ETV Bharat / state

ଚିକିତ୍ସିତ ହେବାକୁ ଯାଇ ଅତ୍ୟାଚାରର ଶିକାର ଯୁବତୀ, ଭିଡିଓ ଭାଇରାଲ

ଡାଇରିଆର ଚିକିତ୍ସା କରାଇବାକୁ ଯାଇ ଡାକ୍ତରଖାନାରେ ଅତ୍ୟାଚାରର ଶିକାର ହୋଇଛନ୍ତି ଯୁବତୀ । ହେଲେ ଚୁପ ନବସି ଘଟଣାର ପ୍ରତିବାଦ କରିଛନ୍ତି ସମ୍ପୃକ୍ତ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 8, 2019, 3:49 AM IST

ବାଲେଶ୍ବର: ଅମାନବିକତାର ଭିଡିଓ ଏବେ ସୋସିଆଲ ମିଡିଆରେ ହେବାରେ ଲାଗଛି ଭାଇରାଲ । ଯେଉଁଥିରେ ଦେଖିବାକୁ ମିଳିଛନ୍ତି ଅତ୍ୟାଚାରର ଶିକାର ହୋଇଥିବା ଅବସରପ୍ରାପ୍ତ ଡିଏସ୍‌ପି ଶେଖ ହବିବୁଲ୍ଲାଙ୍କ ଝିଅ ଅଞ୍ଜୁମ । ସେ ଡାଇରିଆରେ ପୀଡିତ ଥିବାରୁ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ଯାଇଥିବା ସମୟର ଏହି ଦୃଶ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ମୁତାବକ ଅଞ୍ଜୁମ ଡାଇରିଆର ଶିକାର ହୋଇ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ପହଞ୍ଚିଥିଲେ । ହେଲେ ସେଠାରେ ବେଡ୍‌ ନଥିବାରୁ ତାଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଇଥିଲା । ଅଞ୍ଜୁମ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଡାକ୍ତରଖାନା କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମାଡ ମାରିବା ସହ ତାଙ୍କ ହାତ ଓ ଗୋଡକୁ ବେଡ୍‌ର ବାଡରେ ବାନ୍ଧି ଦେଇଥିବା ଅଭିଯୋଗ ହୋଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି ।

କେଉଁ କାରଣରୁ ଅଞ୍ଜୁମଙ୍କୁ ଏପରି ଅତ୍ୟାଚାରର ଶିକାର ହେବାକୁ ପଡିଛି ତାହା ସ୍ପଷ୍ଟ ହୋଇପାରି ନାହିଁ । ତେଣେ ଘଟଣାଟି କେତେ ସତ ବା ମିଛ ସେନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ଜଣେ ମହିଳାଙ୍କୁ ମେଡିକାଲ କର୍ମଚାରୀମାନେ ହାତଗୋଡ଼ ବାନ୍ଧି ଦେଇଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ, ବାଲେଶ୍ୱର ଟାଉନ ଥାନା ଅଧିନ ଫୁଲବଜାର ଅଞ୍ଚଳର ଅବସରପ୍ରାପ୍ତ ଡିଏସପି ଶେଖ ହବିବୁଲ୍ଲାଙ୍କ ଝିଅ ଅଞ୍ଜୁମ ଡାଇରିଆରେ ପୀଡିତ ହୋଇ ଚିକିତ୍ସା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଡାଇରିଆ ୱାର୍ଡରେ ବେଡ଼ ନ ମିଳିବାରୁ ଅଞ୍ଜୁମଙ୍କୁ ତଳେ ଶୁଆଇ ଚିକିତ୍ସା କରାଯାଇଥିଲା। ଏହାର ପ୍ରତିବାଦ କରିବାରୁ ଅଞ୍ଜୁମଙ୍କୁ ମେଡିକାଲ କର୍ମଚାରୀ ଓ ସିକ୍ୟୁରିଟି ଗାର୍ଡ ମାଡ଼ ମାରିବା ସହ ଖଟ ଖୁରାରେ ବାନ୍ଧି ପକାଇଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ କେଉଁ ପରିସ୍ଥିତିରେ ଅଞ୍ଜୁମଙ୍କୁ ଏମିତି ବାନ୍ଧି ଦିଆଯାଇଥିଲା ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଏହି ଘଟଣାର ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.