ETV Bharat / state

ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ ଶ୍ରମିକ ସଂଗଠନର ବିକ୍ଷୋଭ

ଆଗାମୀ 6 ମାସ ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ସରକାର 7 ହଜାର 5 ଶହ ଟଙ୍କା କରି ଅନୁଦାନ ଦେବାପାଇଁ ଦାବି ହୋଇଛି ।

workers-union-protests-in-front-of-the-balasore-district-magistrates-office
ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ ଶ୍ରମିକ ସଂଗଠନର ବିକ୍ଷୋଭ
author img

By

Published : Jul 3, 2020, 4:47 PM IST

ବାଲେଶ୍ଵର: ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଶ୍ରମିକ ସଂଗଠନ ଗୁଡ଼ିକ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ ସଭା କରାଯାଇଛି ।

ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ ଶ୍ରମିକ ସଂଗଠନର ବିକ୍ଷୋଭ

ଆଗାମୀ 6 ମାସ ପର୍ଯ୍ୟନ୍ତ ଶ୍ରମିକମାନଙ୍କୁ ସରକାର 7 ହଜାର 5 ଶହ ଟଙ୍କା କରି ଅନୁଦାନ ଦେବାପାଇଁ ଦାବି ହୋଇଛି । ଏହାସହ ପ୍ରତି ପରିବାରକୁ 10 କିଲୋ ଲେଖାଏଁ ଚାଉଳ, ରାସନକାର୍ଡ ନଥିବା ଶ୍ରମିକ ପରିବାରକୁ ତୁରନ୍ତ କାର୍ଡ ପ୍ରଦାନ, ଅହେତୁକ ଭାବେ ବଢି ଚାଲିଥିବା ତୈଳଦର ହ୍ରାସ କରିବା ଦାବି ଉଠିଥିଲା। ଦାବି ସମୂହକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି। ଏହି ବିକ୍ଷୋଭରେ ବିଭିନ୍ନ ଶ୍ରମିକ ସଂଗଠନର ନେତାମାନେ ସାମିଲ ହୋଇଥିଲେ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.