ETV Bharat / state

ରାତ୍ରିଭୋଜନ ଖାଇ ସେବାଶ୍ରମର 28 ଛାତ୍ରୀ ଅସୁସ୍ଥ

ବରପାଲି ବ୍ଲକ ଅନ୍ତର୍ଗତ କାଇଁସିର ବାଳିକା ସେବାଶ୍ରମରେ ଅଘଟଣ । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସ୍କୁଲ ସେବାଶ୍ରମର 28 ଛାତ୍ରୀ ଅସୁସ୍ଥ । ଚିକିତ୍ସା ପରେ ସମସ୍ତ ଛାତ୍ରୀ ସୁସ୍ଥ ଥିବା ସୂଚନା ।

28 student ill after eat night dinner in school hostel
ରାତ୍ରିଭୋଜନ ଖାଇ ବାଳିକା ସେବାଶ୍ରମର 28 ଛାତ୍ରୀ ଅସୁସ୍ଥ
author img

By

Published : Feb 11, 2020, 11:36 PM IST

ବରଗଡ: ବରପାଲି ବ୍ଲକ ଅନ୍ତର୍ଗତ କାଇଁସିର ବାଳିକା ସେବାଶ୍ରମରେ ଅଘଟଣ । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ସ୍କୁଲ ସେବାଶ୍ରମର 28 ଛାତ୍ରୀ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ରାତ୍ରିଭୋଜନ ଖାଇ ବାଳିକା ସେବାଶ୍ରମର 28 ଛାତ୍ରୀ ଅସୁସ୍ଥ

ସୋମବାର ରାତିରେ ସେବାଶ୍ରମର ସମସ୍ତ ଛାତ୍ରୀମାନେ ରାତ୍ରି ଭୋଜନ ପରେ ଶୋଇଥିଲେ । ମଙ୍ଗଳବାର ସକାଳେ ଗୋଟେ ପରେ ଗୋଟେ କରି 28 ଜଣ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡବାକୁ ଲାଗିଥିଲା । ଛାତ୍ରୀମାନଙ୍କୁ ଝାଡା ବାନ୍ତି ହେବାରୁ ସଙ୍ଗେ ସଙ୍ଗେ ସ୍କୁଲ ପକ୍ଷରୁ ଆମ୍ବୁଲାନ୍ସ ଡକାଯାଇ ସେମାନଙ୍କୁ ବରପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ସମସ୍ତ ଛାତ୍ରୀଙ୍କୁ ସେବାଶ୍ରମକୁ ଛାଡିଦିଆଯାଇଛି । ତେବେ ରାତ୍ରି ଭୋଜନ ଖାଦ୍ୟରେ କୌଣସି କାରଣରୁ ବିଷକ୍ରିୟା ଯୋଗୁଁ ଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିବା ଜଣାପଡିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.