ETV Bharat / state

ଲକଡାଉନ କଟକଣାକୁ ଅମାନ୍ୟ କରି ଗିରଫ ହେଲେ 2 ଦୋକାନୀ - balaosre news

କୋରୋନା ସଂକ୍ରମଣର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲାରେ ଲକଡାଉନ ଘୋଷଣା । ସରକାରଙ୍କ ଏହି ଗାଇଡଲାଇନକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ 2 ଜଣ ଦୋକାନୀଙ୍କୁ ଗିରଫ କରିଛି ପୋଲିସ ।

Two shopkeepers were arrested in balaosre
ଲକଡାଉନ କଟକଣାକୁ ଅମାନ୍ୟ କରି ଗିରଫ ହେଲେ 2 ଦୋକାନୀ
author img

By

Published : Mar 24, 2020, 7:34 PM IST

ବାଲେଶ୍ବର: କୋରୋନା ସଂକ୍ରମଣର ମୁକାବିଲା ପାଇଁ ବାଲେଶ୍ଵର ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ସରକାରଙ୍କ ଏହି ଗାଇଡଲାଇନକୁ ଉଲ୍ଲଙ୍ଘନ କରିବା ଅଭିଯୋଗରେ 2 ଜଣ ଦୋକାନୀଙ୍କୁ ଗିରଫ କରିଛି ପୋଲିସ ।

ତେବେ ବାଲେଶ୍ବର ଟାଉନ ଥାନା ଅଧିନ ମୋତିଗଞ୍ଜ ବଜାରରେ ଥିବା ସୁଭଦ୍ରା କସମେଟିକସ ଦୋକାନ ମଙ୍ଗଳବାର ଖୋଲା ରହିଥିଲା । ସରକାରୀ ନିର୍ଦ୍ଦେଶ ଅମାନ୍ୟ କରିବା ଅଭିଯୋଗରେ ପୋଲିସ ଦୋକାନୀ ରବୀନ୍ଦ୍ର ସେଠୀଙ୍କୁ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ବାଲେଶ୍ବର ଟାଉନ ଥାନାରେ ଆଇପିସିର ଧାରା ୧୮୮/୨୬୯/୩୩୬ ଅନୁଯାୟୀ ମାମଲା ରୁଜୁ ହୋଇଛି ।

ଲକଡାଉନ କଟକଣାକୁ ଅମାନ୍ୟ କରି ଗିରଫ ହେଲେ 2 ଦୋକାନୀ

ସେହିପରି ଗୋଳାପୋଖରୀ ନିକଟ ଆକଟପୁର ଠାରେ ଥିବା ଏକ ଗ୍ୟାରେଜ ଖୋଲା ରହିଥିଲା । ଲକଡାଉନ ସତ୍ତ୍ବେ ଦୋକାନ ଖୋଲା ରହିଥିବାରୁ ବଡଖୁଆ ଗ୍ରାମର ଶ୍ରୀଧର ମାଝୀଙ୍କୁ ଗିରଫ କରିଛି ପୋଲିସ । ତାଙ୍କ ବିରୁଦ୍ଧରେ ମଧ୍ୟ ସମାନ ମାମଲା ରୁଜୁ କରାଯାଇଛି । ତେବେ ଲକଡାଉନ ଉଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.