ ହୋଇ ଉପର ଭାଗ ଖପୁରି ସମ୍ପୂର୍ଣ୍ଣ ଉଠିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବି ନେଇଥିଲେ କିନ୍ତୁ ଭଗବାନଙ୍କ କୃପାରୁ ସେ ବଞ୍ଚିଯାଇଥିଲେ।

ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ସର୍ବଶ୍ବାନ୍ତ ଜିତେନ୍ଦ୍ର

ଦୀର୍ଘ 7 ମାସ ପର୍ଯ୍ୟନ୍ତ ଚିକିତ୍ସା ହେବାପରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା ହେଲେ ଦୁର୍ଘଟଣା ପରେ ତାଙ୍କର ଡାହାଣ ଆଖି ଏବଂ ଡାହାଣ ଗୋଡ଼ ମଧ୍ୟ ଅକର୍ମଣ୍ୟ ହୋଇପଡିଲା । ଜିତେନ୍ଦ୍ରଙ୍କ ବାପା ତାଙ୍କର ବୃଦ୍ଧାବସ୍ଥାରେ ମଧ୍ୟ ପୁଅକୁ ବଞ୍ଚାଇବା ପାଇଁ ସମସ୍ତ ଧନ ସମ୍ପତ୍ତି ଖର୍ଚ୍ଚ କରିଦେଲେ । ବଡ଼ ବଡ଼ ଡ଼ାକ୍ତରଖାନାରେ ପୁଅର ଚିକିତ୍ସା ପାଇଁ ଆଠ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ପୁଅକୁ ଫେରିପାଇଥିଲେ। ହେଲେ ପୁଅର ଚିକିତ୍ସା ପାଇଁ ସେତିକି ଅର୍ଥ ପର୍ଯ୍ୟାପ୍ତ ହୋଇନଥିଲା । ଆହୁରି ଅର୍ଥ ଦରକାର ପଡ଼ିଥିଲା ତେଣୁ ସର୍ବସ୍ବ ହରାଇଥିବା ବାପା ପାଖରେ ଆଉ ଅଧିକ ଟଙ୍କା ନଥିବାରୁ ସେ ପୁଅକୁ ନେଇ ନିଜ ଘରକୁ ଫେରିଆସିଥିଲେ ।

ବର୍ତ୍ତମାନ ଜିତେନ୍ଦ୍ରଙ୍କ ଚିକିତ୍ସା ପାଇଁ ଟଙ୍କା ତ ଦୂରର କଥା ଖାଇବା ପାଇଁ ମଧ୍ୟ ଘରେ ଦାନା ଟିଏ ନାହିଁ । ଗୋଟିଏ ପଟେ ପିଲାଛୁଆଙ୍କ ପାଠପଢ଼ା ଚିନ୍ତା ଓ ପରିବାର ପୋଷଣର ଚିନ୍ତା ଘାରିଥିବା ବେଳେ ଅନ୍ୟପଟେ ଜିତେନ୍ଦ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତେବେ ବରଗଡ଼ ଜିଲ୍ଲାପାଳଙ୍କୁ ଚିକିତ୍ସା ପାଇଁ ସହାୟତା ନିବେଦନ କରିଛନ୍ତି ଜିତେନ୍ଦ୍ର ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:କଥାରେ ଅଛି ସମୟ ବଡ ବଲବାନ ଏବଂ ଏହି ଉକ୍ତିର ସତ୍ୟତା ଓ ଉଦାହରଣ ହୋଇଛନ୍ତି ବରଗଡ଼ ସଦର ରୁହୁଣିଆ ଗ୍ରାମର ଜୀତେନ୍ଦ୍ର ପ୍ରଧାନ । ସମୟ ଥିଲା ନିଜ ଜମିରୁ ଚାଷବାସ କାମ କରି ବାହାରେ ମଧ୍ୟ ଦୋକାନରେ କାମଧାମ କରି ବେଶ ଦୁଇ ପଇସା ରୋଜଗାର କରି ନିଜ ପରିବାର ଗୁଜୁରାଣ ମେଣ୍ଟାଉଥିଲେ ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଦୁର୍ଘଟଣାର ଶିକାର ହୋଇ ସର୍ବସ୍ବ ହରାଇ ଘରେ ପଡିରହିଲେ ଜୀତେନ୍ଦ୍ର ଏବଂ ନିଜ ଚିକିତ୍ସା ତ ଦୂରର କଥା ଘର ଚଳାଇବା ପାଇଁ ଘରେ ଅଢ଼ିଆ ଟିକେ ମଧ୍ୟ ନାହିଁ ।

Body:ବରଗଡ଼ ସଦରର ରୁହୁଣିଆ ଗ୍ରାମର ଜୀତେନ୍ଦ୍ର ପ୍ରଧାନ ନିଜ ଅଢେ଼ଇ ଏକର ଜମିରେ ଚାଷ କାମ କରିବା ସହିତ ବରଗଡ଼ ର ଏକ ଘରୋଇ କମ୍ପାନୀରେ କାମ ମଧ୍ୟ କରୁଥିଲେ । ଏପରି ଅକ୍ଲାନ୍ତ ପରିଶ୍ରମ କରି ଜୀତେନ୍ଦ୍ର ନିଜ ଦୁଇ ସନ୍ତାନ ଓ ମାଁ ଓ ବାପାଙ୍କ ସହିତ ପୁରା ପରିବାରର ଭରଣ ପୋଷଣ କରୁଥିଲେ । ଗତ ମାର୍ଚ୍ଚ ମାସ ୫ ତାରିଖରେ ଜୀତେନ୍ଦ୍ର କାମରେ ଯାଇଥିବା ବେଳେ ବରଗଡ଼ କାଳୀମନ୍ଦିର ଛକ ଠାରେ ତାଙ୍କର ଦୁର୍ଘଟଣା ହୋଇଥିଲା। ସେ ବାଇକରେ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ କାରର କବାଟ ଭିତରପଟୁ ହଠାତ କେହି ଖୋଲିଦେବାରୁ ଜୀତେନ୍ଦ୍ର ଏକ ଟ୍ରାକ୍ଟରର ଟ୍ରଳିରେ ପିଟିହୋଇ ତଳେ ପଡ଼ିଯାଇଥିଲେ । ଏହି ଦୁର୍ଘଟଣାରେ ଜିତେନ୍ଦ୍ରଙ୍କ ଗୋଡ଼ ଅଚଳ ହୋଇଯାଇଥିଲା, ମୁଣ୍ଡରେ ଗଭୀର କ୍ଷତ ହୋଇ ଇପରଭାଗ ଖୁପୁଲି ସମ୍ପୂର୍ଣ୍ଣଠିଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଭାବିନେଇଥିଲେ କିନ୍ତୁ ଏପରି ପରିସ୍ଥିତିରେ ମଧ୍ୟ ଭଗବାନଙ୍କ କୃପାରୁ ସେ ବଞ୍ଚିଯାଇଥିଲେ । ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଚିକିତ୍ସା ହେବାପରେ ବଞ୍ଚିଯାଇଥିଲା ତାଙ୍କର ଜୀବନ ହେଲେ ଦୁର୍ଘଟଣା ପରେ ଦେଖାଗଲାନାହିଁ ତାଙ୍କର ଡାହାଣ ପଟର ଆଖି ଏବଂ ଡାହାଣ ଗୋଡ଼ ମଧ୍ୟ ଅକର୍ମଣ୍ୟ ହୋଇପଡିଲା । ଜୀତେନ୍ଦ୍ରଙ୍କ ବାପା ତାଙ୍କର ବୃଦ୍ଧ ଅବସ୍ଥାରେ ମଧ୍ୟ ପୁଅକୁ ବଞ୍ଚାଇବା ପାଇଁ ତାଙ୍କ ଅର୍ଚିତ ସମସ୍ତ ଧନ ସମ୍ପତ୍ତି ଖର୍ଚ୍ଚ କରିଦେଲେ । ବଡ଼ ବଡ଼ ଡ଼ାକ୍ତରଖାନାରେ ପୁଅର ଚିକିତ୍ସା ପାଇଁ ଆଠ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ପୁଅକୁ ଫେରିପାଇଥିଲେ କିନ୍ତୁ ପୁଅର ଚିକିତ୍ସା ପାଇଁ ସେତିକି ଅର୍ଥ ପର୍ଯ୍ୟାପ୍ତ ହୋଇନଥିଲା । ଆହୁରି ଅର୍ଥ ଦରକାର ପଡ଼ିଥିଲା ତେଣୁ ସର୍ବସ୍ବ ହରାଇଥିବା ବାପା ପାଖରେ ଆଉ ଅଧିକ ଟଙ୍କା ନଥିବାରୁ ସେ ପୁଅକୁ ନେଇ ନିଜ ଘରକୁ ଫେରିଆସିଥିଲେ । ବର୍ତମାନ ଜିତେନ୍ଦ୍ରଙ୍କ ଚିକିତ୍ସା ପାଇଁ ଟଙ୍କା ତ ଦୂରର କଥା ତାଙ୍କ ଘରେ ଖାଇବା ପାଇଁ ମଧ୍ୟ ଦାନା ଟିଏ ନାହିଁ । ଗୋଟେ ପଟେ ପିଲାଛୁଆଙ୍କ ପାଠପଢା ଚିନ୍ତା ଓ ପରିବାର ପୋଷଣର ଚିନ୍ତା ଘାରିଥିବା ବେଳେ ଅନ୍ୟପଟେ ଜିତେନ୍ଦ୍ରଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତେବେ ବରଗଡ଼ ଜିଲ୍ଲାପାଳଙ୍କ ନିକଟକୁ ଚିକିତ୍ସାର ସହାୟତା ପାଇଁ ଜୀତେନ୍ଦ୍ର ନିବେଦନ କରିଥିବା ବେଳେ ତାଙ୍କୁ ସରକାରୀ ସହାୟତା ମିଳୁଛି ନା ନାହିଁ ତାହା ଦେଖିବାକୁ ବାକିରହିଲା । ବାଇଟ ୧- ଜୀତେନ୍ଦ୍ର ପ୍ରଧାନ ( ପୀଡ଼ିତ) ବାଇଟ ୨- ଲୋକନାଥ ପ୍ରଧାନ ( ପିଡ଼ିତର ବାପା )

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.