ବାଲେଶ୍ବର: ବାଡ଼ିରେ ଛେଳି ପଶିଯିବା ଯୋଗୁଁ ସ୍ବାମୀ ଓ ସ୍ତ୍ରୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା ଏବେ ମାନବକିତାକୁ ନେଇ ପ୍ରଶ୍ନ ଉଠିଛି। ଏମିତି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରେମୁ ଗାଁରେ ।
ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଛେଳି ଚରାଉଥିବାବେଳେ ଏକ ଛେଳି ଗାଁର କାର୍ତ୍ତିକ ବିଶ୍ବାଳଙ୍କ ବାଡ଼ିରେ ପଶି ଯାଇଥିଲା । ଏହାକୁ ନେଇ ଉକ୍ତ ବ୍ୟକ୍ତିଙ୍କୁ ମାଡ଼ ମାରିବା ସହ ଗଛରେ ବାନ୍ଧି ଦିଆଯାଇଥିଲା । ସ୍ବାମୀଙ୍କୁ ମାଡ଼ ମରାଯାଉଥିବା ଜାଣିବା ପରେ ସ୍ତ୍ରୀ ସେଠାରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ମାଡ଼ ମାରି ଗଛରେ ବାନ୍ଧିଥିଲେ ଲୋକେ । ଏହି ଘଟଣା ପ୍ରମାଣିତ କରୁଛି ଯେ ସତରେ ମାନବିକତା କେତେ ମାତ୍ରାରେ ଲୋପ ପାଇବାକୁ ବସିଛି । ଏହି ଘଟଣାକୁ ନେଇ ବାଲିଆପାଳ ଥାନାରେ ମାମଲା ରୁଜୁ ହୋଇଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ