ETV Bharat / state

କଲେକ୍ସନ ଏଜେଣ୍ଟଙ୍କୁ ଲୁଟୁଥିବା ଦୁଇ ଲୁଟେରା ଗିରଫ

author img

By

Published : Jun 18, 2021, 4:40 PM IST

ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବାଇକ ଓ ନଗଦ ଟଙ୍କା ଜବତ କରିଛି ବାଲେଶ୍ଵର ସଦର ଥାନା ପୋଲିସ । ଅଧିକ ପଢନ୍ତୁ...

କଲେକ୍ସନ ଏଜେଣ୍ଟଙ୍କୁ ଲୁଟୁଥିବା ଦୁଇ ଲୁଟେରା ଗିରଫ
କଲେକ୍ସନ ଏଜେଣ୍ଟଙ୍କୁ ଲୁଟୁଥିବା ଦୁଇ ଲୁଟେରା ଗିରଫ

ବାଲେଶ୍ବର: ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର, ବାଇକ ଓ ନଗଦ ଟଙ୍କା ଜବତ କରିଛି ବାଲେଶ୍ଵର ସଦର ଥାନା ପୋଲିସ ।

ବିଭିନ୍ନ କଲେକ୍ସନ ଏଜେଣ୍ଟଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ ହେବା ଘଟଣା ବାରମ୍ବାର ସାମ୍ନାକୁ ଆସୁଥିଲା। ଏନେଇ ମଧ୍ୟ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା। ଏହାରି ଭିତରେ ସଦର ଥାନା ଅଞ୍ଚଳରେ ହୋଇଥିବା ଏମିତି ଏକ ଲୁଟକୁ ନେଇ ପୋଲିସ ଆରମ୍ଭ କରିଥିଲା ତନାଘନା। ପରେ ପୋଲିସ ହାତରେ ଦୁଇଜଣ ଲୁଟେରା ଧରାପଡିଛନ୍ତି।

ଏମାନେ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରୁ କଲେକ୍ସନ କରି ନଗଦ ଟଙ୍କା ଧରି ଆସୁଥିବା ଏଜେଣ୍ଟ ମାନଙ୍କୁ ଟାର୍ଗେଟ କରିଥାନ୍ତି। ଗିରଫ ଦୁଇ ଲୁଟେରାଙ୍କ ନାଁ ତାପସ ଦାସ ଓ ପ୍ରଫୁଲ୍ଲ ଦାସ। ସେମାନଙ୍କ ନିକଟରୁ ନଗଦ 57 ହଜାର ଟଙ୍କା, ତିନୋଟି ଗାଡି, ଦୁଇଟି ମୋବାଇଲ, ଗୋଟିଏ ଛୁରୀ ଜବତ କରାଯାଇଛି। ଏହି ଲୁଟ୍ ପଛରେ ଏକ ସକ୍ରିୟ ଟିମ୍ କାମ କରୁଥିବା ପୋଲିସ ସନ୍ଦେହ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.