ETV Bharat / state

ପ୍ରଚାର ମୈଦାନରେ ବର୍ଷିଲେ ଧର୍ମେନ୍ଦ୍ର, ଓଗାଳିଲେ ସରକାରଙ୍କ ଦୋଷ ଦୁର୍ବଳତା - balasore news

ଆଜି ରୂପସା ଦଲଦଲି ପଡ଼ିଆରେ ଏକ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ସଭାରେ ହିଁ ଦୁଇମନ୍ତ୍ରୀ ବିଜେଡି ମନ୍ତ୍ରୀଙ୍କ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ମୁଦ୍ଦା କରିବା ସହ ଏହାକୁ ନିନ୍ଦା କରିଥିଲେ। ଅଧିକ ଖବର ପଢନ୍ତୁ...

ପ୍ରଚାର ମୈଦାନରେ ବର୍ଷିଲେ ଧର୍ମେନ୍ଦ୍ର, ବଖାଣିଲେ ସରକାରଙ୍କ ଦୋଷ ଦୁର୍ବଳତା

author img

By

Published : Oct 24, 2020, 1:25 PM IST

ବାଲେଶ୍ଵର: ସଦର ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ହେଭିୱେଟ ନେତାମାନେ ପ୍ରଚାରରେ ସାମିଲ ହେଉଛନ୍ତି। ସେହିପରି ଆଜି ରୂପସା ଦଲଦଲି ପଡ଼ିଆରେ ଏକ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଯୋଗଦେଇ ପ୍ରାର୍ଥୀ ମାନସ ଦତ୍ତଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି।

ପ୍ରଚାର ମୈଦାନରେ ବର୍ଷିଲେ ଧର୍ମେନ୍ଦ୍ର, ବଖାଣିଲେ ସରକାରଙ୍କ ଦୋଷ ଦୁର୍ବଳତା

ସଭାରେ ହିଁ ଦୁଇମନ୍ତ୍ରୀ ବିଜେଡି ମନ୍ତ୍ରୀଙ୍କ ସ୍ବର୍ଗତ ମଦନ ମୋହନ ଦତ୍ତଙ୍କ ଉପରେ ଦେଇଥିବା ଟିପ୍ପଣୀକୁ ମୁଦ୍ଦା କରିବା ସହ ଏହାକୁ ନିନ୍ଦା କରିଥିଲେ। କୋରୋନା ସମୟରେ ବିଜେଡିର ଏତେ ନେତା ମନ୍ତ୍ରୀ କେଉଁଠି ଥିଲେ, ସେତେବେଳେ ବାଲେଶ୍ଵରର ଅଭାବୀ ଓ ଅସୁବିଧାରେ ଥିବା ଲୋକଙ୍କ ଉପରେ ନଜର କେମିତି ପଡ଼ିଲାନି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ।

ବିଜେଡିର ନେତାମନ୍ତ୍ରୀ ମାନେ ଗାଁ ଗାଁ ବୁଲି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଟଙ୍କା ଓ ଶାଢ଼ୀ ବାଣ୍ଟି ନିଜ ସପକ୍ଷରେ ଭୋଟ ମାଗୁଥିବା ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଯେଉଁମାତ୍ରାରେ ବାଲେଶ୍ଵର ଉନ୍ନତି କରିବା କଥା ତାହା ଏଯାଏ ହୋଇ ପାରି ନାହି। ଏଥିପାଇଁ ପ୍ରାର୍ଥୀ ମାନସ ଦତ୍ତଙ୍କୁ ଭୋଟଦେଇ ଜିତାଇବା ପାଇଁ ଦୁଇ କେନ୍ଦ୍ରମନ୍ତ୍ରୀ ଭୋଟରଙ୍କୁ ନିବେଦନ କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.