ETV Bharat / state

ବାଲି ଚୋରାଚାଲାଣ ସମୟରେ ଧରାପଡିଲା 10 ଟ୍ରାକ୍ଟର - ପଦ୍ମପୁରରେ ବାଲି ଚୋରାଚାଲାଣ

ସମ୍ବଲପୁରୀ ଗାଁର ନଦୀଘାଟରେ 10 ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଛି । ଜଗଦଲପୁର ଥାନାର ମହିଳା ପୋଲିସ ଓଆଇସି ଏବଂ ମହିଳା ତହସିଲଦାର ଉଭୟ ମିଶି ନଦୀରେ ହଠାତ୍‌ ଚଢାଉ କରିଥିଲେ ।

trackter seized
trackter seized
author img

By

Published : Dec 21, 2019, 4:22 AM IST

ବରଗଡ: ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ଦିନରୁ ବ୍ୟାପକ ମାତ୍ରାରେ ଖଣିଜ ସମ୍ପଦ ହରିଲୁଟ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା । ପଦ୍ମପୁରକୁ ନୂତନ ଭାବରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଯୋଗଦାନ କଲାପରେ ଶୁକ୍ରବାର ସମ୍ବଲପୁରୀ ଗାଁର ନଦୀଘାଟରେ 10 ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଛି ।

ବାଲି ଚୋରାଚାଲାଣ ସମୟରେ ଧରାପଡିଲା 10 ଟ୍ରାକ୍ଟର

ଜଗଦଲପୁର ଥାନାର ମହିଳା ପୋଲିସ ଓଆଇସି ଏବଂ ମହିଳା ତହସିଲଦାର ଉଭୟ ମିଶି ନଦୀରେ ହଠାତ୍‌ ଚଢାଉ କରିଥିଲେ । ବେଆଇନ ବାଲି ଚୋରାଚାଲାଣ କରୁଥିବା ଟ୍ରାକ୍ଟର ଗୁଡିକୁ ଜବତ କରି ଜଗଦାଲପୁର ଥାନାରେ ରଖାଯାଇଛି |
ପଦ୍ମପୁର ଅଞ୍ଚଳରେ ଯେତେ ବାଲି ଓ ଖଣିଜ ସମ୍ପଦ ଚୋରି ହେଉଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀମାନେ ମୋଟା ଅଙ୍କର ଅର୍ଥ ମଫିଆମାନଙ୍କ ଠାରୁ ଆଦାୟ କରି ଚୁପ ଚାପ ରହିଯାଉଥିଲେ | ସେପଟେ ପ୍ରଚୁର ରାଜସ୍ବହାନୀ ହେଉଥିଲେ ମଧ୍ୟ ସମ୍ପୂର୍ଣ ଆଖି ବୁଜି ଦେଉଥିଲେ ଅଧିକାରୀ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢିଚାଲିଥିଲା । ହେଲେ ପଦ୍ମପୁରରେ ଅତିରିକ୍ତ ତହସିଲଦାର ଭାବେ ସରିତା ଗୁପ୍ତା ଯୋଗଦାନ କଲାପରେ ପ୍ରଥମ ଥର ପାଇଁ ଏପରି ବାଲି ମାଫିଆଙ୍କ ଉପରେ ଚଢାଉ କରାଯାଇଛି | ଏକା ସଙ୍ଗେ ୧୦ ଟ୍ରାକ୍ଟର ଜବତ କରିବା ଘଟଣା ଏହି ଅଞ୍ଚଳରେ ପ୍ରଥମ । ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ଭୂରି ପ୍ରଶଂସା କରିଛନ୍ତି | ମହିଳାଧିକାରୀ ସାହସ ଜୁଟାଇ ଅନ୍ୟ ଅଧିକାରୀ ମାନଙ୍କୁ ଶିକ୍ଷା ଦେଇଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଦୀର୍ଘ ଦିନରୁ ବ୍ୟାପକ ମାତ୍ରାରେ ଖଣିଜ ସମ୍ପଦ ହରିଲୁଟ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ହେଲେ ପଦ୍ମପୁର କୁ ନୂତନ ଭାବରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଯୋଗଦାନ କଳାପରେ ଆଜି ସମ୍ବଲପୁରୀ ଗ୍ରାମର ନଦୀ ଘାଟରେ 10 ଗୋଟି ଟ୍ରାକ୍ଟର କୁ ଜବତ କରାଯାଇଛି | ଜଗଦାଲପୁର ଥାନାର ମହିଳା ପୋଲିସ OIC ଏବଂ ମହିଳା ତହସିଲଦାର ଉଭୟ ମିଶି ନଦୀରେ ହଠାତ ଚଢାଉ କରି ବେଆଇନ ବାଲି ଚୋରାଚାଲାଣ କରୁଥିବା ଟ୍ରାକ୍ଟର ଗୁଡିକୁ ଜବତ କରି ଜଗଦାଲପୁର ଥାନାରେ ରଖାଯାଇଛି |
Body:ପଦ୍ମପୁର ଅଞ୍ଚଳରେ ଯେତେ ବାଲି ଓ ଖଣିଜ ସମ୍ପଦ ଚୋରୀ ହେଉଥିଲେ ମଧ୍ୟ ସ୍ଥାନୀୟ ଅଧିକାରୀ ମାନେ ମୋଟା ଅଙ୍କର ଅର୍ଥ ମଫିଆ ମାନଙ୍କ ଠାରୁ ବସୁଲି କରି ଚୁପ ଚାପ ରହିଯାଉଥିଲେ | ସେପଟେ ପ୍ରଚୁର ରାଜସ୍ୱ ହାନି ହେଉଥିଲେ ମଧ୍ୟ ସମ୍ପୂର୍ଣ ଆଖି ବୁଜି ଦେଉଥିଲେ ଅଧିକାରୀ ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଜନ ଅସନ୍ତୋଷ ବଢିଚାଲିଥିଲା ହେଲେ ପଦ୍ମପୁର ରେ ଅତିରିକ୍ତ ତହସିଲଦାର ଭାବେ ସରିତା ଗୁପ୍ତା ଯୋଗଦାନ କଲାପରେ ପ୍ରଥମ ଥର ପାଇଁ ଏପରି ବାଲି ମାଫିଆଙ୍କ ଉପରେ ଚଢାଉ କରାଯାଇଛି | ଏକା ସଙ୍ଗେ ୧୦ ଟ୍ରାକ୍ଟର ଜବତ କରିବା ଘଟଣା ଏହି ଅଞ୍ଚଳରେ ପ୍ରଥମ ହୋଇଥିବା ବେଳେ ଏପରି ପଦକ୍ଷେପକୁ ସ୍ଥାନୀୟ ଲୋକେ ଭୂରି ପ୍ରଶଂସା କରିଛନ୍ତି | ପୁରୁଷ ପଦାଅଧିକାରୀ ମାନେ ହାତରେ ଚୁଡି ପିନ୍ଧି ବସିଥିବ ବେଳେ କିନ୍ତୁ ମହିଳା ଅଧିକାରୀ ସାହସ ଜୁଟାଇ ଅନ୍ୟ ଅଧିକାରୀ ମାନଙ୍କୁ ଶିକ୍ଷା ଦେଇଛନ୍ତି |
Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.