ETV Bharat / state

ଗାଁକୁ ନାହିଁ ରାସ୍ତା, ବାଉଁଶ ପୋଲ ଭରସା

author img

By

Published : Jun 22, 2021, 2:44 PM IST

ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ବାରବାଙ୍କ ଗାଁ ଲୋକଙ୍କ ଅବସ୍ଥା କହିଲେ ନ ସରେ । ଗାଁକୁ ରାସ୍ତା ନଥିବାରୁ ବାଉଁଶ ପୋଲ ଭରସା ହୋଇଛି । ଅଧିକ ପଢନ୍ତୁ...

ବାଉଁଶ ପୋଲ ଭରସା
ବାଉଁଶ ପୋଲ ଭରସା

ବାଲେଶ୍ଵର: ସ୍ବାଧୀନତାକୁ ଦୀର୍ଘ ବର୍ଷ ବିତିଛି । ହେଲେ ଅନେକ ସ୍ଥାନରେ ଚିତ୍ର ବଦଳିନି । ଆଜି ବି କେଉଁ ଗାଁକୁ ରାସ୍ତା ନାହିଁ ତ କେଉଁ ଗାଁକୁ ନାହିଁ ପାଣି । ଭଲ ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ଲୋକ । ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ବଡ଼ପାଳ ପଞ୍ଚାୟତ ବାରବାଙ୍କ ଗାଁ ଲୋକଙ୍କ ଅବସ୍ଥା କହିଲେ ନ ସରେ । ଗାଁକୁ ରାସ୍ତା ନଥିବାରୁ ବାଉଁଶ ପୋଲ ଭରସା ହୋଇଛି ।

ବାଉଁଶ ପୋଲ ଭରସା

ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ଦୁର୍ଦ୍ଦଶା ଭୋଗୁଛନ୍ତି । ଗାଁକୁ ଯିବା ପାଇଁ ବାଉଁଶ ପୋଲ ଏକମାତ୍ର ସାହାରା ହୋଇଛି । ବର୍ଷାଦିନରେ ଯିବା ଆସିବା ବିପଦପୂର୍ଣ୍ଣ ହୋଇଛି । ଏହାକୁ ନେଇ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଭଲ ରାସ୍ତାଟିଏ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ କହିଲା ପରେ ଚୁପ ବସିଛି ପ୍ରଶାସନ ।

ଗ୍ରାମବାସୀଙ୍କ ଏହି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି ବାଲେଶ୍ବର ଜିଲ୍ଲାର ସମାଜିକ ସଂଗଠନ ଭଏସ ଅଫ ବାଲେଶ୍ବର । ସଂଗଠନ ପକ୍ଷରୁ ଗ୍ରାମବାସୀଙ୍କୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଗଙ୍ଗାହାର ନଦୀ ଓ ପ୍ରସନ୍ନ ନଦୀ ଉପରେ ଥିବା ବାଉଁଶ ପୋଲକୁ ହଟେଇ ଏକ ପକ୍କା ପୋଲ ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ କେବେ ପ୍ରଶାସନ ଆଖି ଖୋଲୁଛି ଆଉ ଗାଁ ଲୋକଙ୍କ ପାଇଁ ରାସ୍ତା ନିର୍ମାଣ ହେଉଛି ତାହା ଦେଖିବା ବାକି ରହିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.