ବାଲେଶ୍ବର: ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର 6ଟି ଲୋକସଭା ଓ 41ଟି ବିଧାନସଭା ଆସନ ପାଇଁ ମତଦାନ ହେବ । ନିର୍ବାଚନ ପାଇଁ ବାଲେଶ୍ବର ଜିଲ୍ଲାରେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ପ୍ରଚାରର ଶେଷ ଦିନ ଥିବାବେଳେ ପ୍ରଶାସନ ମଧ୍ୟ ନିଜକୁ ପ୍ରସ୍ତୁତ ରଖିଛି ।
ବାଲେଶ୍ବର ଜିଲ୍ଲାରେ ନିର୍ବାଚନ ପାଇଁ ପ୍ରଶାସନ ତରଫରୁ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି ? ଭୋଟର କିପରି ସୁରୁଖୁରୁରେ ମତଦାନ କରିବେ ଜିଲ୍ଲା ପ୍ରଶାସନ ତରଫରୁ କି କି ପଦକ୍ଷେପ ମାନ ଗ୍ରହଣ କରାଯାଇଛି ? ଅଧିକ ଜାଣିବା ପାଇଁ ବାଲେଶ୍ବର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ