ETV Bharat / state

ତାତିଲେ ମହିଳା ଗୋଷ୍ଠୀ, ଭାଙ୍ଗିଲେ ମଦ ଦୋକାନ - alcohol

ଦିନକୁ ଦିନ ବଢିଚାଲିଛି ବେଆଇନ ମଦ କାରବାର । ଏହି କାରବାରକୁ ବିରୋଧ କରି ତାତିଲେ ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅଞ୍ଚଳର ମହିଳା ଗୋଷ୍ଠୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jun 19, 2019, 7:14 PM IST

ବାଲେଶ୍ବର: ବେଆଇନ ମଦ ବେପାର ବନ୍ଦ କରିବା ନେଇ ତେଜିଲେ ମହିଳା । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ବେଆଇନ ଭାବେ ମଦ ବିକୁଥିବା ଅଭିଯୋଗ ଆସିଛି । ଏହି ଅଭିଯୋଗରେ ମହିଳାମାନେ ହୋଟେଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ମଦ ଗୁଡିକୁ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଖଇରା ଥାନା କୋଚିଆକୋଇଲି ଠାରେ ଥିବା ତପସି ନାମକ ଏକ ହୋଟେଲ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବେପାର କରୁଥିବା ଅଭିଯୋଗ ହେଉଥିଲା । ସେହି ଅଞ୍ଚଳରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ବାରମ୍ବାର ମନା କରିବା ପରେ ମଧ୍ୟ ହୋଟେଲ ମାଲିକ ମଦ ବେପାର ବନ୍ଦ କରୁନଥିଲା । ସେପଟେ ମଦ୍ୟପଙ୍କ ଯୋଗୁଁ ଅଞ୍ଚଳରେ ବହୁ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ମା ଅମ୍ବିକା ସ୍ବୟଂ ସହାୟକ ଗୋଷ୍ଠୀ ତାଲମହୁରୀ ଓ ପଳସା ମହିଳା ଗୋଷ୍ଠୀ ସହିତ ଶତାଧିକ ମହିଳା ଏକଜୁଟ ହୋଇ ହୋଟେଲ ନିକଟରେ ପହଞ୍ଚିଥିଲେ । ହୋଟେଲ ଭିତରେ ଥିବା ଫ୍ରିଜ ସହିତ ଆସବାବପତ୍ର ଓ ମଦ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଥିଲେ । ଖଇରା ପୋଲିସ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦମକଳବାହୀନି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳରେ ବେଆଇନ ଭାବେ ମଦ ବିକୁଥିବା ଅଭିଯୋଗରେ ମହିଳାମାନେ ହୋଟେଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ମଦ ଗୁଡିକ ନିଆଁ ଲଗାଇଥିବା ଦେଖିବାକୁ ମିଳିଛି।Body:
ଖଇରା ଥାନା କୋଚିଆକୋଇଲି ଠାରେ ଥିବା ତପସି ନାମକ ଏକ ହୋଟେଲ ଦିର୍ଘ ଦିନ ଧରି ବେଆଇନ ଭାବେ ମଦ ବେପାର କରୁଥିବା ଅଭିଯୋଗ ହେଉଥିଲା। ସେହି ଅଞ୍ଚଳରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ବାରମ୍ବାର ମନା କରିବା ପରେ ମଧ୍ୟ ହୋଟେଲ ମାଲିକ ମାନି ନଥିଲା । ଫଳରେ ସେହି ଗ୍ରାମର ବିଭିନ୍ନ ଚୋରି ସହିତ ବହୁ ଅସାମାଜିକ କାମରେ ଲୋକମାନେ ଲିପ୍ତ ରହୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମା ଅମ୍ବିକା ସ୍ୱୟଂ ସହାୟକ ଗୋଷ୍ଠୀ ତାଲମହୁରୀ ଓ ପଳସା ମହିଳା ଗୋଷ୍ଠୀ ସହିତ ଶତାଧିକ ମହିଳା ଏକଜୁଟ ହୋଇ ହୋଟେଲ ନିକଟରେ ପହଞ୍ଚିଥିଲେ। ହୋଟେଲ ଭିତରେ ଥିବା ଫ୍ରିଜ ସହିତ ଆସବାବପତ୍ର ଓ ମଦ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଥିଲେ।
Conclusion:ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦମକଳ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.