ବାଲେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଦଳା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି ।
ସହକାରୀ ଯନ୍ତ୍ରୀ ନୀଳକଣ୍ଠ ପାଢୀଙ୍କ କାର୍ଯ୍ୟାଳୟ ସମେତ ବାଲେଶ୍ୱର ମିର୍ଜାପୋଖରୀସ୍ଥିତ ବାସଭବନ, ଉଡଙ୍ଗୀରେ ଥିବା ପୈତୃକ ବାସଭବନ, ନୋଳିଆବାଗ ଘର, ଭୁବନେଶ୍ୱର ଘର ଆଦି 6ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଦୀର୍ଘଦିନ ହେବ ଭିଜିଲାନ୍ସ ସ୍କାନରରେ ଥିବା ସୂଚନା ମିଳିଛି ।
ଅନ୍ୟପଟେ ମୟୁରଭଞ୍ଜ କ୍ଷୁଦ୍ର ଜଳସେଚନ ବିଭଗର ସହକାରୀ ନିର୍ବାହୀ ଯନ୍ତ୍ରୀ ମଧ୍ୟ ଆୟ ବହିର୍ବୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍କ ଜାଲରେ ଛନ୍ଦି ହୋଇଛନ୍ତି । ଏକା ସଙ୍ଗେ ୬ ଗୋଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।
ଉଦଳାରେ ଏହି ଚଢାଉ ସମୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ କାର୍ଯ୍ୟାଳୟରେ ଯନ୍ତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ କାଗଜପତ୍ର ସମେତ ଏଟିଏମ କାର୍ଡ, ଚାରି ଚକିଆ ଗାଡି ଏବଂ ଘରବାଡି କାଗଜପତ୍ର ଯାଞ୍ଚ କରିଛି ଭିଜିଲାନ୍ସ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ/ ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ