ETV Bharat / state

ବ୍ୟବସାୟୀଙ୍କ ଗାଡିରୁ 2 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଛୁ ମାରିଲା ଦୁର୍ବୃତ୍ତ - theft from businessman

ବରଗଡ ସହରରେ ବ୍ୟବସାୟୀଙ୍କ ଗାଡିରୁ ଚୋରି ହେଲା ଲକ୍ଷାଧିକ ଟଙ୍କା । ଏନେଇ ଟାଉନ ଥାନାରେ ବ୍ୟବସାୟୀଙ୍କ ଏତଲା । ଅଧିକ ପଢନ୍ତୁ...

ବ୍ୟବସାୟୀଙ୍କ ବୋଲେରୋରୁ 2 ଲକ୍ଷ 27 ହଜାର ଚୋରି

author img

By

Published : Jul 16, 2021, 8:00 AM IST

ବରଗଡ: ସହରର ଜଣେ ବ୍ୟବସାୟୀଙ୍କ ବୋଲେରୋ ପିକଅପ ଗାଡି ଭିତରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବରଗଡ ଟାଉନ ଥାନାରେ ଏତଲା ଦେଇଛନ୍ତି ସମ୍ପୃକ୍ତ ବ୍ୟାପାରୀ । ସହରର ଧରମସାଲା ଛକ ନିକଟରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି ।

ବ୍ୟବସାୟୀଙ୍କ ବୋଲେରୋରୁ 2 ଲକ୍ଷ 27 ହଜାର ଚୋରି

ମିଳିଥିବା ସୂଚନା ଅନୁସାରେ ବରଗଡ ଭେଡେନ ଗ୍ରାମର ଅଶୋକ ଅଗ୍ରୱାଲ ନାମକ ବ୍ୟବସାୟୀ ତାଙ୍କର କିରାନା ଦୋକାନର ସାମଗ୍ରୀ କ୍ରୟ କରିବାକୁ ତାଙ୍କ ଗାଡି ଡ୍ରାଇଭର ସହିତ 2 ଲକ୍ଷ 27 ହଜାର ଟଙ୍କା ସହ ବରଗଡକୁ ପଠାଇଥିଲେ । ଡ୍ରାଇଭର ଜଣକ ବୋଲେରୋ ଗାଡିରେ ଟଙ୍କା ରଖି ଲକ କରି କିରାନା ହୋଳସେଲ ଦୋକାନକୁ ସାମଗ୍ରୀ କିଣିବା ପାଇଁ ଯାଇଥିଲେ ।

ତେବେ ସେ ଫେରିବା ପରେ ଗାଡିରୁ ଟଙ୍କା ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଡ୍ରାଇଭର ଜଣକ ସଙ୍ଗେ ସଙ୍ଗେ ତାଙ୍କ ମାଲିକଙ୍କୁ ଏସମ୍ପର୍କରେ ଅବଗତ କରିବା ସହ ଥାନାରେ ମଧ୍ୟ ଏlଲା ଦେଇଥିଲେ । ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.