ବାଲେଶ୍ବର: ମଦ ପିଇବାକୁ ବିରୋଧ କରିବାରୁ ନୃଶଂସ ପାଲଟିଗଲା ସ୍ବାମୀ ଓ ଜନ୍ମିତ ସନ୍ତାନ । ପୁଅ ଭୁଲିଗଲା ମାଆର ସ୍ନେହ, ସ୍ବାମୀ ଭୁଲିଗଲା ସ୍ତ୍ରୀର ଭଲପାଇବା । ଶେଷରେ ନିଶାସକ୍ତ ଅବସ୍ଥାରେ ମହିଳାଙ୍କୁ ଚେଙ୍କ ଦେଲେ ବାପ ପୁଅ । ଏକ ଗରମ ଲୁହାରେ ମହିଳାଙ୍କୁ ଚେଙ୍କ ଦେବା ସହ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ନାଭଡ଼ା ଗ୍ରାମରେ ଏଭଳି ଅମାନବୀୟ ଘଟଣା ଘଟିଛି । ଗୁରୁତର ମହିଳା ହେଉଛନ୍ତି ହରପ୍ରିୟା । ବର୍ତ୍ତମାନ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ତେଜୁଛି ରେଡ୍ ରାଜନୀତି: ତିନି ଦିନ ହେଲା ଆଇଟି ଓ ଜିଏସଟିର ଘନ ଘନ ଚଢାଉ
ମିଳିଥିବା ସୂଚନା ଅନୁଯାୟୀ, ନାଭଡା ଗ୍ରାମର ପ୍ରଭାକର ବିଶ୍ୱାଳ ଓ ତାଙ୍କ ପୁଅ ମଦ ପିଉଥିବାରୁ ସ୍ତ୍ରୀ ହରପ୍ରିୟା ଉଭୟଙ୍କୁ ପ୍ରତିଦିନ ବିରୋଧ କରନ୍ତି । ତେବେ ବାପ ପୁଅ ପିଉଥିବା ବେଳେ ହରପ୍ରିୟ ବିରୋଧ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ବାପାପୁଅ ହରପ୍ରିୟାଙ୍କୁ ଗରମ ଲୁହା ରଡରେ ଚେଙ୍କ ଲଗାଇ ଦେଇଥିଲେ । ଆଖି ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗରମ ଲୁହା ରଡରେ ଚେଙ୍କ ଲଗାଇବା ସହିତ ବାପା ପୁଅ ମିଶି ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ହରପ୍ରିୟାଙ୍କୁ ବାଲେଶ୍ଵର ମୁଖ୍ଯ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଖବର ପାଇ ବାଲିଆପାଳ ପୋଲିସ ଉଭୟ ବାପ ପୁଅକୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ-ଏମିତି ଚାଲିଛି ସ୍ବାସ୍ଥ୍ୟ ସେବା: ପେଟରେ ବଢୁଥିଲା ଟ୍ୟୁମର, ଡାକ୍ତର କହିଲେ ମହିଳା ଗର୍ଭବତୀ
ତେବେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ କିପରି ରହିଛି ସେନଇ ସୂଚନା ହସ୍ତଗତ ହୋଇନାହିଁ । ବାପା ପୁଅଙ୍କ ବିରୋଧରେ ପୋଲିସ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା । ତେବେ ମଦ୍ଯପାନ କରି ନିଶାସକ୍ତ ଅବସରେ ମନୁଷ୍ଯ ଗୋଟିଏ ପରେ ଗୋଟିଏ ଜଘନ୍ୟକାଣ୍ଡ ଘଟାଇ ଚାଲିଛି । ଏମିତିକି ନିଜର ରକ୍ତ ସମ୍ପର୍କୀୟଙ୍କୁ ଆକ୍ରମଣ କରିବା ସହ ଜୀବନ ମଧ୍ୟ ନେବାକୁ ପଛାଉ ନାହିଁ । ଫଳରେ ଅକାଳରେ ଅନେକଙ୍କ ଜୀବନ ଚାଲିଯାଉଛି । ଅନେକ ସମୟରେ ମଦ ନିଶା ଅନେକଙ୍କ ପରିବାରକୁ ମଧ୍ୟ ଛାରଖାର କରିଦେଉଛି । ନିଶା ଯୋଗୁଁ ରାଜ୍ୟରେ ଅନେକ ସମୟରେ ଅପରାଧ ଘଟୁଥିବା ଖବର ସାମ୍ନାକୁ ଆସୁଛି ।
ଇଟିଭି ଭାରତ, ବାଲେଶ୍ବର