ବରଗଡ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମଙ୍ଗଳବାର ବରଗଡ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିକଟରେ ଦାବି ପତ୍ର ପ୍ରଦାନ କରିଛନ୍ତି । ଆଠ ଦଫା ଦାବି ନେଇ ଛାତ୍ରମାନେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ।
କୋରୋନା ମହାମାରୀ ଯୋଗୁଁ ସରକାର ବରଗଡ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ଅସ୍ଥାୟୀ କ୍ବାରେଣ୍ଟାଇନ ସେଣ୍ଟର କରିଛନ୍ତି । ତେଣୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବା ପୂର୍ବରୁ ଏହାକୁ ସେନିଟାଇଜ କରିବାକୁ ଏହି ଦାବି ପତ୍ର ମାଧ୍ୟମରେ ଜଣାଇଛନ୍ତି । ଏହାସହ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବା ଛାତ୍ର ବୃତ୍ତି ପ୍ରଦାନ କରିବାକୁ ମଧ୍ୟ ଦାବି କରିଛନ୍ତି ।
ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କର ସମସ୍ତ ପ୍ରକାରର ଫି ଛାଡ, ଛାତ୍ରମାନଙ୍କୁ ବେସରକାରୀ ହଷ୍ଟେଲ ଓ ଚ୍ୟାମ୍ବରରେ ରହିବାକୁ ଅନୁମତି ଦିଆଯିବା ଦାବି ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜିଲ୍ଲାପାଳଙ୍କୁ ଦାବି ଜଣାଇଛନ୍ତି ।
ବରଗଡରୁ ରାଜେସ ସରାପ, ଇଟିଭି ଭାରତ