ETV Bharat / state

ସୁନା ସଂସାର ଉଜାଡିଦେଲା କୋରୋନା, ବାପା ମା’ଙ୍କ ମମତାରୁ ବଞ୍ଚିତ ଦୁଇ ଶିଶୁ - କୋରୋନା ଛଡାଇ ନେଲା ପିତାମାତାର ସ୍ନେହ

ଦୁଇ କଅଁଳ ଶିଶୁଙ୍କ ମୁଣ୍ଡ ଉପରୁ ପିତା ମାତାଙ୍କ ହାତ ଛଡାଇ ନେଇଛି କୋରୋନା । ଦୁନିଆକୁ ଭଲ ଭାବେ ଦେଖି ନଥିବା ଆଠ ବର୍ଷର କୁନି ଝିଅ ଓ ଦେଢ଼ ମାସର ସାନ ଭାଇକୁ ଧରି ଭଗବାନଙ୍କ ନିଷ୍ଠୁରତାକୁ ବାରମ୍ବାର ପ୍ରଶ୍ନ କରୁଛି । ଅଧିକ ପଢନ୍ତୁ...

covid19 death two children orphan in baleswar
କୋରୋନା ଛଡାଇ ନେଲା ପିତାମାତାର ସ୍ନେହ, ଅନାଥ ହୋଇଗଲେ ଦୁଇ ଶିଶୁ
author img

By

Published : Jun 14, 2021, 6:05 PM IST

Updated : Jun 14, 2021, 7:21 PM IST

ବାଲେଶ୍ବର: କେଡେ ନିଷ୍ଠୁର କୋରୋନା । ଦୁଇ କଅଁଳ ଶିଶୁଙ୍କ ମୁଣ୍ଡ ଉପରୁ ପିତା ମାତାଙ୍କ ହାତ ଛଡାଇ ନେଇଛି କୋରୋନା । ଦୁନିଆକୁ ଭଲ ଭାବେ ଦେଖି ନଥିବା ଆଠ ବର୍ଷର କୁନି ଝିଅଟିଏ...ଦେଢ଼ ମାସର ସାନ ଭାଇକୁ ଧରି ଭଗବାନଙ୍କ ନିଷ୍ଠୁରତାକୁ ବାରମ୍ବାର ପ୍ରଶ୍ନ କରୁଛି । ଏ ଭଳି ଦୁଃଖଭରା ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ଗାଁରେ ।

ଗ୍ରାମର କମଳେଶ ପଣ୍ଡା ଓ ତାଙ୍କ ସ୍ତ୍ରୀ ସ୍ମିତା ଭୁବନେଶ୍ବରରେ ଚାକିରୀ କରୁଥିଲେ । ସ୍ମିତା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଭାବେ ଚାକିରୀ କରୁଥିବା ବେଳେ କମଳେଶ ରେଳବିଭାଗରେ ଚାକିରୀ କରୁଥିଲେ । ତାଙ୍କର ଗୋଟିଏ 8 ବର୍ଷର ଝିଅ ଟିଏ ଥିଲା । ଏହାରି ଭିତରେ ସ୍ମିତା ଗର୍ଭବତୀ ହେବାପରେ ପ୍ରସବକୁ ମାତ୍ର କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସିତ ଅବସ୍ଥାରେ ସ୍ମିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ ସତ ମାତ୍ର 7 ଦିନ ପରେ ସେ ଜୀବନ ଯୁଦ୍ଧରେ ହାରିଗଲେ । ଅନ୍ୟପଟେ ସ୍ବାମୀ କମଳେଶ ବି କୋରୋନାରେ ଆକ୍ରାନ୍ତ ହୋଇ ସ୍ତ୍ରୀଙ୍କ ମୃତ୍ୟୁର 14 ଦିନ ଭିତରେ ଆରପାରିକୁ ଚାଲିଗଲେ । ଏମିତି ଅବସ୍ଥାରେ ଉଜୁଡି ଯାଇଥିଲା ସୁନାର ସଂସାର ।

ସୁନା ସଂସାର ଉଜାଡିଦେଲା କୋରୋନା, ବାପା ମା’ଙ୍କ ମମତାରୁ ବଞ୍ଚିତ ଦୁଇ ଶିଶୁ

ଆଉ ବାପାମା’ଙ୍କୁ ହରାଇଲେ ଦୁଇ କୋମଳମତି ପିଲା । 8 ବର୍ଷ ବୟସରେ ବି ଝିଅ କ୍ରିଷ୍ଣା ବୁଝି ଯାଇଛି ଯେ ତା ସହିତ ବିଧାତା ଖେଳ ଖେଳିଛି । ନିଜ ମନକୁ ବୁଝାଇ ଦେଇ ସାନ ଭାଇକୁ କଅଁଳ କଣ୍ଠରେ କହି ପକାଉଛି, ଭାଇରେ ତୋ ପାଖରେ ତୋ ଭଉଣୀ ଅଛି । ଏକୁଟିଆ ବୋଲି କେବେ ଭାବିବୁନି, ସବୁ ପରିସ୍ଥିତିରେ ତୋ ଭଉଣୀ ଅଛି । ଏବେ ଦୁଇପିଲା ବଡ଼ ବାପା ଓ ବୋଉଙ୍କ ପାଖରେ ଥିବା ବେଳେ ଦିନ ତମାମ ସାନଭାଇର ଯତ୍ନ ନେଉଛି 8 ବର୍ଷର ବଡ଼ ଭଉଣୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jun 14, 2021, 7:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.