ବାଲେଶ୍ଵର: ସହରର ବଙ୍କା ଖଜୁରୀ ଅଞ୍ଚଳର ଜଣେ ପ୍ରାଥମିକ ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ଵର ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ ହୋଇଛି।
ସଦର ଥାନା ଅଧିନସ୍ଥ କଞ୍ଚନିବାଗ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ରହିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଭିଜିଲାନ୍ସ 5ଟି ସ୍ଥାନରେ ଛାପା ମାରିଛି ।
ଶିକ୍ଷୟିତ୍ରୀଙ୍କ ଘର ସମେତ ଶ୍ବଶୁର ଘର ବଡ଼କିଆ, ବାପ ଘର ସୁଠଙ୍ଗ, ଗୁଡୁପାଇ ଚିଙ୍ଗୁଡ଼ି ଫାର୍ମ, ଆଇଟିଆଇ ଛକରେ ଥିବା ପୁତୁରାଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ,ବ୍ୟାଙ୍କ ଆକାଉଣ୍ଟ, ବୀମା କାଗଜ ପତ୍ର ଆଦି ଜବତ ହୋଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ