ETV Bharat / state

ବରଗଡରେ ପୁଣି 4 କୋରୋନା ପଜିଟିଭ, ମୋଟ ଆକ୍ରାନ୍ତ 16

ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ବରଗଡ ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସଂକ୍ରମିତଙ୍କ ସଂଖ୍ୟା 16ରେ ପହଞ୍ଚିଛି । ଅଧିକ ପଢନ୍ତୁ...

16ରେ ପହଞ୍ଚିଲା ବରଗଡ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jun 5, 2020, 3:02 PM IST

ବରଗଡ଼: ଜିଲ୍ଲାରେ ପୁଣି ୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତ ବିଜେପୁର ବ୍ଲକର ହୋଇଥିବାବେଳେ ସମସ୍ତେ ତାମିଲନାଡୁ ଫେରନ୍ତା ବୋଲି ଜଣାପଡିଛି ।

ବିଜେପୁର ବ୍ଲକ ଅନ୍ତର୍ଗତ ସାତବନ୍ଧ, ଜାରିଂ କନପୁରୀ ଓ ବାନ୍ଦୁପାଲିର ଜଣେ ଲେଖାଏଁ ହୋଇଥିବା ବେଳେ ବର୍ତ୍ତମାନ ବରଗଡ ଜିଲ୍ଲାର ବିଜେପୁର ବ୍ଲକରେ ସର୍ବାଧିକ କରୋନା ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରେ ସମୁଦାୟ ୧୬ ଜଣ ସଂକ୍ରମିତ ହୋଇଛନ୍ତି । ସେଥିରୁ କେବଳ 8 ଜଣ ବିଜେପୁର ବ୍ଲକର ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି ।

ପୂର୍ବରୁ ବରଗଡ଼ ପୌରପରିଷଦରେ ଜଣେ, ବରପାଲି ବ୍ଲକରୁ ଜଣେ, ଭେଡେନ୍‌ ବ୍ଲକରୁ ୪ଜଣ, ଭଟଲି ବ୍ଲକରୁ ୨ଜଣ ଏବଂ ବିଜେପୁର ବ୍ଲକରୁ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତେବେ ଶୁକ୍ରବାର ବିଜେପୁର ଅଞ୍ଚଳରେ ପୁଣି ୪ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମିତ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳକୁ ବଫର ଜୋନ୍‌ ଘୋଷଣା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.