ETV Bharat / state

ରାସ୍ତା କଡରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By

Published : Mar 31, 2022, 7:48 AM IST

ବରଗଡ଼ ଭଟଲି ଛକ ନିକଟସ୍ଥ ସାଇ ମନ୍ଦିର ସମ୍ମୁଖ ରାସ୍ତା କଡ଼ରେ ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ତେବେ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ସନ୍ଦେହ କରୁଛନ୍ତି ଲୋକେ । ଅର୍ଦ୍ଧ ଝୁଲନ୍ତା ଅବସ୍ଥାରେ ମୃତଦେହଟି ଉଦ୍ଧାର କରାଯାଇଥିବା ବେଳେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପ୍ରୟାସ କରିଥିବା ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବରଗଡ଼: ବରଗଡ଼ ଭଟଲି ଛକ ନିକଟସ୍ଥ ସାଇ ମନ୍ଦିର ସମ୍ମୁଖ ରାସ୍ତା କଡ଼ରେ ଏକ ଗଛରେ ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ତେବେ ଏହା ଏକ ହତ୍ୟାକାଣ୍ଡ ଘଟଣା ବୋଲି ସନ୍ଦେହ କରୁଛନ୍ତି ଲୋକେ । ଅର୍ଦ୍ଧ ଝୁଲନ୍ତା ଅବସ୍ଥାରେ ମୃତଦେହଟି ଉଦ୍ଧାର କରାଯାଇଥିବା ବେଳେ ହତ୍ୟା କରି ଆତ୍ମହତ୍ୟା ରୂପ ଦେବା ପ୍ରୟାସ କରିଥିବା ଅନୁମାନ କରାଯାଉଛି ।

ତେବେ ମୃତ ମହିଳା ହେଉଛନ୍ତି ବର୍ଷା ମହାପାତ୍ର(୨୩) ବୋଲି ଜଣାପଡ଼ିଛି । ମୃତ ମହିଳାଙ୍କ ଘର ଟାଉନ ଥାନା ଅନ୍ତର୍ଗତ ରୁହୁଣିଆ ଗ୍ରାମର ହୋଇଥିବା ବେଳେ ସେ ତାଙ୍କ ସ୍ୱାମୀଙ୍କ ସହିତ ତଲିପଡା ସ୍ଥିତ ବାଲିଟିକିରା ଠାରେ ରହୁଥିଲେ । ତେବେ ଗତକାଲିଠାରୁ ସେ ନିଖୋଜ ଥିବା ଟାଉନ ଥାନାରେ ତାଙ୍କ ସ୍ୱାମୀ ଲିଖିତ ଅଭିଯୋଗ କରିଥିଲେ ।

ବୁଧବାର ତାଙ୍କର ମୃତଦେହ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ଏହା ପ୍ରକୃତରେ ଆତ୍ମହତ୍ୟା ଘଟଣା ନାଁ ହତ୍ୟାକାଣ୍ଡ ଘଟଣା ତାହା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ । ମାତ୍ର ପୋଲିସ ଘଟଣା ସ୍ଥଳକୁ ପହଞ୍ଚିବା ପୂର୍ବରୁ ଅଗ୍ନିଶମ ବିଭାଗ ଆସି ପୋଲିସର ବିନା ଉପସ୍ଥିତିରେ ବିନା ତଦନ୍ତରେ ମୃତଦେହକୁ ଡାକ୍ତରଖାନା ନେଇ ଯାଇଥିଲେ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.