ETV Bharat / state

ରଜଭୋଜିରେ ଗଣ୍ଡଗୋଳ, ଜଣେ ଆହତ

ରଜ ଭୋଜିକୁ ନେଇ ଗଣ୍ଡଗୋଳ । ଭୁଜାଲିରେ ଆକ୍ରମଣ ଯୋଗୁଁ ଜଣେ ଆହତ। ବାଲେଶ୍ବର ସହରର ସହଦେବଖୁଣ୍ଟା ଥାନା ଅଧିନ କଣ୍ଟାବାଣିଆ ଗ୍ରାମରେ ଘଟିଛି ଏହି ଘଟଣା।

author img

By

Published : Jun 15, 2019, 12:01 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ରଜରେ ଭୋଜି କରୁଥିବା ବେଳେ 5ଶହ ଟଙ୍କାକୁ ନେଇ ଗଣ୍ଡଗୋଳ ହୋଇ ଜଣେ ଆହତ ହୋଇଥିବା ଜଣାପଡିଛି । ଏମିତି ଘଟଣା ଘଟିଛି ବାଲେଶ୍ୱର ସହରର ସହଦେବଖୁଣ୍ଟା ଥାନା ଅଧିନ କଣ୍ଟାବାଣିଆ ଗ୍ରାମରେ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ଗତକାଲି ପହିଲି ରଜ ଥିବାବେଳେ ଗ୍ରାମର ଯୁବକମାନେ ରାତିରେ ଭୋଜିର ଆୟୋଜନ କରିଥିଲେ। ଭୋଜି ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ 5ଶହ ଟଙ୍କା ଚାନ୍ଦା ଜଣେ ଯୁବକଙ୍କୁ ମଗାଯାଇଥିଲା। ଯୁବକ ଜଣଙ୍କ ଟଙ୍କା ଦେବାକୁ ମନା କରିଥିଲେ। ଏହାକୁ ନେଇ ସୃଷ୍ଟି ହୋଇଥିଲା ବଚସା । ବଚସାରୁ ଆରମ୍ଭ ହୋଇଥିଲା ମାରପିଟ। ଏହି ମାରପିଟରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଆହତ ଯୁବକଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି। ସେପଟେ ଅପରପକ୍ଷେ ରାତିରେ ଘରକୁ ଫେରୁଥିବା ବେଳେ କିଛି ଲୋକ ଛିନତାଇ ପାଇଁ ଉଦ୍ୟମ କରି ଖୁରରେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଆକ୍ରମଣରେ ଦିଲ୍ଲୀପଙ୍କ କକା କୈଳାସ ବେହେରା ମଧ୍ୟ ଆହତ ହୋଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.