ବାଲେଶ୍ବର: ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ବଢିବାରେ ଲାଗିଛି ଜଳସ୍ତର। ବାଲେଶ୍ୱରର ଜଳକା ନଦୀର ଜଳସ୍ତର କ୍ରମଶଃ ବଢି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ନଦୀ ଫୁଲିବାରେ ଲାଗିଛି।
ବର୍ତ୍ତମାନ ବିପଦ ସଙ୍କେତ 5.53 ମିଟର ଥିବା ବେଳେ, ଏବେ 6.67ରେ ପ୍ରବାହିତ ହେଉଛି । ନଦୀ ଫୁଲିବା ଦେଖି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ