ETV Bharat / state

ମାଲବାହୀ ଟ୍ରେନରୁ ଉଦ୍ଧାର ହେଲେ କେରଳ ନିବାସୀ - ମାଲବାହୀ ଟ୍ରେନ

ଜିଲ୍ଲା ପ୍ରଶାସନ ମଧ୍ୟ ଅନ୍ୟରାଜ୍ୟରୁ ଫେରୁଥିବା ଲୋକଙ୍କୁ ନେଇ ଅଧିକ ସତର୍କତା ଅବଲମ୍ବନ କରୁଥିବା ବେଳେ ସୋମବାର ବରଗଡ ଜିଲ୍ଲାକୁ କେରଳ ରାଜ୍ୟରୁ ଏକ ମାଲବାହୀ ଟ୍ରେନ ଯୋଗେ ଜଣେ ବ୍ୟକ୍ତି ପହଞ୍ଚିଥିବାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି ।

man rescue
ମାଲବାହୀ ଟ୍ରେନରୁ ଉଦ୍ଧାର ହେଲେ କେରଳ ନିବାସୀ
author img

By

Published : May 18, 2020, 3:56 PM IST

ବରଗଡ: ଓଡିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ବାହାର ରାଜ୍ୟରୁ ଫେରିଥିବା ବହୁ ପ୍ରବାସୀ ଶ୍ରମିକ କୋରୋନା ଆକ୍ରାନ୍ତ ବାହାରୁଛନ୍ତି । ଯାହାକୁ ନେଇ ରାଜ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ଅନ୍ୟରାଜ୍ୟରୁ ଫେରୁଥିବା ଲୋକଙ୍କୁ ନେଇ ଅଧିକ ସତର୍କତା ଅବଲମ୍ବନ କରୁଥିବା ବେଳେ ସୋମବାର ବରଗଡ ଜିଲ୍ଲାକୁ କେରଳ ରାଜ୍ୟରୁ ଏକ ମାଲବାହୀ ଟ୍ରେନ ଯୋଗେ ଜଣେ ବ୍ୟକ୍ତି ପହଞ୍ଚିଥିବାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି ।

ବରଗଡ ଏସିସି ସିମେଣ୍ଟ ଫ୍ୟାକ୍ଟ୍ରିକୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରେନରେ କେରଳ ରାଜ୍ୟର ଜଣେ ବ୍ୟକ୍ତି ଲୁଚି ଚାଲିଆସିଥିବା ବେଳେ ଟ୍ରେନଟି ସିଧାସଳଖ ଏସିସି ସିମେଣ୍ଟଫ୍ୟାକ୍ଟ୍ରି ଭିତରକୁ ପ୍ରବେଶ କରିଥିଲା | ସେଠାରେ କୋଇଲା କାଢିବାକୁ ଥିବା ଲୋକ ବ୍ୟକ୍ତିଙ୍କୁ ଦେଖି ଆଚମ୍ବିତ ହୋଇଥିଲେ । ବ୍ୟକ୍ତି ଜଣକ କେରଳ ରାଜ୍ୟରୁ ଆସିଥିବା କହୁଥିବା ବେଳେ ସେ ଭୀଷଣ ଜ୍ଵରରେ ପିଡିତ ଥିବା ଜଣାପଡିଛି । ତେବେ ଏସିସି କାରଖାନାପକ୍ଷରୁ ଉକ୍ତ ବ୍ୟକ୍ତିକୁ ଖେଦାପାଳି ଡାକ୍ତରଖାନାକୁ ପହଞ୍ଚାଇ ଦିଆଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.