ବରଗଡ: ଜିଲ୍ଳାରେ ସୋମବାର ଗୋଟିଏ ଦିନରେ 31 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 11 ଜଣ ମହିଳା, 18 ଜଣ ପୁରୁଷ ଓ 2 ଜଣ ଶିଶୁ ରହିଥିବା ବେଳେ ଜଣେ କାରୋନା ଯୋଦ୍ଧା ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସୋମବାର ନୂତନ 31 କରୋନା ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାର ମୋଟ 203କୁ ପହଞ୍ଚିଛି ।
ସୋମବାର ଜିଲ୍ଲାରେ ଚିହ୍ନଟ ହୋଇଥିବା 31 ଜଣ ସଂକ୍ରିମିତଙ୍କ ମଧ୍ୟରୁ ୧୫ ଜଣ କେବଳ ବରଗଡ଼ ବ୍ଲକର ରେଡ ଜୋନ କଟାପାଲି ଗ୍ରାମର ହୋଇଥିବା ବେଳେ ବରଗଡ ସହରର 8 ଜଣ ରହିଛନ୍ତି । ସେହିପରି ପଦ୍ମପୁର ବ୍ଳକ କନସିଂହାର ଜଣେ, ଗାଇସିଲେଟ ବ୍ଳକ ଜାମୁଟବାହାଲର 2 ଜଣ, ବରପାଲି ଏନଏସିର 2 ଜଣ, ଅତାବିରା ବ୍ଳକ ଜହ୍ନାପଡ଼ା ଓ ଭାଲୁପାଲିର 2 ଜଣ ଏବଂ ସିମେଣ୍ଟ ନଗରର ଜଣେ ରୋଗୀ ରହିଛନ୍ତି ।
ଏ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲାର 203 ସଂକ୍ରମିତଙ୍କ ମଧ୍ୟରୁ 148 ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇସାରିଛି । ବର୍ତ୍ତମାନ 54 ଜଣ ବରଗଡ଼ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ