ETV Bharat / state

ଟଙ୍କା ନ ଦେବାରୁ ଭିଡିଓ ଭାଇରାଲ, ଥାନାରେ ଏତଲା - balasore news

ତାଳଶାରୀ ବେଳାଭୂମିକୁ ବୁଲିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କୁ କିଛି ଯୁବକଙ୍କ ଅସଦାଚରଣ । ଏହା ସହିତ ଜବରଦସ୍ତ ଭିଡିଓ ଉତ୍ତୋଳନ କରିଛନ୍ତି । କେବଳ ଏତିକି ନୁହେଁ ଟଙ୍କା ନଦେଲେ ଭିଡିଓ ଭାଇରାଲ କରି ଦେବାର ଧମକ ମଧ୍ୟ ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 10, 2019, 3:21 PM IST

Updated : Aug 10, 2019, 6:16 PM IST

ବାଲେଶ୍ବର: ଭୋଗରାଇରେ ପୁଣି ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି ୲ ତାଳଶାରୀ ବେଳା ଭୂମିକୁ ବୁଲିବାକୁ ଯାଇଥିବା ଛାତ୍ରଛାତ୍ରୀଙ୍କ ସହ କିଛି ଯୁବକ ଅଶାଳୀନ ବ୍ୟବହାର କରିଛନ୍ତି । ଏପରିକି ଏ ନେଇ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବା ନେଇ ଧମକ ଦେଉଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି । ସ୍ଥାନୀୟ ଗ୍ରାମବାସୀ ଓ ମହାମାୟା ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ତାଳଶାରୀ ମେରାଇନ ଥାନାରେ ଏନେଇ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସ୍ଥାନୀୟ ଅଞ୍ଚଳର କଲେଜ ଛାତ୍ରଛାତ୍ରୀ ବୁଲିବା ପାଇଁ ତାଳଶାରୀ ଯାଇଥିଲେ । ସେଠାରେ କିଛି ଅସାଧୁ ବ୍ୟକ୍ତି ସେମାନଙ୍କ ସହିତ ଅସଦାଚରଣ କରିଥିଲେ । ଏହା ସହିତ ଭିଡିଓ ଉତ୍ତୋଳନ କରିଥିଲେ । ଏହାସହ ପରେ ଭିଡିଓକୁ ଭାଇରାଲ କରିଛନ୍ତି ୲ ଭୋଗରାଇ ବ୍ଲକ ତାଳଶାରୀ ବେଳାଭୂମିକୁ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ଏବେ ବେଳାଭୂମିରେ ଲଜ୍ଜ୍ୟାଜନକ ପରିସ୍ଥିତି ଉପୁଜିଛି ୲

ଏହି ଘଟଣା ପ୍ରଥମ ନୁହେଁ ୲ ପୂର୍ବରୁ ଏହିପରି ଅନେକ ଘଟଣା ଘଟିଥିବାର ନଜିର ରହିଛି ୲ ତେବେ କିଛି ଅସାମାଜିକ ବ୍ୟକ୍ତି ଏମିତି କାର୍ଯ୍ୟରେ ଲିପ୍ତ ରହି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାର ତଦନ୍ତ କରି ଘଟଣାରେ ସମ୍ପୃକ୍ତ ଅସାମାଜିକ ଯୁବକଙ୍କୁ ଗିରଫ କରିବାକୁ ଦାବି ହୋଇଛି ୲

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Aug 10, 2019, 6:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.