ETV Bharat / state

ଚିନିକଳ ବିକ୍ରି ପ୍ରସଙ୍ଗକୁ ଆପର ବିରୋଧ, ବିଧାୟକଙ୍କ ମନ୍ତବ୍ୟକୁ କଡ଼ା ଜବାବ - ଚିନିକଳ ବିକ୍ରି ପ୍ରସଙ୍ଗକୁ ଆପର ବିରୋଧ

ବରଗଡ଼ ଚିନିକଳ ବିକ୍ରି ପ୍ରସଙ୍ଗକୁ ନେଇ ଆପର ସାମ୍ବାଦିକ ସମ୍ମିଳନୀ । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ କଡା ସମାଲୋଚନା କଲା ଆପ । ଅଧିକ ପଢନ୍ତୁ

aam aadmi party demands restarting sugar mill

author img

By

Published : May 19, 2023, 12:47 PM IST

aam aadmi party demands restarting sugar mill

ବରଗଡ଼: ଚିନିକଳ ବିକ୍ରି ପ୍ରସଙ୍ଗକୁ ନେଇ ସ୍ଥାନୀୟ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ବିଭ୍ରାନ୍ତିକର ମନ୍ତବ୍ୟକୁ କଡା ସମାଲୋଚନା କଲା ଆମ ଆଦମୀ ପାର୍ଟି । ବରଗଡ଼ବାସୀଙ୍କ ହିତ ରକ୍ଷା ପାଇଁ ଆମ ଆଦମୀ ପାର୍ଟି ଦାବି କରିବା ସହିତ ଜିଲ୍ଲାକୁ ଶିଳ୍ପ ବିହିନ କରାନଯାଉ ଏବଂ ଚିନି କାରଖାନାକୁ ବିକ୍ରି କରାନଯାଉ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଦଳ । ଶିଳ୍ପାୟନରେ ବରଗଡର ପରିଚୟ ସୃଷ୍ଟି କରିଥିବା ସମବାୟ ଚିନିକଳକୁ ବନ୍ଦ କରିବା ପାଇଁ ସରକାରଙ୍କ ବିଜ୍ଞପ୍ତି ଚର୍ଚ୍ଚାର ବିଷୟ ହୋଇଥିଲା । ଏହା ପରେ ସ୍ଥାନୀୟ ବିଧାୟକ ଏନେଇ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ବରଗଡ଼ ବିରୋଧୀ ବୋଲି ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଛି ।

ଆପ ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି, ଚିନିକଳ ବରଗଡର ମାନ, ସ୍ୱାଭିମାନ ହୋଇଥିବା ବେଳେ ରାଜ୍ୟ ମାନଚିତ୍ରରେ ଶିଳ୍ପନଗରୀର ପରିଚୟ ଦେଇ ବରଗଡ଼ବାସୀଙ୍କୁ ଗୌରବାନ୍ବିତ କରିଆସିଛି । ୧୯୬୯ ମସିହାରୁ ଦୀର୍ଘ ୫୪ବର୍ଷ ଧରି ଲୋକଙ୍କ ଜନ ଜୀବନ ସହ ଏହି ଚିନିକଳର ନିବିଡ଼ ସମ୍ପର୍କ ରହିଆସିଛି । କୃଷି ଭିତ୍ତିକ ଏହି ଶିଳ୍ପ ଏକଦା ଲାଭରେ ଚାଲି ଆସୁଥିଲା ୧୯୯୧ ମସିହାରେ ପୋନ୍ନି ସୁଗର ସମୟରେ ଚିନି ଉତ୍ପାଦନ ବଢ଼ି ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଧୀରେ ଧୀରେ ପ୍ରଶାସନିକ ଉଦାସୀନତା , ପୁରୁଣା ଟେକ୍ନୋଲୋଜିର ବ୍ୟବହାର, ନୂଆ ଏନ୍ସିଲିଆରୀ ପ୍ଲାଣ୍ଟ ନଯୋଡିବା ଓ ଭ୍ରଷ୍ଟାଚାର ଯୋଗୁଁ ଏହି ସଂସ୍ଥା ଆଜି ବିକ୍ରି ହେବାକୁ ବସିଛି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋହେଲା ଇଛାପାଲିରେ ଚିନିକଳ ପାଇଁ ୧୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । କିନ୍ତୁ ଟଙ୍କା ଟିଏବି ସହାୟତା ନଦେଇ ବରଗଡ ବାସୀଙ୍କୁ ଠକି ଦେଇଥିଲେ । ୨୩ ବର୍ଷର ବିଜେଡି ସରକାର ସମୟରେ ଯଦି ଏକ ଲାଭକାରୀ ସଂସ୍ଥାକୁ ବନ୍ଦ କରି ବିକ୍ରି କରିବାକୁ ପଡୁଛି ତାହେଲେ ରାଜ୍ୟରେ ଶିଳ୍ପାୟନ ଓ ବିକାଶ କିପରି ଚାଲୁଛି ତାହା ଜଣାପଡୁଛି ବୋଲି ଆପ ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ''

ସେ ଆହୁରି ମଧ୍ୟ କହିଛନ୍ତି , ''ବରଗଡ଼ ବିଧାୟକ ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ୍ଣ ହାସ୍ୟାସ୍ପଦ । ବରଗଡ଼ରେ ଆଖୁ ଚାଷ ବନ୍ଦ ହୋଇଯିବାରୁ ଚିନିକଳ ବନ୍ଦ ହୋଇ ପଡିଛି ବୋଲି କହିଥିଲେ ବିଧାୟକ । କିନ୍ତୁ ସତ କଥା ହେଉଛି ଚାଷୀ ଆଖୁ ଚାଷ ପାଇଁ ଆଗ୍ରହୀ କିନ୍ତୁ ସରକାର ଚିନିକଳ ଖୋଲିବାକୁ ଚାହୁଁ ନାହାନ୍ତି । ଯଦି ସରକାରୀ ଚିନିକଳକୁ ବିକ୍ରି କରିବାକୁ ଚାହୁଁଛନ୍ତି ତା ହେଲେ ୧୧ କୋଟି ପ୍ୟାକେଜ ଘୋଷଣା କାହିଁକି କରୁଥିଲେ । କାହିଁକି ସଚିବ ଓ ମନ୍ତ୍ରୀ ସ୍ତରୀୟ ବୈଠକ କରି ସ୍ଥାନୀୟ ଲୋକଙ୍କୁ ସୁଗରମିଲ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇ ଆସୁଥିଲେ ? ଏଥିରୁ ଜଣାପଡୁଛି ବିଜେଡି ସରକାର ବରଗଡ଼ ବିରୋଧୀ, ଚାଷୀ ବିରୋଧୀ, କର୍ମଚାରୀ ବିରୋଧୀ ଓ ଶିଳ୍ପ ବିରୋଧୀ । ୩ ଶହ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ର ସମ୍ପତ୍ତିକୁ ଶାଗ ମାଛ ଦରରେ ବିକ୍ରି କରିବାକୁ ସଉଦା ଚାଲିଛି ବୋଲି କହିଥିଲେ ଆପ ନେତା। ''

ତେବେ ଯଦି ଏହି ଚିନିକଳ ବନ୍ଦ ହୁଏ ତେବେ ଆଗକୁ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ଆପ୍ ଜିଲ୍ଲା ଆବାହକ ଭବାନୀ ସାହୁ। ଏଥିସହ ସରକାରଙ୍କୁ ଏହି ବିଜ୍ଞପ୍ତି କୁ ରଦ୍ଧ କରିବାକୁ ଆହ୍ୱାନ କରିଛନ୍ତି । ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ପାତ୍ର, ଅସିତ ସାହୁ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.