ETV Bharat / state

ନିଲମ୍ବିତ ଥାନା ଅଧିକାରୀଙ୍କ ବାସଭବନରେ ପୁଣି ଭିଜିଲାନ୍ସ ରେଡ୍ - ନିଲମ୍ବିତ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ

ପୂର୍ବରୁ ବ୍ରାଉନସୁଗାର ମାଫିଆଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଥାନା ଅଧିକାରୀ ଧନେଶ୍ବରଙ୍କ ବାସଭବନରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଅଧିକ ପଢନ୍ତୁ...

Vigilance raids again at the residence of suspended police officer in Balasore
ନିଲମ୍ବିତ ଥାନା ଅଧିକାରୀଙ୍କ ବାସଭବନରେ ପୁଣି ଭିଜିଲାନ୍ସ ରେଡ୍
author img

By

Published : Dec 3, 2020, 8:17 PM IST

ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଥାନାର ପୂର୍ବତନ ତଥା ନିଲମ୍ବିତ ଅଧିକାରୀ ଧନେଶ୍ବର ସାହୁଙ୍କ ସରକାରୀ ବାସଭବନରେ ଗୁରୁବାର ପୁଣି ଭିଜିଲାନ୍ସ ଚଢ଼ାଉ କରିଛି । ଧନେଶ୍ବରଙ୍କ ବ୍ରାଉନସୁଗର ବ୍ୟବସାୟୀଙ୍କ ସହ ଲିଙ୍କ ଥିବା ନେଇ ଏକ ଅଡିଓ ଭାଇରାଲ ହେବାପରେ ଡିଜିଙ୍କ ନିର୍ଦ୍ଦେଶରେ ତାଙ୍କୁ ନିଲମ୍ବନ କରାଯାଇଥିଲା।

ନିଲମ୍ବିତ ଥାନା ଅଧିକାରୀଙ୍କ ବାସଭବନରେ ପୁଣି ଭିଜିଲାନ୍ସ ରେଡ୍

ଧନେଶ୍ବରଙ୍କ ବାସଭବନରେ ଭିଜିଲାନ୍ସ ଟିମ ଚଢାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲା । ପୂର୍ବରୁ ଦୁଇ ଥର ଭିଜିଲାନ୍ସ ଟିମ୍‌ ତାଙ୍କ ବାସଭବନ ଓ ଜଣେ ଗୃହରକ୍ଷୀଙ୍କ ଘରେ ରେଡ଼ କରିଥିଲା। ସେହିପରି ପୁଣିଥରେ ତୃତୀୟଥର ଭିଜିଲାନ୍ସ ବିଭାଗର ଦୁଇଜଣିଆ ସ୍ବତନ୍ତ୍ର ଟିମ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିଥିଲେ।

ଥାନା ଅଧିକାରୀଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ ଉପରେ ପୂର୍ବରୁ ଭିଜିଲାନ୍ସ ଟିମ ଚଢାଉ କରିଥିଲା । ବାରିପଦା ଓ ବାଲେଶ୍ବର ଭିଜିଲାନ୍ସ ଟିମ୍‌ ଜଳେଶ୍ବର ସରକାରୀ ବାସଭବନ, ନରସିଂହପୁରର ପୈତୃକ ଜାଗା, ଭୁବନେଶ୍ବର, ସମ୍ପର୍କୀୟଙ୍କ ଘର ଓ ଜଳେଶ୍ବର ଥାନାର ଗୃହରକ୍ଷୀଙ୍କ ଘରେ ଏକକାଳୀନ ଚଢ଼ାଉ କରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.