ବାଲେଶ୍ଵର: ଫଟୋ ପାଇଁ ଟୀକାକରଣ କେନ୍ଦ୍ରରେ ଉତ୍ତେଜନା । ବାଲେଶ୍ବର ଜିଲ୍ଲା ଗାନ୍ଧୀ ସ୍ମୃତି ଭବନରେ ଟିକା ଦାନ କେନ୍ଦ୍ର ଉଦଘାଟନ ପୂର୍ବରୁ ବିଜେପି କର୍ମୀଙ୍କ ହୋହାଲ୍ଲା କରିଛନ୍ତି । ଟିକାଦାନ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବା ନେଇ ଉତ୍ତେଜନା ସୃଷ୍ଟି ହୋଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ଲଗାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ମୀ । ଏହା ସହିତ ପାଟୁତୁଣ୍ଡ ମଧ୍ୟ କରିଥିଲେ । ଶେଷରେ ବିଜେପି କର୍ମୀମାନେ ଟିକାଦାନ କେନ୍ଦ୍ର ଭିତରକୁ ଧସେଇ ପଶି ପ୍ରଧାନମନ୍ତ୍ରୀଙ୍କ ଫଟୋ ରଖିଥିବା ଦେଖିବାକୁ ମିଳିଥିଲା ।
ଏହି ଘଟଣାକୁ ନେଇ ଟିକାଦାନ କେନ୍ଦ୍ରରେ ବେଶ କିଛି ସମୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ରାଜ୍ୟରେ କେନ୍ଦ୍ର ସରକାରଙ୍କ ପାଇଁ ପହଞ୍ଚିପାରିଛି । ଲୋକଙ୍କୁ ଟିକା ଦେବାରେ କେନ୍ଦ୍ରର ଭୂମିକା ରହିଛି ହେଲେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିଜେପି କର୍ମୀ । ଏହା ସହିତ ଉଦଘାଟନୀ ଉତ୍ସବରେ ଲାଗିଥିବା ରିବନକୁ କର୍ମୀମାନେ ଛିଣ୍ଡାଇ ପକାଇଥିବାର ଦେଖିବାକୁ ମିଳିଥିଲା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ