ETV Bharat / state

ନୂଆ ଭୋଟରଙ୍କୁ ଟିପ୍ସ ଦେଲା ରାଜ୍ୟ ଇଲେକ୍ସନ ୱାଚ - vote

ନୂତନ ଯୁବ ଭୋଟରମାନେ କିପରି ଓ କେମିତି ଭୋଟ ପ୍ରଦାନ କରିବେ ସେମାନଙ୍କୁ ସଚେତନ ଓ ସତର୍କ କରିବା ନିମନ୍ତେ ବାଲେଶ୍ବରରେ ଯୁବ ଓ ନୂତନ ଭୋଟର ସମାବେଶ ଆୟୋଜିତ ହୋଇଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 19, 2019, 8:26 PM IST

ବାଲେଶ୍ବର:ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ଇଲେକ୍ସନ ୱାଚ ପକ୍ଷରୁ 'ଯୁବ ଓ ନୂତନ ଭୋଟର ସମାବେଶ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଯୁବ ତଥା ନୂତନ ଭୋଟରଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ ଥିଲା ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, ବାଲେଶ୍ବର

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଏଡିଏମ ସମ୍ବିତ ନାୟକ, ଓଡିଶା ଇଲେକ୍ସନ ୱାଚ ମୁଖ୍ୟ ରଞ୍ଜନ ମହାନ୍ତି, ମେ ଆଇ ହେଲ୍ପ ୟୁର ସଂଯୋଜକ ଉବାଚକ ମହାନ୍ତି ପ୍ରମୁଖ ଯୋଗ ଦେଇ ଯୁବକ ଯୁବତୀମାନଙ୍କୁ ସଚେତନ କରାଇଥିଲେ ।

ତେବେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଯୁବ ଭୋଟରଙ୍କୁ ଉପଦେଶ ଦେଇ କହିଛନ୍ତି ଯେ, କାହା କଥାରେ ପ୍ରଭାବିତ ନହୋଇ ଓ କାହାକୁ ଭୟ ନକରି ନିଜର ଅଧିକାର ସାବ୍ୟସ୍ତ କରିବା ଦରକାର ।

ନିରପେକ୍ଷ ଭୋବେ ସେମାନେ କିପରି ଭୋଟ ଦେବେ ଏନେଇ ଆଲୋଚନା ମଧ୍ୟ କରାଯାଇଥିଲା । ଏଥିସହ ନିର୍ବାଚନ ବେଳେ ଆର୍ଥିକ କାରବାର ସମ୍ପର୍କରେ ସିଧା ସଳଖ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବାର ବିଭିନ୍ନ ମାଧ୍ୟମ ସମ୍ପର୍କରେ ଅବଗତ କରାଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ଇଲେକ୍ସନ ୱାଚ ଓ ମେ ଆଇ ହେଲ୍ପ ୟୁର ମିଳିତ ସହଯୋଗରେ ଯୁବ ଓ ନୂତନ ଭୋଟରମାନଙ୍କୁ ନେଇ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଭୋଟରମାନଙ୍କୁ ଆଗାମୀ ନିର୍ବାଚନ ସମ୍ପର୍କରେ ସଚେତନ କରାଯାଇଥିଲା।

Body:ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଉପଜିଲ୍ଲାପାଳ ନିଲୁ ମହାପାତ୍ର, ଏଡିଏମ ସମ୍ବିତ ନାୟକ, ଓଡିଶା ଇଲେକ୍ସନ ୱାଚ ମୁଖ୍ୟ ରଞ୍ଜନ ମହାନ୍ତି, ମେ ଆଇ ହେଲ୍ପ ୟୁର ସଂଯୋଜକ ଉବାଚକ ମହାନ୍ତି ପ୍ରମୁଖ ଯୋଗ ଦେଇ ଯୁବକ ଯୁବତୀମାନଙ୍କୁ ସଚେତନ କରାଇଥିଲେ। ନୂତନ ଭୋଟରମାନଙ୍କ ମନରେ ଅନେକ ଉତ୍ସାହ ଥିବା ବେଳେ ଆଗାମୀ ନିର୍ବାଚନରେ ନିଜର ବହୁମୂଲ୍ୟ ଭୋଟ ବ୍ୟର୍ଥ ଯିବାକୁ ଦେବେନାହିଁ ବୋଲି ଆହ୍ବାନ ଦିଆଯାଇଥିଲା। ଯୁବକମାନେ କାହାରି ଦ୍ୱାରା ପ୍ରଭାବିତ ନ ହୋଇ ସ୍ୱାଧୀନ ଭାବେ ମତଦାନ ସାଵସ୍ତ୍ୟ କରିବା ପାଇଁ କୁହାଯାଇଥିଲା। ମତଦାନ ବେଳେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେବା ସହ ଗଣତନ୍ତ୍ରର ମହାନ ପର୍ବରେ ଶତ ପ୍ରତିଶତ ସାମିଲ ହେବାପାଇଁ ଅଧିକାରୀମାନେ କହିଥିଲେ।

Conclusion:ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟଦେବା ସହ ନିଜର ଗଣ ତାନ୍ତ୍ରିକ ଅଧିକାର ଜାହିର କରିବାର ମଉକା 5 ବର୍ଷରେ ଥରେ ମିଳୁଥିବାରୁ ସମସ୍ତେ ଏଥିରେ ସାମିଲ ହେବାପାଇଁ ଆହ୍ବାନ ଦିଆଯାଇଥିଲା। ନିର୍ବାଚନ ବେଳେ ଆର୍ଥିକ କାରବାର ସମ୍ପର୍କରେ ସିଧା ସଳଖ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ କରିବାର ବିଭିନ୍ନ ମାଧ୍ୟମ ସମ୍ପର୍କରେ ଅବଗତ କରାଯାଇଥିଲା।
ବାଇଟ- ରମେଶ ଚନ୍ଦ୍ର ରାଉତ(ଜିଲ୍ଲାପାଳ ଓ ଜିଲ୍ଲା ନିର୍ବାଚନ ଅଧିକାରୀ)

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.