ETV Bharat / state

ମୃତ୍ୟୁଳାଳୀନ ସହାୟତା ନ ମିଳିବାରୁ ବିର୍ଲା ଟାୟାର୍ସରେ ଶ୍ରମିକ ଅଶାନ୍ତି - balasore birla tires tension

ବାଲେଶ୍ବର ପ୍ରମୁଖ ଶିଳ୍ପସଂସ୍ଥା ବିର୍ଲା ଟାୟାରରେ ପୁଣି ଅଶାନ୍ତି ଦେଖା ଦେଇଛି । କାରଖାନାରେ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଅଧିକ ପଢନ୍ତୁ...

ମୃତ୍ୟୁଳାଳୀନ ସହାୟତା ନମିଳିବାରୁ ବିର୍ଲା ଟାୟାର୍ସରେ ଶ୍ରମିକ ଅଶାନ୍ତି

author img

By

Published : Jun 3, 2021, 9:23 PM IST

ବାଲେଶ୍ବର: ବାଲେଶ୍ବର ପ୍ରମୁଖ ଶିଳ୍ପସଂସ୍ଥା ବିର୍ଲା ଟାୟାରରେ ପୁଣି ଅଶାନ୍ତି ଦେଖାଦେଇଛି । କାରଖାନାରେ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।

ସୂଚନା ଅନୁସାରେ, କମ୍ପାନୀର କାର୍ଯ୍ୟରତ ଶ୍ରମିକଙ୍କର ସାଧାରଣ ମୃତ୍ୟୁ ହେଲେ ପାଖାପାଖି ୮ ଲକ୍ଷ ସହାୟତା ମିଳିବାର ନିୟମ ରହିଛି। କିନ୍ତୁ ଦୀର୍ଘଦିନ ଧରି କମ୍ପାନୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥ ଜମା କରୁନଥିବା ଅଭିଯୋଗ ହୋଇଛି । ଯାହାଦ୍ୱାରା ଏବେ ୬ ଜଣ ଶ୍ରମିକ ମୃତ୍ୟୁଳାଳୀନ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଏନେଇ ଛବି କୁମାର ମହାନ୍ତିଙ୍କ ନେତୃତ୍ବରେ ୪ ଜଣ ଶ୍ରମିକ ଆଲୋଚନା ପାଇଁ କାରଖାନା ଭିତରକୁ ଯାଇଥିଲେ । କିନ୍ତୁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲୋଚନା ପାଇଁ ଅନୁମତି ମିଳିନଥିଲା । ଏହାସହ କାରାଖାନା ପରିସରେ ଥିବାବେଳେ ୪ ଜଣଙ୍କୁ ସୁରକ୍ଷା କର୍ମୀମାନେ ଭିତରୁ ତାଲା ପକାଇ ବାହାରକୁ ଛାଡ଼ି ନଥିଲେ । ଏହି ଖବର ପ୍ରଚାର ହେବା ମାତ୍ରେ ଶତାଧିକ ଶ୍ରମିକ ତଥା ପରିବାର ଲୋକେ କାରଖାନାର ପ୍ରଥମ ଗେଟ୍ ତାଲା ଭାଙ୍ଗି ଭିତରକୁ ଯାଇ ଧାରଣାରେ ବସିଥିଲେ । ସହାୟତା ଯୋଗାଇ ନ ଦିଆଯିବା ଯାଏଁ ଧାରଣା ଚାଲିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.