ବରଗଡ: ନିର୍ବାଚନ ଡ୍ୟୁଟିବେଳେ ଦୁର୍ଘଟଣାରେ ୨ପୁଲିଙ୍ଗ୍ କର୍ମଚାରୀ ଗୁରୁତର । ବାଇକରେ ପୁଲିଙ୍ଗ୍ ସାମଗ୍ରୀ ସଂଗ୍ରହ ପାଇଁ ଯାଉଥିବାବେଳେ ଏକ ବୁଲେଟ୍ ସହ ଧକ୍କା ହୋଇ ଆହତ ହୋଇଛନ୍ତି । ସେହି 2ଜଣ ପୁଲିଙ୍ଗ୍ କର୍ମଚାରୀ ହେଲେ ଅତାବିରା ଆରଏମସିର ଗୋପୀନାଥ ନାୟର ଓ କିଶୋର ସେଠ ।
ସୂଚନାଥାଉକି, ବାଇକ୍ରେ ଯାଉଥିବା ସମୟରେ ବରଗଡ ଘରୋଇ ବସଷ୍ଟାଣ୍ଡ ନିକଟରେ କିନ୍ଦରବିର ସିଂଙ୍କ ବୁଲେଟ ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ତେବେ ଘଟଣାସ୍ଥଳରୁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାରକରି ବରଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ