ETV Bharat / state

କଂସ ବଦ୍ଧ ସହ ଧନୁଯାତ୍ରା ଶେଷ

ଶେଷ ହୋଇଛି 11 ଦିନ ଧରି ଚାଲିଥିବା ବରଗଡର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା। କଂସକୁ ସଂହାର କରି ମଥୁରାବାସୀଙ୍କୁ କଂସ ଅତ୍ୟାଚାରରୁ ମୁକ୍ତି ଦେଲେ ଭଗବାନ। ଅଧିକ ପଢ଼ନ୍ତୁ...

dhanu yatra concludes, dhanu jatra, 11 days long dhanu yatra, krishna balaram kills kansa, କଂସ ବଦ୍ଧ ସହ ଶେଷ ହେଲା ଧନୁଯାତ୍ରା, ଧନୁଯାତ୍ରା, କଂସ ବଦ୍ଧ, ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚ
କଂସ ବଦ୍ଧ ସହ ଶେଷ ହେଲା ଧନୁଯାତ୍ରା
author img

By

Published : Jan 11, 2020, 7:30 PM IST

ବରଗଡ: କଂସ ବଦ୍ଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରା। ପ୍ରେମ, ଭକ୍ତି, ବିରହ, ଅନ୍ୟାୟ, ଅନୀତି ଓ ଅତ୍ୟାଚାରକୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା 11 ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମ ଉପରେ ପରିଶେଷରେ ସତ୍ୟ ଓ ଧର୍ମର ଜୟ ହୋଇଛି । ଏହା ହେଉଛି ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।

ଗତ ଡିସେମ୍ବର 31 ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂର୍ଣ୍ଣମୀ ଦିନ ସମାପ୍ତ ହୋଇଛି। ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ, ବଳରାମ ମଥୁରା ଭ୍ରମଣ କରି ଧନୁଯାତ୍ରାକୁ ପହଞ୍ଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାରର ସମସ୍ତ ଦ୍ବାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା ।
ପ୍ରଥମ ଦ୍ବାରରେ ଥିଲା କୁବଳୟା ହସ୍ତୀ । କୁବଳୟା ହସ୍ତୀ ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧାଙ୍କୁ ବଦ୍ଧ କରିଥିଲେ କୃଷ୍ଣ ବଳରାମ ଦୁଇଭାଇ । ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ । ଯାହା ଦର୍ଶକଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ କଂସ ବି କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା ଏବଂ ସବୁବେଳେ ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ତାହା ପ୍ରମାଣିତ କରିଥିଲା ।

ଭଗବାନଙ୍କ ହାତରେ କଂସ ବଦ୍ଧ ହେବାପରେ ମଥୁରାରେ ଦେଖା ଯାଇଥିଲା ଉତ୍ସବର ମାହୋଲ । କୃଷ୍ଣ ବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସକୁ ବଦ୍ଧ କରି ମଥୁରାବାସୀଙ୍କୁ କଂସର ଅତ୍ୟାଚାରରୁ ମୁକ୍ତ କରାଇଥିଲେ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଓ ବସୁଦେବଙ୍କୁ ମୁକ୍ତ କରିଥିବା ବେଳେ ମହାରାଜା ଉଗ୍ରସେନଙ୍କ ରାଜ୍ୟାଭିଷେକ କରାଇଛନ୍ତି । 11 ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ଜନସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଇଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ ତାହା ପ୍ରମାଣିତ କରିଛି ।

କଂସ ବଦ୍ଧ ସହ ଶେଷ ହେଲା ଧନୁଯାତ୍ରା

ତେବେ ବରଗଡ଼ର ଏହି ପ୍ରସିଦ୍ଧ ଧନୁଯାତ୍ରାରେ ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ସମସ୍ତେ ଜଣେ ଜଣେ କଳାକାର, ଅନ୍ତିମ ଦିବସରେ କୃଷ୍ଣ କଂସଙ୍କୁ ବଦ୍ଧ କଲାପରେ ବରଗଡ଼ ବାସୀ ହୃଦବୋଧ କରିଥିଲେ ଯେ ସତେ ଯେପରି ସ୍ବୟଂ ଭଗବାନ ଓହ୍ଲାଇ ଆସିଛନ୍ତି ଧରାପୃଷ୍ଠକୁ ଏବଂ ଅତ୍ୟାଚାରୀ କଂସକୁ ମାରି ଉଦ୍ଧାର କରିଛନ୍ତି ମଥୁରାବାସୀଙ୍କୁ। ଧନୁଯାତ୍ରାର ସମାପ୍ତି ପରେ ଅପେକ୍ଷା ପୁଣି ଆର ବର୍ଷକୁ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro: କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି , ବିରହ, ଅନ୍ୟାୟ , ଅନିତି ଓ ଅତ୍ୟାଚାର କୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦିର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟହୋଇଛି । ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।

Body: ଗତ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂଣ୍ଣମୀ ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣବଳରାମ ମଥୁରାର ଭ୍ରମଣ କରି ମହାରାଜ କଂସ ଙ୍କ ଧନୁଯାତ୍ରା କୁ ପହଂଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାର ର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା ।
ପ୍ରଥମ ଦ୍ୱାର ରେ ଥିଲା କୁବଳୟା ହସ୍ତି । କୁବଳୟା ହସ୍ତୀ ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧା ଙ୍କୁ ବଦ୍ଧ କରିଥିଲେ କୃଷ୍ଣ ବଳରାମ ଦୁଇଭାଇ | ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ । ଯାହା ଦର୍ଶକ ଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ କଂସ ବି କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା ଏବଂ ସବୁବେଳେ ଅଧର୍ମ ଉପରେ ଧର୍ମ ର ଜୟ,ଅସତ୍ୟ ଉପରେ ସତ୍ୟ ର ବିଜୟ ହୋଇଥାଏ ତାହା ପ୍ରମାଣିତ କରିଥିଲା

ତେବେ ଭଗବାନଙ୍କ ହାତରେ କଂସ ବଧ ହେବାପରେ ମଥୁରାରେ ଦେଖା ଯାଇଥିଲା ଉତ୍ସବର ମାହୋଲ । କୃଷ୍ଣବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସ କୁ ବଧ କରି ମଥୁରାବାସୀ ଙ୍କୁ କଂସ ର ଅତ୍ୟାଚାରରୁ ମୁକ୍ତ କରାଇଥିଲେ । ଏହାପରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଥୁରା କାରାଗୃହକୁ ଯାଇ ଦେବକୀ ଓ ବାସୁଦେବଙ୍କୁ ମୁକ୍ତ କରିଥିବା ବେଳେ ମହାରାଜା ଉଗ୍ରସେନ ଙ୍କ ରାଜ୍ୟାଭିଷେକ କରାଇଛନ୍ତି । ଦୀର୍ଘ ୧୧ ଦିନ ଧରି ଚାଲିଥିବା ବରଗଡ଼ ଧନୁଯାତ୍ରା ଜନସାଧାରଣଙ୍କୁ ଅନେକ କିଛି ଶିକ୍ଷା ଦେଇଥିବା ବେଳେ ଯୁଗେ ଯୁଗେ ସର୍ବଦା ଧର୍ମର ହିଁ ଜୟ ହୋଇଥାଏ ତାହା ପ୍ରମାଣିତ କରିଛି ।

Conclusion:ତେବେ ଦୀର୍ଘ ୧୧ ଦିନ ଧରି ଚାଲିଥିବା ଏହି ଧନୁଯାତ୍ରା ବିଶ୍ୱର ସର୍ବ ବୃହତ ଖୋଲା ରଂଗମଂଚ ରେ ସମସ୍ତେ ଜଣେ ଜଣେ କଳାକାର , ଅନ୍ତିମ ଦିବସରେ କୃଷ୍ଣ କଂସଙ୍କୁ ବଧ କଲାପରେ ବରଗଡ଼ ବାସୀ ହୃଦ୍ ବୋଧ କରିଥିଲେ ଯେ ସତେ ଯେପରି ସ୍ୱୟଂ ଭଗବାନ ଓହ୍ଲାଇ ଆସିଛନ୍ତି ଧରାପୃଷ୍ଠକୁ ଏବଂ ଅତ୍ୟାଚାରୀ କଂସକୁ ମାରି ଉଦ୍ଧାର କରିଛନ୍ତି ମଥୁରାବାସୀଙ୍କୁ । ତେବେ ଧନୁଯାତ୍ରାର ସମାପ୍ତି ପରେ ଅପେକ୍ଷା ପୁଣି ଆର ବର୍ଷକୁ..

ବାଇଟ 1- କଂସ
ବାଇଟ 2- ବାଲାଜୀ ତରାସିଆ ( ବୁଦ୍ଧିଜୀବୀ )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.