ETV Bharat / state

ମୋବାଇଲରେ ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ - ଲୁଡୁ ଖେଳ ପାଇଁ ଆକ୍ରମଣ

ମୋବାଇଲରେ ଲୁଡୁ ଖେଳକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗ୍ରାମରେ ଯୁବକଙ୍କ ପେଟକୁ ଛୁରୀରେ ଆକ୍ରମଣ । ଆହତ ଯୁବକ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ଛୁରୀରେ ଆକ୍ରମଣ
ଡିଜାଇନ ଫଟୋ
author img

By

Published : Nov 28, 2019, 9:56 PM IST

ଗଞ୍ଜାମ: ସାମାନ୍ୟ ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକଙ୍କୁ ଛୁରୀରେ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗ୍ରାମରେ । ମୋବାଇଲରେ ଲୁଡୁ ଖେଳକୁ କେନ୍ଦ୍ର କରି ଗ୍ରାମର କେ. ଦୁର୍ଯ୍ୟୋଧନ ରେଡ୍ଡୀ ନାମକ ଯୁବକଙ୍କୁ ସେହି ଗ୍ରାମର ଜଣେ ଯୁବକ ଛୁରୀରେ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଆହତ ଯୁବକ ଜଣକୁ ଏମକେସିଜି ହସପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦତା, ବାଲେଶ୍ବର

ଝାଡ଼କୁଦା ଗ୍ରାମର ରାଧାକୃଷ୍ଣ ମନ୍ଦିର ପାଖରେ ଦୁଇ ଯୁବକ ଲୁଡୁ ଖେଳିଥିଲେ । ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ହେଲେ ପୁଣି ସେହି ମନ୍ଦିର ନିକଟରେ ଉଭୟଙ୍କ ଭେଟ ହେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଦୁର୍ଯ୍ୟୋଧନଙ୍କୁ ଅଭିଯୁକ୍ତ ଯୁବକ ଜଣକ ଛୁରୀରେ ଆକ୍ରମଣ କରିଥିଲା ।

ଆହତ ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଛତ୍ରପୁର ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷେ ପୋଲିସ ପକ୍ଷରୁ ଜଣେ ଯୁବକକୁ ଅଟକ ରଖି ତଦନ୍ତ ଆରମ୍ଭ କରା ଯାଉଥିବା ସୂଚନା ଦେଇଛନ୍ତି ରମ୍ଭା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ସାମାନ୍ୟ ଲୁଡୁ ଖେଳକୁ କେନ୍ଦ୍ର କରି ଯୁବକ ଙ୍କ ପେଟକୁ ଛୁରୀରେ ଆକ୍ରମଣ । ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ଝାଡକୁଦା ଗ୍ରାମରେ । ମୋବାଇଲରେ ଲୁଡୁ ଖେଳକୁ କେନ୍ଦ୍ର କରି ଗ୍ରାମର କେ. ଦୁର୍ଯ୍ୟୋଧନ ରେଡ୍ଡୀ ନାମକ ଯୁବକଙ୍କୁ ସେହି ଗ୍ରାମର ଜଣେ ଯୁବକ ପେଟକୁ ଛୁରୀ ଆକ୍ରମଣ କରିଥିବାର ଅଭିଯୋଗରେ ହୋଇଥିବା ଏଥିରେ ଆହାତ ଯୁବକ ଙ୍କୁ ଗୁରୁତ୍ତର ଅବସ୍ଥାରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ରେ ଭର୍ତ୍ତି କରାଯାଇଛି। ଝାଡ଼କୁଦା ଗ୍ରାମର ରାଧାକୃଷ୍ଣ ମନ୍ଦିର ପାଖରେ ଦୁଇ ଯୁବକ ଲୁଡୁ ଖେଳିଥିଲେ। ଏହି ଖେଳକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହେଲେ ପୁଣି ସେହି ମନ୍ଦିର ନିକଟରେ ଉଭୟଙ୍କ ଭେଟ ହେବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଦୁର୍ଯ୍ୟୋଧନଙ୍କୁ ଆକ୍ରମଣ କରାଯାଇଥିବା ବେଳେ ପ୍ରଥମେ ଛତ୍ରପୁର ସରକାରୀ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତ୍ତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ପୋଲିସ ପକ୍ଷରୁ ଘଟଣାର ଅଭିଯୋଗ ପାଇବା ପରେ ଜଣେ ଯୁବକ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ରମ୍ଭା ଥାନାଧିକାରୀ କୃଷ୍ଣ ଚନ୍ଦ୍ର ସେଠୀ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.