ETV Bharat / state

ଯୌତୁକ ପାଇଁ ନବବଧୂକୁ ବିଷ ପିଆଇ ହତ୍ୟା ଅଭିଯୋଗ - ଯୌତୁକ ପାଇଁ ବଧୁକୁ ବିଷ ପିଆଇ ହତ୍ୟା ଅଭିଯୋଗ

ବାହାଘରକୁ ମାତ୍ର 5 ମାସ । ହେଲେ ଯୌତୁକ ଲାଳସା ଯୋଗୁଁ ବଧୁକୁ ହତ୍ୟା କରିବାକୁ ପଛାଇଲେନି ଶାଶୁଘର ଲୋକେ ।

Woman killed
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Dec 9, 2019, 12:41 PM IST

ବାଲେଶ୍ଵର: ଯୌତୁକ ସାଜିଲା କାଳ । ସିମୁଳିଆ ଥାନା ଅଞ୍ଚଳରେ ବଧୁଙ୍କୁ ହତ୍ୟା ଅଭିଯୋଗ । ଏନେଇ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି ପରିବାର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାନୁସାରେ, ଖଇରାଥାନା ରାମଚନ୍ଦ୍ରପୁର ଗାଁର ଭାଗବତ ଲେଙ୍କାଙ୍କ ଝିଅ ସିମୁଳିଆ ଥାନା ଆନନ୍ଦପୁର ଗାଁର ଶଙ୍କର୍ଷଣ ଲେଙ୍କାଙ୍କ ପୁଅ ସହ ଗତ ଜୁଲାଇ ମାସରେ ବୈଦିକ ରୀତିରେ ବିବାହ ହୋଇଥିଲା । ପୁଅ ଘର ଲୋକଙ୍କ ଦାବି ଅନୁସାରେ ଝିଅ ଘର ପକ୍ଷରୁ ସମସ୍ତ ଯୌତୁକ ଦିଆଯାଇଥିଲା । ବିବାହର କିଛିଦିନ ପରେ ପୁଅ ଘର ପକ୍ଷରୁ ଏକ ମୋଟର ସାଇକେଲ ଦାବି କରି ବଧୁ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ।

ବାହାଘରକୁ ମାତ୍ର 5 ମାସ ହୋଇଥିବା ବେଳେ ଶାଶୁ ଘର ଲୋକ ବିଷ ପିଆଇ ଝିଅକୁ ମାରିଦେଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସିମୁଳିଆ ମେଡିକାଲ ପରିସରରେ କିଛି ସମୟ ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଜଣେ ବଧୁଙ୍କୁ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଏନେଇ ସିମୁଳିଆ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଖଇରା ଥାନା ରାମଚନ୍ଦ୍ରପୁର ଗ୍ରାମର ଭାଗବତ ଲେଙ୍କାଙ୍କ ଝିଅ ସିମୁଳିଆ ଥାନା ଆନନ୍ଦପୁର ଗ୍ରାମର ଶଙ୍କର୍ଷଣ ଲେଙ୍କାଙ୍କ ପୁଅ ସହ ଗତ ଜୁଲାଇ ମାସରେ ବୈଦିକ ରୀତିରେ ବିବାହ ହୋଇଥିଲା। ପୁଅ ଘର ପରିବାର ଲୋକଙ୍କ ଦାବି ଅନୁସାରେ ଝିଅ ଘର ପକ୍ଷରୁ ସମସ୍ତ ଯାନୀ ଯୌତୁକ ଦିଆଯାଇଥିଲା। ବିବାହର କିଛିଦିନ ପରେ ପୁଅ ଘର ପକ୍ଷରୁ ଏକ ମୋଟର ସାଇକେଲ ଦାବି କରି ବଧୁ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଝିଅକୁ ଶାଶୁଘର ଲୋକେ ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ବିବାହକୁ ମାତ୍ର 5 ମାସ ହୋଇଥିବା ବେଳେ ଶାଶୁ ଘର ଲୋକ ବିଷ ପିଆଇ ଝିଅକୁ ମାରିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସିମୁଳିଆ ମେଡିକାଲ ପରିସରରେ କିଛି ସମୟ ଉଭୟ ପରିବାର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.