ETV Bharat / state

ଜାଲ ନୋଟ କାରବାର; 3 ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ

author img

By

Published : Mar 7, 2020, 12:41 AM IST

ଦୀର୍ଘ ଦିନରୁ ବରଗଡ ଜିଲ୍ଲାରେ ଜାଲ ନୋଟ କାରବାର ଚାଲୁଥିଲା । ଏହି କାରବାର ଚଳାଉଥିବା 3 ଜଣ ଅପରାଧୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଟିମ । ଅଧିକ ପଢନ୍ତୁ...

3 people arrested by crime branch team
ଜାଲ ନୋଟ କାରବାରରେ 3 ଜଣ ଅପରାଧୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ

ବରଗଡ: ଜିଲ୍ଲାରେ ଦୀର୍ଘ ଦିନରୁ ଜାଲ ନୋଟ କାରବାର ଚାଲୁଥିଲା । ଏହି କାରବାର ଚଳାଉଥିବା 3 ଜଣ ଅପରାଧୀଙ୍କୁ ୨ ଲକ୍ଷ ନକଲି ନୋଟ ସହିତ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ ଟିମ । ବରଗଡ ଜିଲ୍ଲା ପୋଲିସ ଏହି ଜାଲ ନୋଟ କାରବାରର ଟେର ମଧ୍ୟ ପାଇପାରିନଥିବା ବେଳେ କଟକରୁ କ୍ରାଇମବ୍ରାଞ୍ଚ ଟିମ ଖବର ପାଇ, ବରଗଡକୁ ଆସି ଏହି ରାକେଟକୁ ଧରିବାରେ ସଫଳ ହୋଇଛି ।

ବରଗଡ ଭଟଲି ଛକ ଠାରେ ଚଢାଉ କରି ଏହି କାରବାର ଚଳାଇଥିବା ରାକେଟକୁ ଧରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଘଟଣାରେ ସୁଦର୍ଶନ ମହାନ୍ତି , ବରପାଲିର ପ୍ରଫୁଲ୍ଲ ବାଗ ଏବଂ ମଙ୍ଗଲୁ ମାଲାଙ୍ଗୀଙ୍କୁ ଗିରଫ କରାଯାଇଥିବା ବେଳେ ବରପାଲି କେବାଡ଼ ଠାରେ ତିଆରି କରାଯାଉଥିବା ନକଲି ନୋଟ ସରଞ୍ଜାମକୁ ଜବତ କରାଯାଇଛି ।

ଏଥିରେ ସମୁଦାୟ ୨୮୮ ଗୋଟି ୫୦୦ ଟଙ୍କିଆ ନୋଟ , ୨୩୩ ଟି ୨୦୦ ଟଙ୍କିଆ ନୋଟ ଏବଂ ୧୦୦ ଗୋଟି ୧୦୦ ଟଙ୍କିଆ ନୋଟ ଜବତ କରାଯାଇଥିଲା । ସେଥି ମଧ୍ୟରୁ ସୁଦର୍ଶନ ଠାରୁ ୧୨ ହଜାର ନକଲି ନୋଟ , ପ୍ରଫୁଲ୍ଲ ଠାରୁ ୨୦ ହଜାର ନକଲି ନୋଟ ଏବଂ ମଙ୍ଗଲୁ ଠାରୁ ୧ ଲକ୍ଷ ୬୮ହଜାର ୬୦୦ ଟଙ୍କା ଜବତ କରାଯାଇଥିଲା । ତେବେ ଏହି ଜାଲ ନୋଟ କାରବାରର ଚେର ବହୁ ଦୂର ଲମ୍ବିଥିବା ଅନୁମାନ କରାଯାଉଛି ।

ବରଗଡରୁ ରାଜେଶ ସରପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.