ETV Bharat / state

ବରଗଡରେ ନକଲି ମାଓବାଦୀଙ୍କ ପର୍ଦ୍ଦାଫାଶ, 3 ଗିରଫ - forgery maoist

ବରଗଡରେ ନକଲି ମାଓବାଦୀର ଖୁଲାସା କରିଛି ପୋଲିସ । ନିଜକୁ ମାଓବାଦୀ କହି ଲୋକଙ୍କଠୁ ପଇସା ଆଦାୟ କରୁଥିବା 3 ଜଣଙ୍କୁ ପୋଲିସ ଗିରଫ କରିଛି ।

ଡିଜାଇନ ଫଟୋ
author img

By

Published : Jul 14, 2019, 5:27 PM IST

ବରଗଡ: ଜିଲ୍ଲାରେ ନକଲି ମାଓବାଦୀଙ୍କ ପର୍ଦ୍ଦାଫାଶ । ଗୋପନରେ ତଦନ୍ତ ଚଳାଇ ନକଲି ମାଓ ସଙ୍ଗଠନର ମୁଖା ଖୋଲିଛି ପୋଲିସ । ମାଓ ସଙ୍ଗଠନ ନାଁରେ ଟଙ୍କା ଆଦାୟ କରୁଥିବା 3 ଜଣଙ୍କୁ କରିଛି ଗିରଫ । ସେଥିମଧ୍ୟରୁ ଜଣେ ବନ କର୍ମଚାରୀ । ଅନ୍ୟ ଦୁଇ ଜଣ ଦୁଇ ଭାଇ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲା ପୋଲିସର ବଡ ସଫଳତା । ଜିଲ୍ଲାର ପଦ୍ମପୁର, ପାଇକମାଳ ଓ ଭଟଲି ଅଞ୍ଚଳରେ ମାଓ ଭୟ ଥିବାରୁ ଏହାର ଫାଇଦା ଉଠାଇ ମାଓ ସଙ୍ଗଠନ ନାଁରେ ଲକ୍ଷାଧିକ ଟଙ୍କା ଆଦାୟ କରୁଥିବା ତିନିଜଣଙ୍କୁ ପୋଲିସ ଗିରଫ କରିଛି । ତିନିଜଣ ନକଲି ମାଓବାଦୀଙ୍କ ମଧ୍ୟରୁ ଦୁଇଜଣ ଭଟଲି ଗଧାପଡାର ଦୋଳଗୋବିନ୍ଦ ସାହୁ ଓ ସାନଭାଇ ବଳରାମ ସାହୁ । ଅନ୍ୟଜଣେ ସମ୍ବଲପୁର ବନବିଭାଗର ଡେପୁଟି ରେଞ୍ଜର ବଟକୃଷ୍ଣ ବୋଲି ଜଣାପଡିଛି ।

ତିନି ଜଣ ମିଶି 2014 ମସିହାରୁ ନିଜକୁ ମାଓବାଦୀର ପରିଚୟ ଦେଇ ବହୁ ଠିକାଦାର ଓ ସରକାରୀ ଅଫିସରଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । 30 ହଜାରରୁ ଅଢେଇ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସେମାନେ ଦାବି କରୁଥିଲେ ମଧ୍ୟ ଭୟରେ କେହି ପୋଲିସ ପାଖରେ ଅଭିଯୋଗ କରିନଥିଲେ । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଗୋପନରେ ତଦନ୍ତ କରିଥିଲା । ଶେଷରେ ସଫଳ ମଧ୍ୟ ହୋଇଛି ।

ଗିରଫ ପରେ ନକଲି ମାଓ ସଙ୍ଗଠନ ନାଁରେ ବରଗଡ ଡିଏଫଓଙ୍କ ଠାରୁ 50 ହଜାର , ଲଖନପୁର ରେଞ୍ଜରଙ୍କ ଠାରୁ 90 ହଜାର , ପଦ୍ମପୁର ଫରେଷ୍ଟରଙ୍କଠାରୁ 10 ହଜାର, ଶୁଭମ ସିଂହଙ୍କ ଠାରୁ 2 ଲକ୍ଷ 50 ହଜାର , ମୁନ୍ନା ମହାପାତ୍ର ନାମକ ଠିକାଦାରଙ୍କ ଠାରୁ 2 ଲକ୍ଷ, ଠିକାଦାର ପ୍ରଦୀପ ବିଶ୍ଵାଳଙ୍କ ଠାରୁ 1 ଲକ୍ଷ 50 ହଜାର, ଠିକାଦାର ଅଶୋକ ଦାସଙ୍କ ଠାରୁ 1 ଲକ୍ଷ, ବଉଳଶିଙ୍ଘା ଠାରେ ଚାଲିଥିବା ଇଥାନଳ ପ୍ରକଳ୍ପର ଏକ ଠିକାଦାରଙ୍କ ଠାରୁ ମଧ୍ୟ 90 ହଜାର ଏପରି ସମୁଦାୟ 11 ଜଣଙ୍କ ଠାରୁ 10 ଲକ୍ଷ 55 ହଜାର ଟଙ୍କା ଆଦାୟ କରିଥିବା ପୋଲିସ ଆଗରେ ସେମାନେ ସ୍ଵୀକାର କରିଛନ୍ତି । ପୋଲିସ ଅଭିଯୁକ୍ତଙ୍କ ଠାରୁ ନଗଦ 1 ଲକ୍ଷ 65 ହଜାର ଟଙ୍କା, ଚାରୋଟି ମୋବାଇଲ ଓ ଦୁଇଟି ମୋଟରସାଇକେଲ ଜବତ କରିଛି । ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:||ବରଗଡ ||

ବରଗଡ ଜିଲ୍ଲା ପୋଲିସ କୁ ମିଳିଛି ଆଉ ଏକ ବଡ ସଫଳତା | ବରଗଡ ଜିଲ୍ଲାର ପଦ୍ମପୁର , ପାଇକମାଳ ଓ ଭଟଲି ଅଞ୍ଚଳରେ ମାଓବାଦୀ ଙ୍କ ଭୟ ରହିଥିବା ବେଳେ ଏହାର ଫାଇଦା ଉଠାଇ ମାଓବାଦୀ ସଂଗଠନ ନାମରେ ଲକ୍ଷାଧିକ ଟଙ୍କା ବସୁଲି କରୁଥିବା ତିନିଜଣ ଙ୍କୁ ବରଗଡ ପୋଲିସ ଗିରଫ କରିବାରେ ସଫଳ ହୋଇଛି | ତିନିଜଣ ଯୁବକ ମଧ୍ୟରୁ ଦୁଇଜଣ ଗୋଟିଏ ପରିବାରର ଦୁଇଭାଇ ହୋଇଥିବା ବେଳେ ଅନ୍ୟ ଜଣେ ସମ୍ବଲପୁର ବନବିଭାଗର ଡେପୁଟି ରେଞ୍ଜର ବୋଲି ଜଣା ପଡିଛି |
Body:ସୂଚନା ଅନୁଯାୟୀ , ଭଟଲି ଗଧାପଡା ର 40 ବର୍ଷର ଦୋଳଗୋବିନ୍ଦ ସାହୁ ଏବଂ 24 ବର୍ଷର ତାଙ୍କ ସାନ ଭାଇ ବଳରାମ ସାହୁ ଉଭୟେ ଏବଂ ଅନ୍ୟ ଜଣେ 59 ବର୍ଷର ବନ କର୍ମଚାରୀ ବଟକୃଷ୍ଣଙ୍କ ସହିତ ମିଶି ବରଗଡ ଜିଲ୍ଲାର ବହୁ ଠିକାଦାର ଓ ସରକାରୀ ଅଫିସର ମାନଙ୍କୁ ମାଓବାଦୀର ଭୟ ଦେଖାଇ ଟଙ୍କା ବସୁଲି କରୁଥିଲେ | ସେମାନେ 2014 ମସିହାରୁ ଏହି କାମ ଆରମ୍ଭ କରି ଏପରି ବହୁ ଠିକାଦାର ଓ ସରକାରୀ ଅଫିସର ମାନଙ୍କ ଠାରୁ ମାଓବାଦୀ ସଂଗଠନ ନାମରେ ଟଙ୍କା ବସୁଲି କରିଥିବା ବେଳେ କେହି ମଧ୍ୟ ଭୟରେ ପୋଲିସରେ ଅଭିଯୋଗ କରିନଥିଲେ | ନକଲି ମାଓବାଦୀ ସଙ୍ଗଠନ ନାମରେ ଏହି ଦଳ ବରଗଡ ଜିଲ୍ଲାର ଭଟଲି , ଅମ୍ବଭୋନା , ଲଖନପୁର, ଭୁକ୍ତା ଓ ପଦ୍ମପୁର ଅଞ୍ଚଳରେ ବହୁ ଲୋକଙ୍କୁ ଭୟଭୀତ କରି ଅର୍ଥ ଦାବି କରୁଥିଲେ | ସେମାନେ କମସେ କମ 30 ହଜାର ଟଙ୍କା ରୁ ଅଢେଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦାବି କରୁଥିଲେ | ତେବେ ପୋଲିସ ନିକଟକୁ ଏହି ନକଲି ମାଓବାଦୀ ସଙ୍ଗଠନର କାରନାମା ବିଷୟରେ ଖବର ଆସିବା ପରେ ପୋଲିସ ବହୁ ତଦନ୍ତ ଚଳାଇଥିଲା ମାତ୍ର ଠକାମୀ ର ଶିକାର ହୋଇଥିବା ସତ୍ବେ କେହି ମଧ୍ୟ ମାଓବାଦୀ ନାମର ଭୟରେ ପୋଲିସକୁ ସହାୟତା କରିନଥିଲେ | ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଗୋପନ ଭାବେ ଏହାର ତଦନ୍ତ ଆରମ୍ଭ କରିଥିଲା ଏବଂ ଶେଷରେ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା |
ତେବେ ପୋଲିସର ଜେରା ପରେ କେଉଁ ଲୋକମାନଙ୍କ ଠାରୁ କେତେ ଟଙ୍କା ସେମାନେ ନେଇଥିଲେ ତାହା ପୋଲିସ ଆଗରେ କହିଥିଲେ | ନକଲି ମାଓବାଦୀ ସଙ୍ଗଠନ ନାମରେ ବରଗଡ DFO ଙ୍କ ଠାରୁ 50 ହଜାର ଟଙ୍କା , ଲଖନପୁର ରେଞ୍ଜର ଙ୍କ ଠାରୁ 90 ହଜାର ଟଙ୍କା , ପଦ୍ମପୁର ଫୋରେଷ୍ଟର ଙ୍କଠାରୁ 10 ହଜାର ଟଙ୍କା , ଶୁଭମ ସିଂହ ଙ୍କ ଠାରୁ 2 ଲକ୍ଷ 50 ହଜାର ଟଙ୍କା , ମୁନ୍ନା ମହାପାତ୍ର ନାମକ ଠିକାଦାର ଙ୍କ ଠାରୁ 2 ଲକ୍ଷ ଟଙ୍କା , ଠିକାଦାର ପ୍ରଦୀପ ବିଶ୍ଵାଳ ଙ୍କ ଠାରୁ 1 ଲକ୍ଷ 50 ହଜାର ଟଙ୍କା , ଠିକାଦାର ଅଶୋକ ଦାସ ଙ୍କ ଠାରୁ 1 ଲକ୍ଷ ଟଙ୍କା , ବଉଳଶିଙ୍ଘା ଠାରେ ଚାଲିଥିବା ଇଥାନଳ ପ୍ରକଳ୍ପର ଏକ ଠିକାଦାରଙ୍କ ଠାରୁ ମଧ୍ୟ 90 ହଜାର ଟଙ୍କା ଏପରି ସମୁଦାୟ 11 ଜଣଙ୍କ ଠାରୁ 10 ଲକ୍ଷ 55 ହଜାର ଟଙ୍କା ବସୁଲି କରିଥିବା ପୋଲିସ ଆଗରେ ସେମାନେ ସ୍ଵୀକାର କହିଛନ୍ତି |
ପୋଲିସ ଅଭିଯୁକ୍ତ ମାନଙ୍କଠାରୁ ପୋଲିସ ନଗତ 1 ଲକ୍ଷ 65 ହଜାର ଟଙ୍କା , ତିନୋଟି ମୋବାଇଲ ଓ ଦୁଇଟି ସ୍ପ୍ଲେଣ୍ଡର ମୋଟରସାଇକେଲ ଜାବଡ କରିଛି ଏବଂ ଅଭିଯୁକ୍ତ ମାନଙ୍କୁ ଗିର କରି କୋର୍ଟକୁ ଚାଲାଣ କରାଯାଇଛି |

ବାଇଟ 1- ମୁକେଶ କୁମାର ଭାମୋ ( ବରଗଡ ଏସ ପି )Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.