ETV Bharat / state

ନିୟମକୁ ଆଖିଠାର: ଭୋଗରାଇରୁ ଆସିଲା ତିନି ତଲାକ ଅଭିଯୋଗ

ତିନି ତଲାକ ବିଲ ସଂସଦରେ ପାରିତ ହେବାର ଦିନ କେଇଟା ନ ବିତୁଣୁ ରାଜ୍ୟରେ ଦୁଇଟି ତିନି ତଲାକ ଅଭିଯୋଗ ଆସିଛି । ଗତକାଲି କେନ୍ଦ୍ରାପଡା ଆଉ ଆଜି ଭୋଗରାଇରୁ ଆସିଛି ତିନି ତଲାକ ଅଭିଯୋଗ । ଏଥର ମଧ୍ୟ ଯୌତୁକ ପାଇଁ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି ସ୍ବାମୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 11, 2019, 9:07 PM IST

ବାଲେଶ୍ବର: କେନ୍ଦ୍ରାପଡାର ତିନି ତଲାକ ଅଭିଯୋଗକୁ 24 ଘଣ୍ଟା ନ ପୂରୁଣୁ ପୁଣି ଏକ ତିନି ତଲାକ ଅଭିଯୋଗ ଆସିଛି ବାଲେଶ୍ବରର ଭୋଗରାଇରୁ । ଏଥର ମଧ୍ୟ ଯୌତୁକ ପାଇଁ ସ୍ତ୍ରୀକୁ ତିନି ତଲାକ ଦେଇଥିବା ଅଭିଯୋଗ କରିଛନ୍ତି ମହିଳା । ଏହି ଅଭିଯୋଗ ଆଣିଛନ୍ତି ସୁନାଧରବସାଣ ଗାଁର ନୀଲଫର ବିବି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ 2017 ଜୁନ ମାସରେ ସେଖ୍‌ ସାହିର ନାମକ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । ଅଧିକ ଯୌତୁକ ଦାବି କରି ସେଖ ସାହିର ନିଲଫରଙ୍କୁ ବାରମ୍ବାର ଶାରୀରୀକ ଓ ମାନସିକ ନିର୍ଯ୍ୟାତନା ଦେଇଆସୁଥିଲେ । ଏପରିକି ନୀଲଫରଙ୍କୁ ପୋଡି ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଗର୍ଭ ନଷ୍ଟ ପାଇଁ ଗର୍ଭ ନିରୋଧକ ବଟିକା ମଧ୍ୟ ଖୁଆଇ ଦେଇଥିଲେ । ହେଲେ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ତେବେ ପାରିବାରିକ ଝଗଡାର ସମାଧାନ ପାଇଁ ଗାଁ ମୁଖ୍ୟ ଜରିଆରେ ବୈଠକ ଡକାଇଥିଲେ । ହେଲେ ବୈଠକରେ ହଠାତ୍ ସ୍ବାମୀ ତଲାକ-ତଲାକ-ତଲାକ କହି ଛାଡପତ୍ର ଦେଇଥିଲେ । ଏଥିସହ ସେ ତାଙ୍କ ସ୍ତ୍ରୀ ନୁହେଁ ବୋଲି ବୈଠକରେ କହିଥିଲେ । ତେଣୁ ନ୍ୟାୟ ପାଇବା ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ମହିଳା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଧିନ ସୁନାଧରବସାଣ ଗ୍ରାମରେ ତିନି ତଲାକ ଅଭିଯୋଗ ଆସିଛି। ସରକାର ଏହାକୁ ଉଚ୍ଛେଦ କରିଥିଲେ ମଧ୍ୟ ଏକ ପାରିବାରିକ କଲହକୁ ନେଇ ସ୍ୱାମୀ ନିଜର ସ୍ତ୍ରୀକୁ ତିନି ତଲାକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗକାରିଣୀ ନୀଲଫର ବିବି ଙ୍କ ଅଭିଯୋଗ ଅନୁଯାୟୀ ସେ 2017 ଜୁନ ମାସ ରେ ସେଖ ସାହିର ନାମକ ଯୁବକ ଙ୍କୁ ପ୍ରେମବିବାହ କରିଥିଲେ । ଅଧିକ ଯୌତୁକ ଦାବି କରି ସେଖ ସାହିର ନିଲଫର ଙ୍କୁ ବାରମ୍ବାର ଶାରୀରୀକ ଓ ମାନସିକ ନିର୍ଯ୍ଯାତନା ଦେଇଆସୁଥିଲେ । ଜୀବନରୁ ମାରିଦେବାକୁ ନୀଲଫର ଙ୍କ ଖାଦ୍ଯ ରେ ବିଷ ମଧ୍ଯ ମିଶାଇବା ସହ ନିଂଆ ରେ ପୋଡି ମାରିଦେବାକୁ ମଧ୍ଯ ଧମକ ଦେଉଥିଲେ । ନିଲଫର ଙ୍କ ଗର୍ଭ ନଷ୍ଟ କରିବାକୁ ମଧ୍ଯ ଗର୍ଭନିରୋଧକ ବଟିକା ଜୋରଜବରଦସ୍ତ ଖୁଆଇଥିଲେ । ତେବେ ସୌଭାଗ୍ଯବଶତଃ ଗର୍ଭ ନଷ୍ଟ ନହୋଇ ଏପ୍ରିଲ 2019 ରେ ଏକ କନ୍ଯାସନ୍ତାନ ଜନ୍ମ ହୋଇଥିଲା । ତେବେ ବାରମ୍ବାର ସ୍ବାମୀ ଙ୍କ ସହ ଗଣ୍ତଗୋଳ ହେବାରୁ ନୀଲଫର ଙ୍କ ପିତା ଗ୍ରାମ ମୁଖୀଆ ଙ୍କ ମାଧ୍ଯମରେ ବୈଠକ ଡକାଇ ସମାଧାନ କରିବାକୁ ବସିଥିବା ସମୟରେ ହଠାତ ସେଖ ସାହିର ନୀଲଫର ଙ୍କୁ ତିନି ଥର ତଲାକ ତଲାକ ତଲାକ ବୋଲି କହିସାରିବା ପରେ ତିନିଥର ମା ମା ମା ବୋଲି କହି ସେ ତାଙ୍କ ସ୍ତ୍ରୀ ନୁହେଁ ବୋଲି ସମସ୍ତଙ୍କ ସାମ୍ନା ରେ କହିଥିଲେ । ଏହି ଘଟଣାକୁ ନେଇ ନିଲଫର ଏବେ ଭୋଗରାଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.