ETV Bharat / state

ଜିଲ୍ଲା ମାନ୍ୟତା ଦାବିରେ ଆଜି 12 ଘଣ୍ଟିଆ ପଦ୍ମପୁର ବନ୍ଦ - ପଦ୍ମପୁର ବନ୍ଦ ଡାକରା

Padmpur bandh: ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ପଦ୍ମପୁରରେ 12 ଘଣ୍ଟିଆ ବନ୍ଦ ଡାକରା । ଅଧିକ ପଢନ୍ତୁ

ଜିଲ୍ଲା ମାନ୍ୟତା ଦାବିରେ ପଦ୍ମପୁର ବନ୍ଦ ଡାକରା

author img

By ETV Bharat Odisha Team

Published : Jan 16, 2024, 11:55 AM IST

ବରଗଡ଼: ଜିଲ୍ଲା ମାନ୍ୟତା ଦାବିରେ ଆଜି 12 ଘଣ୍ଟିଆ ପଦ୍ମପୁର ବନ୍ଦ । ସକାଳ 6ଟାରୁ ସନ୍ଧ୍ୟା 6ଟା ଯାଏ ବନ୍ଦ ଡାକରା ଦିଆଯାଇଛି । ପଦ୍ମପୁରର ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଏହି ବନ୍ଦ ପାଳନ କରାଯାଉଥିବା ବେଳେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ଏଠାରେ ସମସ୍ତ ଦୋକାନ ବଜାର, ଗାଡିମଟର ଚଳାଚଳ, ବେସରକାରୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ମିଳିତ କ୍ରିୟାନୁଷ୍ଠାନ କମିଟି ସଂଯୋଜକଙ୍କ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପଦ୍ମପୁରକୁ ଡିସେମ୍ବର 2023 ସୁଦ୍ଧା ଜିଲ୍ଲା ଘୋଷଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏ ଯାଏଁ ଏହାକୁ ଜିଲ୍ଲା ଘୋଷଣା କରାଯାଇନାହିଁ । ପଦ୍ମପୁରକୁ ଖୁବଶୀଘ୍ର ଜିଲ୍ଲା ଘୋଷଣା କରିବା ଦାବିରେ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପଦ୍ମପୁର ଉପଖଣ୍ଡକୁ ଏକ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦେବା ପାଇଁ ୧୯୯୨-୧୯୯୩ ମସିହାରୁ ଏହି ଦାବି ହୋଇଆସୁଛି । ହେଲେ ତାହା ଆଜି ଯାଏଁ ପୂରଣ ହୋଇପାରି ନାହିଁ । ଭୌଗୋଳିକ ଦୃଷ୍ଟିକୋଣ ହେଉ ଅବା ଲୋକସଂଖ୍ୟା ହେଉ ସବୁ ଦୃଷ୍ଟି ରୁ ପଦ୍ମପୁର ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ପାଇବା ଯୋଗ୍ୟ ।"

ଏହାମଧ୍ୟ ପଢନ୍ତୁ.. ସ୍ବାଭାବିକ ରହିବ ଟ୍ରକ ବସ୍ ଚଳାଚଳ! ଧର୍ମଘଟକୁ ସମର୍ଥନ ଦେଲାନି ମାଲିକ ସଂଘ

୨୦୧୮ ମସିହାରେ ପଦ୍ମପୁରବାସୀ ଜିଲ୍ଲା ମାନ୍ୟତା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦିନ ଧାରଣା ଦେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଓ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ ବୋଲି କହିଥିଲେ । ତତ୍କାଳୀନ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ୨୦୨୩ ମସିହାରେ ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳର ବିଧାୟିକା ପ୍ରାର୍ଥିନୀ ବର୍ଷା ସିଂ ବରିହା ବିଜୟ ହେଲା ପରେ ଧନ୍ୟବାଦ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ମସିହା ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଇତିମଧ୍ୟରେ ୨୦୨୩ ପରେ ୨୦୨୪ ମସିହା ଜାନୁଆରୀ ମାସ ଶେଷ ହେବାକୁ ଆସିଲାଣି କିନ୍ତୁ ପଦ୍ମପୁରକୁ ଜିଲ୍ଲା ଭାବରେ ଘୋଷଣା କରାଗଲା ନାହିଁ । ଏହାର ପ୍ରତିବାଦରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଆଜି ପଦ୍ମପୁର ଅଞ୍ଚଳକୁ ୧୨ ଘଣ୍ଟା ପାଇଁ ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଦୋକାନ ବଜାର, ବେସରକାରୀ ଅନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ତଥା ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଏଥିରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.