ବାଲେଶ୍ବର: ସ୍ଥାନୀୟ ସୋର ଅଞ୍ଚଳର ଜଣେ ଯୁବତୀ ରୋଷେଇ କରୁଥିବା ବେଳେ ନିଆଁ ଲାଗି ଗୁରୁତର ହୋଇପଡିଛନ୍ତି। ନଦୀଗାଁ ସାରୁପଦା ଗ୍ରାମର ଈଶ୍ବର ମହାନ୍ତିଙ୍କ ଝିଅ ଚୁଲିରେ ରୋଷେଇ କରୁଥିବା ବେଳେ ତାଙ୍କ ଲୁଗାରେ ନିଆଁ ଲାଗି ଯାଇଥିଲା। ଫଳରେ ଗୁରୁତର ହୋଇ ପଡିଥିଲେ ସମ୍ପୃକ୍ତ ଯୁବତୀ ।
ତେବେ ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଯୁବତୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ଅନୁଯାୟୀ ଯୁବତୀଙ୍କ ଶରୀରର 50 ପ୍ରତିଶତରୁ ଅଧିକ ଅଂଶ ପୋଡିଯାଇଥିବା ଜଣା ପଡିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ